କାଜୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରି ଥାଆନ୍ତି l ବିଶେଷକରି ଆମେ କାଜୁ ଯେ କୌଣସି ମିଠା ଜିନିଷ ପାଇଁ ବ୍ୟବହାର କରିଥାଉ l କିନ୍ତୁ ଏହି କାଜୁ ଅନେକ ପୋଷାକ ତତ୍ତ୍ୱରେ ଭରପୁର ହୋଇଥିବା କାରଣରୁ ଶରୀର ପକ୍ଷରେ ଖୁବ ହିତକର ହୋଇଥାଏ l କାଜୁରେ ପ୍ରୋଟିନ ,ଫାଇବର ଓ ହେଲଦି ଫ୍ୟାଟ ସହିତ ଭିଟାମିନ ଓ ମିନେରାଲସ ଭରପୁର ମାତ୍ରାରେ ରହିଥାଏ l ଉନ୍ନତ ରକ୍ତ ସରକାର କୁ ନିୟନ୍ତ୍ରଣ କରିବା ସହ ହୃତ୍ପିଣ୍ଡ କୁ ସୁସ୍ଥ ରଖିଥାଏ l କାଜୁ ଆମ ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର l
* ଗୋଟିଏ ଗବେଷଣାରୁ ଜଣାପଡିଛି ଯେ କାଜୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ପୋଷକତତ୍ୱର ପାୱାର ହାଉସ ହେଉଛି କାଜୁ l ତେଣୁ ଅଧିକ ସମୟ ଭୋକ କୁ ନିୟନ୍ତ୍ରଣ ରଖିଥାଏ l
* କାଜୁର ଗୋଟିଏ ସ୍ରବିଙ୍ଗ ରେ ପାଖାପାଖି ୧୩୭ କ୍ୟାଲୋରୀ ରହିଛି ,ଯାହା ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ l
* କାଜୁ ଖାଇବା ଦ୍ୱାରା ଟାଇପ 2 ମଧୁମେହ ଠାରୁ ଆପଣ ଦୁରେଇ ରହି ପାରିବେ l ଏହା ଆପଣଙ୍କ ମଧୁମେହ ସ୍ତରକୁ ନିୟନ୍ତ୍ରଣ ରଖିଥାଏ l
* ଏଥିରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିବା କାରଣରୁ ଏହା ଶରୀରରେ କ୍ଷତି ପହଞ୍ଚାଉଥିବା ଫ୍ରି ରେଡିକୁଲସ ଦୁରେଇ ରଖିଥାଏ l
* କାଜୁ ରେ ପଲିଫେନଲସ ଓ କେରନାଈଟ ନାମକ ୨ପ୍ରକାର ଆଣ୍ଟି ଅକ୍ସିଡେଣ୍ଟ ରହିଛି , ଯାହା ଶରୀରକୁ କୋଲେଷ୍ଟ୍ରଲ ଠାରୁ ଦୁରେଇ ରଖିଥାଏ ଓ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ l
* କାଜୁ ଖାଇବା ଦ୍ୱାରା ଶରୀରରୁ ବ୍ୟାଡ଼ କୋଲେଷ୍ଟ୍ରଲ ଦୂର ହୋଇଥାଏ ଓ ଏଚଡ଼ିଏଲ ସ୍ତର ଯାହା କି ଅଟେ ଗୁଡ଼ କୋଲେଷ୍ଟ୍ରଲ ସ୍ତର ବଢିଥାଏ l ଏହି କାରଣରୁ ହୃଦଘାତ ସମସ୍ୟା ଦୂର ହୋଇଥାଏ l
କିନ୍ତୁ ବଜାରରେ ମିଳୁଥିବା ସଲଟେଡ଼ କାଜୁ ରକ୍ତଚାପ ସ୍ତରକୁ ବୃଦ୍ଧି କରିଥାଏ ଓ ଅନେକ ରୋଗର କାରଣ ହୋଇଥାଏ l
Comments are closed.