Odisha news

ଦୁନିଆର ସବୁଠୁ ମାହାଙ୍ଗା ପାଣି : ଗୋଟିଏ ବୋତଲ ପାଇଁ ଦେବାକୁ ପଡୁଛି ଏତିକି ଟଙ୍କା , ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଗୋଟିଏ ପୁରୁଣା ଢଗ ଅଛି ଯେଉଁଥିରେ କୁହାଯାଇଛି ଯେ ଦୁନିଆରେ ସବୁ ଜିନିଷ ବିକ୍ରି ହୋଇ ପାରିବ କେବଳ ବଜାର ଥିବା ବଶ୍ୟକ l ପାଣି ଏପରି ଗୋଟିଏ ଜିନିଷ ଯାହା ପ୍ରକୃତିରେ ଅତି ସହଜରେ ମିଳିଯାଇଥାଏ ଓ ଏହାକୁ ଆମେ ପ୍ରକୃତି ନିକଟରୁ ମାଗଣାରେ ପାଇଥାଉ l କିନ୍ତୁ ବର୍ତମାନ ଏହି ପାଣିକୁ କିଛି ସ୍ଥାନରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି ,ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ l ଏଭଳି ଗୋଟିଏ ସହର ଅଛି  ଯାହାର ନାମ ଓସ୍ଲୋ ଅଟେ l

ଯାହା ଏଭଳି ଭାବରେ ପରିଚିତ ଯେଉଁଠାରେ ପାଣିର ବୋତଲ ବିଶ୍ୱର ସବୁଠୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ l ମିଳିଥିବା ସୂଚନା ଅନୁସାରେ ୧୨୦ ଟି ସହରରେ ପାଣିର ମୂଲ୍ୟ ସେଠାରେ ତିନିଗୁଣ ଅଧିକ ଥିବା ଦେଖା ଯାଇଥିଲା l ନିୟୁୟର୍କ ,ଷ୍ଟକହୋମ ଓ ହେଲଷିଙ୍କି ପାଣିର ବୋତଲ ଠାରୁ ଅଧିକ ମୂଲ୍ୟର ଅଟେ ଓସ୍ଲୋର ପାଣି ବୋତଲ l ଏହି ପାଣି ବୋତଲକୁ ଆମେରିକାର ୩୦ ଟି ଓ ସାରା ବିଶ୍ୱର ୧୨୦ ଟି ସହରରୁ ନଳ ଓ ବୋତଲବନ୍ଦ ପାଣି ସହିତ ତୁଳନା କରାଯାଇଛି l

ଯଦି ପାଣିର ମୂଲ୍ୟ ବିଷୟରେ କହିବା ତେବେ ଵର୍ଜିନିଆରେ ଏକ ବୋତଲ ପାଣିର ମୂଲ୍ୟ ୧୧୫ ଟଙ୍କା ,ଲସଏଞ୍ଜେଲସରେ ୧୧୧ ଟଙ୍କା ,ବାଲ୍ଟିମୋରରେ ୧୦୭ ଟଙ୍କା କିନ୍ତୁ ଏହି ସମସ୍ତ ପାଣି ବୋତଲ ଠାରୁ ସବୁଠୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ଓସ୍ଲୋର ପାଣି ବୋତଲ l ଏହି ପାଣି ବୋତଲ ତୁଳନାରେ ୧୯୫ ପ୍ରତିଶତ ଅଧିକ ଅଟେ ଓସ୍ଲୋର ପାଣି ବୋତଲ l ବର୍ତମାନ ଗବେଷଣା ଚାଲିଛି ଯେ ଏହି ପାଣି ଏତେ ଅଧିକ ମୂଲ୍ୟରେ କଣ ପାଇଁ ବିକ୍ରି କର ହେଉଛି l ତା ପଛରେ କଣ ରହିଛି ବୈଜ୍ଞାନିକ କାରଣ ସେ ବିଷୟରେ ଜଣାପଡି ନାହିଁ l

IEC 2 years

Comments are closed.