କାକଟପୁର ତା 01/01,ଇଂରାଜୀ ନବବର୍ଷ ୨୦୨୩ ଓ ପବିତ୍ର ସାମ୍ବଦଶମୀ ଅବସରରେ ଓଡିଶା ବାର୍ତ୍ତା ସାହିତ୍ୟ ପରିଷଦ କଟକ ପକ୍ଷରୁ ବକ୍ସି ବଜରା ସ୍ଥିତ ଅମରେଶ୍ବର ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ବାର୍ତ୍ତା ସାହିତ୍ୟ ମିତ୍ର ସମ୍ମାନ ଓ ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ବାର୍ତ୍ତସାହିତ୍ୟ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ଯୋଗ ଦେଇଥିବା କବି, ଲେଖକ, ସମ୍ଭକାର ଓ ସାମ୍ବାଦିକ ପ୍ରତିଭା ମାନଙ୍କୁ ବାର୍ତ୍ତା ସାହିତ୍ୟ ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜଣେ ନିରନ୍ତର ସାରସ୍ବତ ସାଧକ ଓଡିଆ ଭାଷା ସଂସ୍କୃତିର ପ୍ରଚାରକ ଭାବେ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ରାଜ୍ୟସ୍ତରୀୟ ମାତୃଭାରତୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହାସହ ସ୍ତମ୍ବକାର ତଥା ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଲାଉରୀଙ୍କୁ ବାର୍ତ୍ତା ସାହିତ୍ୟ ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । କାର୍ଯ୍ୟକ୍ରମରେ ନବବର୍ଷ ଓ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥଙ୍କ ଭଜନ ଓ ଭକ୍ତି ସଂଗୀତ ପରିବେଷଣ ସହ ନବବର୍ଷ ନମସ୍କାର ଶୀର୍ଷକ କବିତା ପାଠୋତ୍ସବ କାର୍ଯକ୍ରମରେ ମୁଖ୍ୟ ଅତିଥି ବାବେ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି , ପ୍ରଧ୍ୟାପିକା ଡକ୍ଟର ବିଦ୍ୟୁତ ପ୍ରଭା ମିଶ୍ର, ଅଧ୍ୟାପକ ଲକ୍ଷ୍ମଣ ସାହୁ ,ଉତ୍କଳ ଗ୍ରାମ୍ୟ ସ୍ବରାଜ୍ୟର ସଭାପତି ବ୍ରହ୍ମାନନ୍ଦ ମହାନ୍ତି ,ଦାର୍ଶନିକ ନଳୀନିକାନ୍ତ ରାଉତ, ଡକ୍ଟର ଗିରଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର , ଅମେରେଶ୍ବର ମନ୍ଦିର ପ୍ରତିଷ୍ଠାତା ରାଜେଶ କୁମାର ସାହୁ, ଅଜୟ ପଣ୍ଡା ବିଶ୍ବଜିତ ସୂର୍ଯ୍ୟବଂଶୀ ପ୍ରମୁଖ ଯୋଗ ଦେଇଥିଲେ । କବିତାପାଠ କରିଥିବା ସମସ୍ତ କବିପ୍ରତିଭା ମାନଙ୍କୁ ଓଡିଶା ବାର୍ତ୍ତା ସାହିତ୍ୟ ପରିଷଦ କଟକ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା l