ଆଜିକାଲି ଆଧୁନିକ ଯୁଗରେ ବିଭିନ୍ନ ପ୍ରକାର ର ସୁସ୍ୱାଦୁ ଖାଦ୍ୟ ର ମଜା ନେବାପାଇଁ ପିଲାମାନେ ଆଗ୍ରହୀ ହେଉଛନ୍ତି । ତେଣୁ ସମସ୍ତେ ନିଜର ଘରେ ଖାଇବା ବଦଳରେ ବାହାରେ ଖାଇବାକୁ ପସନ୍ଦ କରୁଛନ୍ତି । ତେଣୁ ଆଜିକାଲି ଫାଷ୍ଟ୍ ଫୁଡ୍ ଓ ଜଙ୍କ ଫୁଡ୍ ଖାଇବାର କ୍ରେଜ୍ କିଛି ଅଧିକ ବଢ଼ି ଚାଲିଛି । କିନ୍ତୁ ଏହିସବୁ ଖାଦ୍ୟ ଶରୀର ପାଇଁ ଖୁବ୍ କ୍ଷତି କାରକ ।
– କାହିଁକି ଫାଷ୍ଟ ଫୁଡ୍ କ୍ଷତିକାରକ :
ଫାଷ୍ଟ ଫୁଡ୍ ଓ ଜଙ୍କ ଫୁଡ୍ ରେ ଶୁଗାର୍, କ୍ୟାଲୋରୀ ଓ ସଲ୍ଟ ର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହାକି ଆମର ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ । ଅଧିକ ମାତ୍ରାରେ ଲୁଣ, ଚିନି ଓ ମଇଦା କର୍ଡିଓଭେଷ୍କୁଲାର ସିଷ୍ଟମ ଉପରେ ଚାପ ପକାଇ ଥାଏ, ଯେଉଁ କାରଣରୁ ଅନେକ ପ୍ରକାରର ରୋଗ ଯେପରିକି ହଇଜା , ଟାଇଫଏଡ୍ ଓ ଜଣ୍ଡିସ ଦ୍ଵାରା ଆପଣ ଆକ୍ରାନ୍ତ ହୋଇ ଥାଆନ୍ତି ।
– କେଉଁ ସବୁ ରୋଗର ବିପଦ ରହିଥାଏ :
ଗବେଷଣା ରୁ ଜଣା ପଡ଼ିଛି ଯେ ଫାଷ୍ଟ ଫୁଡ୍ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ବ୍ଲଡ଼ ରେ କୋଲେଷ୍ଟ୍ରାଲ ସ୍ତର ବୃଦ୍ଧି ପାଇଥାଏ । ଏହାଦ୍ବାରା ଟାଇପ୍ 2 ଡାଇବିଟିଜ୍, ହାର୍ଟ ଆଟାକ ଭଳି ସମସ୍ୟା ଦେଖା ଦେଇଥାଏ ।ଓଜନ ବୃଦ୍ଧି ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଦେଇଥାଏ ।
– ମସ୍ତିଷ୍କ କୁ କରିଥାଏ ପ୍ରଭାବିତ :
ଫାଷ୍ଟ ଫୁଡ୍ କିମ୍ବା ଯଙ୍କ ଫୁଡ୍ ଖାଇବାର କିଛି ସମୟ ପରେ ଆମର ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡିଥାଏ । ଅଧିକ ମାତ୍ରାରେ ଜଙ୍କଫୁଡ
କିମ୍ବା ଫାଷ୍ଟ ଫୁଡ୍ ସେବନ କରିବା ଦ୍ୱାରା ଡିପ୍ରେସନ୍ ର ଶିକାର ହୋଇଥାଉ। ଫାଷ୍ଟ ଫୁଡ୍ ରେ ରହିଥିବା ତତ୍ତ୍ଵ ବ୍ୟକ୍ତି କୁ ଡିପ୍ରେସନ୍ ର ଶିକାର କରାଇଥାଏ। ଗବେଷଣା ରୁ ଜଣାପଡିଛି ଯେ ପ୍ରସେସଡ୍ ଫୁଡ ଅଧିକ ମାତ୍ରା ରେ ସେବନ କରିବା ଦ୍ୱାରା ଶରୀର ରେ ହର୍ମୋନ ଫଙ୍କସନିଂ ଉପରେ ପ୍ରଭାବ ପଡିଥାଏ ।