Odisha news

ମହିଳା ଡାକ୍ତରଙ୍କ ମୃତଦେହକୁ କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ

0

ଯୋଡା,୧/୧ :  କେନ୍ଦୁଝର ଜିଲ୍ଲା ଯୋଡା ଥାନା ଯୋଡା ପୌରପାଳିକା ଅନ୍ତର୍ଗତ ୨ ନଂ ୱାର୍ଡ ବନେଇକଳା ବସ୍ତି ଠାରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ଭଡାସୂତ୍ରରେ ଚାଲୁଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତରଙ୍କ ମୃତଦେହକୁ ରୁମର କବାଟ ଭାଙ୍ଗି ଯୋଡା ଥାନା ପୋଲିସ ସନେ୍ଦହଜନକ ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିବା ଖବର ହସ୍ତଗତ ହୋଇଛି । ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର କଟକର ମହିଳା ଡାକ୍ତର ଶୁଭଶ୍ରୀ କର ଯୋଡାରେ ନିଯୁକ୍ତି ପାଇବା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଉପରମହଲାରେ ଥିବା ଏକ ଘରକୁ ଭଡା ସୂତ୍ରରେ ନେଇ ରହୁଥିଲେ । ନୂଆବର୍ଷକୁ ସାଥୀମାନଙ୍କ ସହିତ ସେଲିବ୍ରେସନ କରି ସାରିବା ପରେ ରୁମକୁ ଫେରିଥିଲୋ ରବିବାର ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ତାଙ୍କ ଗୃହ ସହାୟିକା ଏବଂ ପଡୋଶୀ ମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁଚେଷ୍ଟା ପରେ କବାଟ ନ ଖୋଲିବାରୁ ଶେଷରେ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିବା ପରେ ଖଟ ଉପରେ ମହିଳା ଡାକ୍ତର ସ୍ଥିର ହୋଇ ଶୋଇଥିବାର ଦେଖି ପୋଲିସ ସଙ୍ଗେ ସଙ୍ଗେ ଯୋଡାସ୍ଥିତ ଟାଟାଷ୍ଟିଲ ହସ୍ପିଟାଲକୁ ନେଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ରିଶିଭ ଡେଡ୍ଘୋଷଣା କରିଥିଲେ । କେମିତି ଓ କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ମତପ୍ରକାଶ ପାଇଛି ।

Leave A Reply