ଶୀତ ଋତୁରେ ଅନେକ ଅନେକ ଶାରିରୀକ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ । ଯେପରିକି ଅର୍ଥରାଇଟିସ , ଯେଉଁ କାରଣରୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । କିନ୍ତୁ ଶୀତ ଋତୁରେ ଥଣ୍ଡା ରୁ ହେଉଥିବା ଅର୍ଥରାଇଟିସ ସମସ୍ୟା ଅଧିକ ବୃଦ୍ଧି ହୋଇଥାଏ । ଗବେଷକ ଙ୍କ ମତରେ ଏଭଳି ଅନେକ କାରଣ ରହିଛି ଯାହା ଗଣ୍ଠି ଯନ୍ତ୍ରଣା ରେ ପୀଡିତ ଲୋକଙ୍କ କଷ୍ଟ କୁ ବଢାଇ ଥାଏ । ନିଜ ଲାଇଫ ଷ୍ଟାଇଲ ରେ କିଛିଟା ପରିବର୍ତ୍ତନ କରି ଏହି କଷ୍ଟରୁ ଆରାମ ପାଇ ପାରିବା ।
– ଶୀତ ଋତୁରେ ଅର୍ଥରାଇଟିସ ସମସ୍ୟା ରୁ ରକ୍ଷା ପାଇବା ପାଇଁ ଆମେ ନିଜକୁ ଅକ୍ଟିଭ୍ ରଖିବା ଉଚିତ୍ । ଶରୀର କୁ ଠିକ୍ ଭାବରେ ମେନ୍ ଣ୍ଟେନ କରନ୍ତୁ ।
– ଶୀତଋତୁ ରେ ତାପମାତ୍ରା ରେ ଥଣ୍ଡା ଥିବା କାରଣରୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦେଖା ଦେଇଥାଏ । ଏହାଛଡା ଯେଉଁ ଜଏଣ୍ଟ ଯେଉଁ ଲିକୁଇଡ ଥାଏ ତାହା ଗାଢ଼ ହୋଇଯାଏ ଯେଉଁ କାରଣରୁ ଗଣ୍ଠି ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ଯାହାକି ଗୋଡ ଚଳ ପ୍ରଚଳ ହେବାରେ ସାହାଯ୍ୟ କରିଥାଏ । ଯାହାକୁ ଆମେ ସାଧାରଣ ଭାଷାରେ ଗ୍ରୀସ୍ କହିଥାଉ । ଆସନ୍ତୁ ଆଜି ଜାଣିବା କିପରି ଏହି ଯନ୍ତ୍ରଣା ରୁ ରକ୍ଷା ପାଇବା ।
* ଶୀତ ଋତୁରେ ଶୀତ ବସ୍ତ୍ର ନିହାତି ପିନ୍ଧିବା ଆବଶ୍ୟକ । ଯାହାଦ୍ଵାରା ଆପଣଙ୍କ ଶରୀର ର ସମସ୍ତ ଯଏଣ୍ଟ ଗୁଡ଼ିକୁ ଆରାମ ମିଳିବ ଓ ଯନ୍ତ୍ରଣା ଉପଶମ ହେବ ।
* ଶୀତ ଋତୁରେ ପ୍ରାୟ ଅନେକ ଲୋକ ଆଳସ୍ୟ କାରଣରୁ ବ୍ୟାୟାମ କରିବା ଛାଡ଼ି ଦେଇ ଥାଆନ୍ତି । କିନ୍ତୁ ଯଦି ଆପଣ ଅର୍ଥରାଇଟିସ ରୋଗୀ ତେବେ ନିହାତି ବ୍ୟାୟାମ କରିବା ଜରୁରୀ । ଏହାଦ୍ବାରା ଆପଣଙ୍କ ଶରୀର ର ମେଟାବୋଲିଯିମ୍ ବୃଦ୍ଧି ହେବ ଓ ଜଏଣ୍ଟ ଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟ କରିବ ।
* ଶୀତ ଋତୁରେ ଅର୍ଥରାଇଟିସ ସମସ୍ୟା ରୁ ଆରାମ ପାଇବା ପାଇଁ ଆପଣ ସ୍ବାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଖାଆନ୍ତୁ । ଯେପରିକି ଶୀତ ଋତୁର ସମସ୍ତ ପନିପରିବା , ଫଳମୂଳ , ବିଭିନ୍ନ ନଟସ ସହିତ ବିଟ୍ ରୁଟ ଯୁସ ପିଇବା ଆବଶ୍ୟକ । ଏହାଛଡା ବିଭିନ୍ନ ପ୍ରକାର ଶାଗ ଖାଆନ୍ତୁ , ଓମେଗା 3 ଫ୍ୟାଟି ଏସିଡ , ସୋୟବିନ , ମାଛ ଓ ଅଧିକ ପାଣି ପିଇବା ଆବଶ୍ୟକ ।
* ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରେ ଯଦି ଆପଣ କିଛି କାର୍ଯ୍ୟ କରୁଛନ୍ତି ତେବେ କୌଣସି ସ୍ଥାନ କୁ ବୁଲି ଯିବା ସମୟରେ ନିଜ ଗଣ୍ଠି ଯନ୍ତ୍ରଣା ର ବିଶେଷ ଧ୍ୟାନ ରଖନ୍ତୁ । ଆପଣ ଯଦି ନିଜର ଉଠିବା ବସିବା ଚଳ ପ୍ରଚଳ କୁ ଧ୍ୟାନ ଦେବେ ତେବେ ନିଜକୁ ସୁରକ୍ଷିତ ରଖି ପାରିବେ । ନିଜ ଓଜନ ବୃଦ୍ଧି ର ବିଶେଷ ଧ୍ୟାନ ରଖନ୍ତୁ । କାରଣ ଓଜନ ବୃଦ୍ଧି ହେଲେ ଗଣ୍ଠି ବୃଦ୍ଧି ପାଏ ।
* ଯଦି ଆପଣ ଅର୍ଥରାଇଟିସ ସମସ୍ୟା ରେ ପୀଡିତ ତେବେ ଧୁମ୍ରପାନ ଠାରୁ ଦୂରେଇ ରୁହନ୍ତୁ । କାରଣ ଧୁମ୍ରାପାନ ଗଣ୍ଠି ଯନ୍ତ୍ରଣା କୁ ବୃଦ୍ଧି କରିଥାଏ ।
* ଶୀତ ଋତୁରେ ଖରାରେ ବସିବା ଆବଶ୍ୟକ । ପ୍ରତିଦିନ ନିହାତି ସକାଳ ଖରା ରେ ୧ଘଣ୍ଟା ବସନ୍ତୁ, ଏହା ହାଡ କୁ ଭିଟାମିନ ଡି ଯୋଗାଇ ଥାଏ ।