କାକଟପୁର 8/12 ଓଡ଼ିଆ ପୁଅ ତଥା ସୁପ୍ରିମ କୋର୍ଟ ଜର୍ଜ ପ୍ରଶାନ୍ତ କୁମାର ମିଶ୍ର ତାଙ୍କ ପରିବାର ସହ ମା ମଙ୍ଗଳା ଙ୍କୁ ଦର୍ଶନ କରିଵା ସହ , ମାଙ୍କୁ ପୂଜାର୍ଚନା କରିଥିଲେ ପରେ ମନ୍ଦିର ଚତୁର୍ପାଶ୍ୱ ବୁଲି ପାର୍ଶ୍ଵ ଦେବା ଦେବୀଙ୍କୁ ଦର୍ଶନ କରିବା ପରେ ମନ୍ଦିର ସେବାୟତ ଙ୍କ ସହିତ ମନ୍ଦିର ଓ ମା ଙ୍କ ବିଷୟରେ ପଚାରି ବୁଝିବା ପରେ ମାଙ୍କ ବିଶ୍ରାମ ଶାଳା ପାଖକୁ ଯାଇ ବିଶ୍ରାମ ଶାଳା କୁ ମୁଣ୍ଡିଆ ମାରିଥିଲେ ପରେ ସେବାୟତ ନିଯୋଗ ର ଉପଦେଷ୍ଟା କମିଟି ସଦସ୍ୟ ତାପସ କୁମାର ଦୀକ୍ଷିତ, ନଳିନୀ କାନ୍ତ ଦୀକ୍ଷିତ,ଅଞ୍ଜନ କୁମାର ଦୀକ୍ଷିତ,ସନ୍ତୋଷ କୁମାର ଦୀକ୍ଷିତ,ପୂଜା ପଣ୍ଡା ସଞ୍ଜୟ କୁମାର ଦୀକ୍ଷିତ,ପାରେଶ୍ୱର ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ, ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଶ୍ରୀ ମିଶ୍ର ଙ୍କୁ ଦର୍ଶନ ନିମନ୍ତେ ସୁରକ୍ଷା ଯୋଗାଇ ଦିଆ ଯାଇଥିଲା.