Odisha news

ଆଜି ଦେଶ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ , କଣ ରହିଛି ଏହାର ମହତ୍ତ୍ଵ

0
ଚଳିତ ବର୍ଷ ଆମ ଦେଶ ପାଳୁଛି ୭୫ତମ ସ୍ବାଧିନତା ଦିବସ । ଏହି ଦିନ ଦେଶ ର ବୀର ସହିଦ୍ ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ଗୌରବ ବଳିଦାନ ର ପ୍ରତୀକ ଅଟେ । ଯେଉଁ ମାନେକି ଦେଶ କୁ ଇଂରେଜ ମାନଙ୍କ ଦମନ ରୁ ସ୍ଵାଧୀନ କରିବା ପାଇଁ ନିଜର ସବୁ କିଛି ତ୍ୟାଗ କରିଥିଲେ । ଅଗଷ୍ଟ ୧୫ ତାରିଖ ୧୯୪୭ ରେ ବ୍ରିଟିଶ ସରକାର ୨୦୦ ବର୍ଷ ଭାରତରେ ଶାସନ କରିବା ପରେ ଭାରତ ମାତା କୁ ତାର ବୀରପୁତ୍ର ମାନେ ସ୍ବାଧୀନତା ଦେଇଥିଲେ । ଏହି ଦିନଟି ଆମ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନ କୁ ମନେ ପକାଇ ଦେଇଥାଏ ।
ଭାରତ ମାତା ଙ୍କ ବିରପୁତ୍ର ଜାତିର ପିତା ମହାତ୍ମା ଗାନ୍ଧୀ, ଭଗତ ସିଂହ, ସୁଭାଷ ଚନ୍ଦ୍ର ବୋଷ, ସରଦାର ବଲଭ ଭାଇ ପଟେଲ୍, ମୌଲାନା ଅବୁଲ୍ କାଲାମ ଆଜାଦ୍, ଚନ୍ଦ୍ର ଶେଖର ଆଜାଦ୍ ଙ୍କ ବଳିଦାନ ଆଜିର ଯୁବ ସମାଜ ମନରୁ ନଲିଭିବା ଆବଶ୍ୟକ ।
ପ୍ରଥମ ସ୍ଵାଧୀନ ଭାରତର ବକ୍ତୃତା ଦେଇ ଭାରତୀୟ ଙ୍କୁ ସମ୍ବୋଧନ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଯେଉଁ ସ୍ଥାନରୁ ସେହି ଲାଲକିଲ୍ଲା ଆଜି ମଧ୍ୟ ଭାରତ ମାତାର ବିରପୂତ୍ର ଙ୍କ କଷ୍ଟ ଯନ୍ତ୍ରଣା କୁ ହୃଦୟଙ୍ଗମ କରାଉଛି ।
ସ୍ୱତନ୍ତ୍ରତା ଦିବସ ଗୋଟିଏ ଏଭଳି ଦିନ ଯେଉଁ ଦିନଟିକୁ ଆମେ ଅସଂଖ୍ୟ ସ୍ଵାଧୀନତା ସଂଗ୍ରାମୀ ଙ୍କୁ ମନେ ପକାଇ ଥାଉ । ଇଂରେଜ ଶାସକ ର ଚାବୁକ୍ ପ୍ରହାର କୁ ଡରି ନଯାଇ ଭାରତ ମାତା ର ପୁତ୍ର ମାନେ ନିଜର ଲହୁ ଓ ଲୁହ ଦେଇ ତାକୁ ବେଡ଼ି ମୁକ୍ତ କରିଥିଲେ । ଏହି ଦିନ ସମଗ୍ର ଦେଶବାସୀ ଏକତ୍ରିତ ହୋଇ ଦେଶର ଅଖଣ୍ଡତା କୁ ଯେପରି ବଜାୟ ରଖିବା ସେହି ଶପଥ ନେବା । ଏହାଛଡା ଏହି ବିଶେଷ ଦିନରେ ଯୁବପିଢି ନିଜକୁ ଦେଶ ସେବାରେ ପ୍ରେରିତ କରି, ଦେଶର ଶାନ୍ତି, ପ୍ରଗତି ଓ ଅଖଣ୍ଡତା କୁ ବଜାୟ ରଖିବା ଜରୁରୀ । ଜୟ ହିନ୍ଦ୍।
Nalco
Leave A Reply