Odisha news

ତାଲିବାନ୍ ଦୋହରାଇଲା ୯୦ ଦଶକର କାର୍ଯ୍ୟ , କାବୁଲ୍ ର ମେୟର କହିଲେ ଘରେ ରୁହନ୍ତୁ ମହିଳା କର୍ମଚାରୀ

ନୂଆଦିଲ୍ଲୀ : ତାଲିବାନ୍ ରେ ମହିଳା ମାନଙ୍କୁ ଘରେ ରହିବାକୁ ଆଦେଶ ଦିଆଯାଇଛି । ଆଫଗାନିସ୍ତାନ ର ରାଜଧାନୀ କାବୁଲ ର ମେୟର କର୍ମଜୀବୀ ମହିଳା ଙ୍କୁ ଘରେ ରହିବାକୁ ଆଦେଶ ଦେଇଛନ୍ତି ।
କାବୁଲ ମେୟର ରବିବାର ଦିନ ଆଦେଶ ଦେଇଛନ୍ତି ଯେ ମହିଳା ମାନେ କେବଳ ସେହି ସ୍ଥାନକୁ କାର୍ଯ୍ୟ କରିବାକୁ ଯାଇ ପାରିବେ ଯେଉଁଠି ପୁରୁଷ କର୍ମଚାରୀ ନାହାନ୍ତି । ମେୟରଙ୍କ ର ଏହି ଆଦେଶ ପରେ ଜଣା ପଡ଼ୁଛି ଯେ ଆଫଗାନିସ୍ତାନ ରେ ତାଲିବାନ୍ ଶାସନର ପୁନଃରୁଦ୍ଧାର ହେଲା । ୧୯୯୦ ମସିହାରେ ତାଲିବାନ୍ ଝିଅ ମାନଙ୍କର ସ୍କୁଲ୍ ଯିବା ଓ ମହିଳା ମାନେ ଅଫିସ୍ ଯିବା ଉପରେ ପ୍ରତିବନ୍ଧକ ଲଗାଇ ଥିଲା ।
କାବୁଲ ମେୟର କହିଛନ୍ତି ଯେ କାବୁଲ ମ୍ୟୁନିସିପାଲଟି ରେ କାର୍ଯ୍ୟ କରୁଥିବା ମହିଳା ମାନଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସେମାନେ ଘରେ ରହିଲେ ମଧ୍ୟ ବର୍ତ୍ତମାନ୍ ବେତନ ପାଉଥିବେ । ଏହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି

Comments are closed.