କାକଟପୁର 19 /5 ପୁରୀ ଜିଲ୍ଲା କାକଟପୁର ବ୍ଲକ ଶିକ୍ଷାବିଭାଗ ଅଧିନରେ ମାଳ ମାଳ ନକଲି ସାଟିଫିକେଟଧାରୀ ଜାଲ ସିଟି , ବିଇଡି , ଜାତିଗତ ଓ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଶିକ୍ଷକ ଶିକ୍ଷୟତ୍ରୀ ଚାକେରି କରିଆସୁଛନ୍ତି l ଏମିତିକି କେତେକ ହାଇସ୍କୁଲର ଖେଳ ଶିକ୍ଷକ ମଧ୍ୟ ଜାଲ ସାଟିଫିକେଟ ମାଧ୍ୟମରେ ବର୍ଷ ବର୍ଷ ଧରି ଚାକେରି କରି ସରକାରୀ ଅର୍ଥକୁ ଚଳୁ କରିଚାଲିଛନ୍ତି l ଏମାନଙ୍କ ସାଟିଫିକେଟ ଯାଞ୍ଚ ହେଉ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ l
ବିଭାଗୀୟ ଅଧିକାରୀମାନେ ଏସବୁ ବେଆଇନ କାର୍ଯ୍ୟ ଓ ନିଯୁକ୍ତି ସଂପର୍କରେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି l ଜାତିଗତ , ଶିକ୍ଷାଗତ ପ୍ରମାଣପତ୍ର ସହିତ ଓଟିଇଟି ପରୀକ୍ଷାରେ ପ୍ରାପ୍ତ ନମ୍ବରକୁ ମଧ୍ୟ ନକଲି ସାଟିଫିକେଟଧାରୀ ମାନେ ଜାଲିଆତି କରିଥିବା ଚର୍ଚ୍ଚା ହେଉଛି l ଜଣେ ଜଣେ ପ୍ରାର୍ଥୀ ଜାଲ ମାର୍କସିଟ ପାଇବା ସହିତ ଶିକ୍ଷକ ଚାକେରିରେ ନିଯୁକ୍ତି ପାଇବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିଥିବା ଶୁଣିବାକୁ ମିଳୁଛି l
ନକଲି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ରସହ ପ୍ରାର୍ଥୀ ମାନେ ସକ୍ଷମ ଥାଇ ମଧ୍ୟ ଶିକ୍ଷକ ଚାକେରି ପାଇବା ଆଶାରେ ଚକ୍ଷୁ , ଶ୍ରବଣ ଶକ୍ତି , କର୍ଣ୍ଣ , ନାସା , ଗଳା ଓ ହାତ ଗୋଡ଼ରେ ଅକ୍ଷମତା ଥିବା ଆଦି ଦର୍ଶାଇ ବିଭିନ୍ନ ସ୍ଥାନରୁ ମୋଟା ଅଙ୍କର ଅର୍ଥ ଦେଇ ଭିନ୍ନକ୍ଷମ ସାଟିଫିକେଟ ହାତେଇ ଥିବା ଚର୍ଚ୍ଚା ହେଉଛି l ଯଦି ବର୍ତ୍ତମାନ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଡାକ୍ତରୀ ଟିମ (ଦ୍ଵାରା ) ଭିନ୍ନକ୍ଷମ ସାଟିଫିକେଟ ଦେଇ ଚାକେରି କରିଥିବା ଶିକ୍ଷକ ମାନଙ୍କର ଚକ୍ଷୁ , ଅସ୍ଥିଶଲ୍ୟ , ଗଳା , ନାସା , କର୍ଣ୍ଣ (ସ୍ୱାସ୍ଥ୍ୟ )ଆଦି ପରୀକ୍ଷା କରାଯାଆନ୍ତା ତେବେ ସେମାନେ ପ୍ରକୃତରେ ଭିନ୍ନକ୍ଷମ ନା ସକ୍ଷମ ଜଣାପଡିଯାଆନ୍ତା ବୋଲି ବହୁ ଅଭିଭାବକ ମତ ଦେଇଛନ୍ତି l
ନକଲି ପ୍ରମାଣ ପତ୍ରରେ ଶିକ୍ଷକ ଚାକେରି କରିଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଜାଲ ମାଟ୍ରିକ ଓ ସଂସ୍କୃତ ଟୋଲ ସାଟିଫିକେଟ ସହିତ ସୁଦୂର ଜାମୁକାଶ୍ମୀର , ଗୁଲବର୍ଗ , ଆନ୍ଧ୍ର , ନାଗାର୍ଜୁନ , କୁରୁକ୍ଷେତ୍ର ଆଦି( ବିଶ୍ୱବିଦ୍ୟାଳୟ )ସହିତ ରାଜ୍ୟ ତଥା ରାଜ୍ୟ ବାହାରର କିଛି ଅଥରାଇଜେସନ ପାଇନଥିବା ସଂସ୍ଥାନରୁ ବିଇଡି , ସିଟି ସାଟିଫିକେଟ ଆଣି ନିଯୁକ୍ତି ସମୟରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗ ହେଉଛି l ସାଟିଫିକେଟ ଗୁଡିକ ଯଦି ସଂପୃକ୍ତ ସଂସ୍ଥା ସହିତ ଉକ୍ତ ବର୍ଷର ନାମଲେଖା ଓ ଛାତ୍ର ଉପସ୍ଥାନ ଖାତାକୁ ଵିଧିବଦ୍ଧ ଭାବେ ଯାଞ୍ଚ କରାଯାଆନ୍ତା ତେବେ ପ୍ରକୃତରେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ମଧ୍ୟ ମିଳିପାରନ୍ତା l
ଜାଲ ସାଟିଫିକେଟରେ ଶିକ୍ଷକ ଚାକେରି କାକଟପୁର ବ୍ଲକରେ କିଛି ନୂଆ କଥା ନୁହେଁ ପୂର୍ବରୁ କିଛି ଥିଲେ ଚାକେରିରୁ ଅବସର ନେଇଗଲାଣି ଆଉ ଏବେ କିଛି ନକଲି ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯାଗ ହେଉଛି l ପୁରୀ ଜିଲ୍ଲା ଶିକ୍ଷାବିଭାଗ ଏଭଳି ବେଆଇନ କାର୍ଯ୍ୟ ଓ ନକଲି ସାଟିଫିକେଟଧାରୀଙ୍କୁ ଠାବ କରିଵା ସହିତ ସେମାନଙ୍କ ପ୍ରମାଣପତ୍ରକୁ ଯାଞ୍ଚ କରି ତଥ୍ୟକୁ ସାର୍ଵଜନୀନ କରିବା ପରିବର୍ତ୍ତେ ଚପାଇ ଦେଉଥିବା ଅଭିଯୋଗ ହୋଇଆସୁଛି l ଏହା ( ଦ୍ଵାରା )ବହୁ ପ୍ରତିଭାଧାରୀ ଛାତ୍ରଛାତ୍ରୀ ଶିକ୍ଷକ ଚାକେରି ଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l