କାକଟପୁର ତା 01/01,ରବିବାର ଇଂଗ୍ରାଜି ନବବର୍ଷର ପ୍ରଥମ ଦିନ ହୋଇଥିବାବେଳେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମ ହୋଇଥିଲା l ରାତ୍ର 4 ଘଟିକା ଠାରୁ ମା ଙ୍କର ସମସ୍ତ ନୀତିକାନ୍ତି ସରିବା ପରେ ମନ୍ଦିରର ପହୁଡ଼ ଖୋଲିଥିଲା l ହଜାର ହଜାର ମାତୃଭକ୍ତ ଧାଡିରେ ଯାଇ ମା ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ନିଜ ନିଜର ପରିବାରର ଶୁଭ ମନାଶିଥିଲେ l ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ଲୋକାରଣ୍ୟ ହୋଇଥିବା ବେଳେ ଭକ୍ତ ମାନେ ମା ଙ୍କୁ ଦର୍ଶନ କରିବା ପରେ ଅସ୍ତରଙ୍ଗ ବେଳାଭୂମି ଓ ପୀର ଜାହାନିଆ ପୀଠ ଭ୍ରମଣ କରି ନବବର୍ଷକୁ ଭରପୁର ଉପଭୋଗ କରିଥିଲେ l ଗତ ୨ ବର୍ଷ ଧରି କରୋନା କଟକଣା ଯୋଗୁଁ ଯାତ୍ରୀ ମାନେ ନବବର୍ଷରେ ମାଙ୍କୁ ଦର୍ଶନ କରିପାରିନଥିବାବେଳେ ଚଳିତ ବର୍ଷ କଟକଣା ହଟିଯାଇଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ l ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତର ଓ ବାହାର ଫୁଲ ମାଳରେ ସଜ୍ଜାଯାଇ ମନ୍ଦିରକୁ ଆକର୍ଷଣୀୟ କରାଯାଇଥିଲା l ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଥିଲା l