Odisha news

ପ୍ରାଚୀ ପ୍ରତିଭା ଅନ୍ୱେଷଣ ଉତ୍ସବ : ଛାତ୍ର ଛାତ୍ରୀ ପୁରସ୍କୃତ

0
କାକଟପୁର 16/2  କାକଟପୁର ନିକଟସ୍ଥ   ନୂଆମଠ ଠାରେ ପ୍ରାଚୀ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ “ପ୍ରାଚୀ ପ୍ରତିଭା ଅନ୍ୱେଷଣ” ଉତ୍ସବ ୨୦୨୨-୨୩ ମସିହା ପାଇଁ ଆୟୋଜନ କରାଯାଇଥିଲା। ଶିଶୁ ହସିଲେ ଦୁନିଆ ହସେ ର ବାର୍ତ୍ତା ନେଇ କାକଟପୁର ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର କୁନିକୁନି ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭା ମାନକୁ ଅନ୍ୱେଷଣ କରିବା ଉଦେଶ୍ୟରେ ଏହି  ପ୍ରତିଯୋଗିତା ର ମୁଖ୍ୟ ଲକ୍ଷ ରହିଥିଲା । ଏହି ପ୍ରତିଭା ଅନ୍ୱେଷଣ ଉତ୍ସବ ରେ କାକଟପୁର ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର କୁନିକୁନି ପିଲା ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହୋଇ ଥିବା ବେଳେ କାକଟପୁର ବ୍ଲକ୍ ଅନ୍ତର୍ଗତ ଗମ୍ଭାରିପଦା ସ୍ଥିତ ସାନ୍ଦିପନି ଶିଶୁ ବିକାଶ କେନ୍ଦ୍ରରୁ 13 ଜଣ ଛାତ୍ର ଛାତ୍ରୀ  ପଲକ ପ୍ରିୟଦର୍ଶିନୀ ସାମଲ , ଅନଶ ଆଲାମ, ସତ୍ୟନାରାୟଣ ପାତ୍ର, ଝାନସୀ ବାରିକ, ହିମାଂଶୁ ଶେଖର ସାହୁ, ଦୀପାଞ୍ଜଳି ଖଣ୍ଡୁଆଳ, ତନସିଫା ନିଶା, ଆଦ୍ୟାଶା ପ୍ରିୟଦର୍ଶିନୀ, ଆଦ୍ୟାଶା ମହାପାତ୍ର, ଆୟୁସା ଖୁଣ୍ଟିଆ,ସୁମନ ସାହୁ, ଶାଶ୍ଵତୀ ସ୍ଵମ୍ୟା, ସୁନୀଲ ସାହୁ ପ୍ରମୁଖ ପୁରସ୍କୃତ ହୋଇ ବିଦ୍ୟାଳୟ ନାମ କୁ ଗୌରବାନୀତ କରିଛନ୍ତି ।ଛାତ୍ର ଛାତ୍ରୀ ଙ୍କର ଏଭଳି କୃତିତ୍ଵ ଦେଖି ଉତ୍ସବ ରେ ଯୋଗ ଦେଇଥିବା  ଅତିଥି ମାନେ ବେସˎ ଖୁସି ବ୍ୟକ୍ତି କରିବା ସହ   ଛାତ୍ର ଛାତ୍ରୀ ମାନଙ୍କର  ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
Leave A Reply