Odisha news

ଜେଏମଏମରୁ ଇସ୍ତଫା ଦେଲେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଜୁନ ମୁର୍ମୁ

0

ବାରିପଦା  : ଆଦିବାସୀ ଯୁବନେତା ଅର୍ଜୁନ ମୁର୍ମୁ ଜେଏମଏମ ଜିଲ୍ଲା ଯୁବ ସଭାପତି ଏବଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ବଳରାମ ମୁର୍ମୁ, ରାମଚନ୍ଦ୍ର ହେମ୍ବ୍ରମ, ରଘୁନାଥ ମାର୍ଣ୍ଡି, ସତ୍ୟଜିତ୍ ଟୁଡୁ, ବାବୁଲୁ ମୁର୍ମୁ, ଅମିର ମାର୍ଣ୍ଡି, ରବିନ୍ଦ୍ର ସୋରେନ୍, ମହେନ୍ଦ୍ର ମୁର୍ମୁ, ରାମରାୟ ଟୁଡୁ, ମହନ ବାସ୍କେ, ସହଦେବ ମାର୍ଣ୍ଡି, ସମୀର ମୁର୍ମୁ, ଲିଟୁ ହାଁସଦାଃ, ଅଜୟ କୁମାର ମୁର୍ମୁ, ହାସୁ ସିଂ, ସତ୍ୟ ମହାନ୍ତ, ନବ ମାର୍ଣ୍ଡି ଓ କୁଆବୁଡା ଗ୍ରାମପଞ୍ଚାୟତର ସମିତି ସଭ୍ୟା ଲିଲିମଣୀ ମାର୍ଣ୍ଡିଙ୍କ ସମେତ ଅନେକ ସଦସ୍ୟ ଇସ୍ତଫା ଦେଇଛନ୍ତି । ବିଗତ ପଞ୍ଚାୟତ ନିର୍ବାଚନରେ ପ୍ରିୟାପ୍ରୀତି ପୋଷଣ ଓ ଅନୁଭବବିହୀନ ପରିଚାଳନା ଯୋଗୁଁ ଦଳର ଶୋଚନୀୟ ପରାଜୟ ଘଟିଛି । ଦୀର୍ଘଦିନରୁ ରାଜ୍ୟ ନେତୃତ୍ୱ ମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ଯାହାଫଳରେ ଜିଲ୍ଲାବାସୀଙ୍କ ପାଇଁ କାର୍ଯ୍ୟ କରିବାରେ ଦଳ ବିଫଳ ହୋଇଛି ।

ବାରମ୍ବାର ଓଡିଶାର ସମସ୍ୟାକୁ ନେଇ ଜେଏମଏମ ସୁପ୍ରିମୋ ଏବଂ ଜେଏମଏମ କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତେବେ ଦୀର୍ଘଦିନରୁ ଦଳରେ ରହି ଶ୍ରୀ ମୁର୍ମୁ ସଙ୍ଗଠନକୁ ସୁଦୃଢ କରିବାପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ତାଙ୍କୁ ଦଳରେ ଅଣଦେଖା କରାଯାଇଥିବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଓଡିଶା ପ୍ରଦେଶ ଅଧ୍ୟକ୍ଷା ଅଞ୍ଜନୀ ସୋରେନ୍ଙ୍କ ନିକଟରୁ ଲିଖିତ ମାଧ୍ୟମରେ ଜଣାଇଥିବା ଇସ୍ତାଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଅପରପକ୍ଷରେ ରାଜନୈତିକ ଦକ୍ଷତାର ଅଭିବୃଦ୍ଧି ପାଇଁ ଓଡିଶା ପ୍ରଦେଶ ଅଧ୍ୟକ୍ଷାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗ ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ମୟୂରଭଞ୍ଜବାସୀଙ୍କ ପାଇଁ ସଂଗ୍ରାମ ଜାରୀ ରଖିବା ସହ ନିଜର ଜାତି ଓ ମାଟି ପାଇଁ କାର୍ଯ୍ୟକରିବେ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave A Reply