କଣ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହଉଛିକି ? ଯନ୍ତ୍ରନାରୁ ମୁକ୍ତି ପାଇବା ପାଇଁ ଏହି ୭ଟି ଜିନିଷକୁ ଖାଦ୍ୟରେ ସାମିଲ କରନ୍ତୁ
ବୟସ ବଢିବା ସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବା ସାଧାରଣ କଥା, କିନ୍ତୁ ଆଜିକାଲି ଏହା ସବୁ ବୟସର ଲୋକଙ୍କଠାରେ ଦେଖାଯାଉଛି | ଆଜିର ବ୍ୟସ୍ତବହୁଳ ଜୀବନ ଶୈଳୀରେ କାର୍ଯ୍ୟର ଚାପ ବୃଦ୍ଧି ହେତୁ ଲୋକମାନେ କମ୍ ଶାରୀରିକ ପରିଶ୍ରମ କରନ୍ତି ଓ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଅଳସୁଆ ହେତୁ ଚାଲନ୍ତି ନାହିଁ l ଏଭଳି ପରିସ୍ଥିତିରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ଗୁରୁତର ସମସ୍ୟାର ରୂପ ହୋଇଥାଏ l ସେଥିପାଇଁ ପ୍ରତିଦିନ ମର୍ଣ୍ଣିଙ୍ଗ ୱାକ କରିବା ଜରୁରୀ ଅଟେ l ଏହା ବ୍ୟତୀତ, ଆମେ ଆପଣଙ୍କୁ ଖାଇବାକୁ ଥିବା ଜିନିଷଗୁଡ଼ିକର ଏପରି ଏକ ତାଲିକା ଦେଉଛୁ ଯାହାକୁ ଆପଣ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆଣ୍ଠୁକୁ ମଜବୁତ କରିପାରିବେ l
* ଓମେଗା ଫ୍ୟାଟି ଏସିଡ୍ ବାଦାମ ଓ ମଞ୍ଜିରେ ମିଳିଥାଏ, ଯାହା ଶରୀର ବହୁତ ଦରକାର | ଏହି ଏସିଡ୍ ଗୁଡିକ ପଲିନସୁଚୁରେଟେଡ୍ ଫ୍ୟାଟି ଏସିଡ୍ ଭାବରେ ମଧ୍ୟ ଜଣାଶୁଣା | ଏହା ମସ୍ତିଷ୍କକୁ ଭଲଭାବରେ କାମ କରିବାରେ ସାହାଯ୍ୟ କରେ l
* ମାଛ ହେଉଛି ଓମେଗା ଫ୍ୟାଟିର ଏକ ସମୃଦ୍ଧ ଉତ୍ସ | ଆପଣଙ୍କ ଖାଦ୍ୟରେ ସାର୍ଡିନ୍, ଟୁନା, ସଲମାନ ମାଛ ଅନ୍ତର୍ଭୁକ୍ତ କରି ଆଣ୍ଠୁକୁ ପ୍ରାକୃତିକ ଉପାୟରେ ଠିକ ରଖିପାରିବେ l
* ସବୁଜ ପନିପରିବାରେ ପ୍ରଚୁର ମାତ୍ରାରେ ପୋଷାକ ତତ୍ୱ ମିଳିଥାଏ l ଖାସକରି ଫୁଲ କୋବି ଓ ବ୍ରକୋଲି କେବଳ ଆପଣଙ୍କ ଆଣ୍ଠୁଗଣ୍ଠି ପାଇଁ ନୁହେଁ ,ଏହା ଶରୀରର ଅନ୍ୟ ଅଙ୍ଗ ପାଇଁ ମଧ୍ୟ ମହତ୍ଵପୁର୍ଣ l ଏଥିରେ ସେହି ବିଶେଷ ଏଞ୍ଜାଇମ ଅଛି ଯାହା ଶରୀରର ଗଣ୍ଠି ଗୁଡିକର ଫୁଲାକୁ କମ କରିଥାଏ l
* ଫଳରେ ଭରପୁର ମାତ୍ରାରେ ଭିଟାମିନ ,ମିନେରାଲସ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଛି ,କିଛି ଫଳ ଯେପରି ବ୍ଲୁ ବେରି ଓ ସେଓ ଗଣ୍ଠି ଯନ୍ତ୍ରଣା ସହିତ ଫୁଲାକୁ ନିୟନ୍ତ୍ରଣ କରିଥାଏ l ସପୁରୀରେ ବ୍ରୋମେଲୋନ ରହିଛି ,ଏହା ଅଷ୍ଟ୍ରିୟୋ ଆର୍ଥରାଇଟିସ ପାଇଁ ଅତ୍ୟନ୍ତ ଲାଭ ଦାୟକ l
* ଡାଲି ଓ ସମସ୍ତ ଶସ୍ୟ ଜାତୀୟ ଜିନିଷରେ ମିନେରାଲସ ,ପ୍ରୋଟିନ ଓ ଭିଟାମିନ ରହିଛି ,ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ l ଏହିସବୁ ଶସ୍ୟ ଜାତୀୟ ଖାଦ୍ୟରେ ଆଣ୍ଟି ଅକ୍ସିଡେଣ୍ଟ ଓ ଫ୍ଲେବୋନଏଡ ରହିଥିବା କାରଣରୁ ଗଣ୍ଠି ଓ ଆଣ୍ଠୁ ପାଇଁ ଅତ୍ୟନ୍ତ ହିତକର l
* ଗବେଷକ ମାନଙ୍କ ମତରେ ଦୈନନ୍ଦିନ ଘରେ ବ୍ୟବହାର ହେଉଥିବା ସୋରିଷ ତେଲ ଓ ରିଫାଇନ ତେଲ ଆଣ୍ଠୁ ଗଣ୍ଠିର ଆଉ ଏକ ସମସ୍ୟା , ସେହି ସ୍ଥାନରେ ଆପଣ ଅଲିଭ ଅଏଲ ବ୍ୟବହାର କରିବା ଦ୍ୱାରା ଶରୀରକୁ ଲାଭ ମିଳିବ l
* ରସୁଣ ,ଅଦା ଓ ହଳଦୀରେ ଆଣ୍ଟି ଇଂଫ୍ଲl ମେଟୋରି ଗୁଣ ରହିଛି l ଏହା ଆଣ୍ଠୁ ଓ ଅନ୍ୟ ଗଣ୍ଠି ଯନ୍ତ୍ରଣାକୁ ଠିକ କରିବାରେ ସାହାଯ୍ୟ କରିଥାଏ l ଏଠି ସହିତ ପିଆଜ ସେବନ କରିବା ମଧ୍ୟ ଗଣ୍ଠି ଯନ୍ତ୍ରଣା ପାଇଁ ଲାଭ ଦାୟକ l
Comments are closed.