Odisha news

ଜିଓଫାଇବର୍ ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ସହରର ପ୍ରମୁଖ ଆବାସିକ ସୋସାଇଟି ଏବଂ ଆପାର୍ଟମେଂଟରେ ଡିଜିଟାଲ ଲାଇଫଲାଇନ ପାଲଟିଛି

ଭୁବନେଶ୍ୱର: ସାଂପ୍ରତିକ ମହାମାରୀ ସମୟରେ ଅନ୍‌ଲାଇନ ପାଠପଢା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ହୁଅନ୍ତୁଅଥବା ଘରେଥାଇ କାମ କରୁଥିବା (ୱାର୍କ ଫ୍ରମ ହୋମ୍‌) ବୃତ୍ତିଧାରୀକିମ୍ବା କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀ ହୁଅନ୍ତୁସବୁ ବର୍ଗର ଲୋକଙ୍କ ପାଇଁ ନିରବଚ୍ଛିନ୍ନ ଡିଜିଟାଲ ସଂଯୋଗ ଅତ୍ୟାବଶ୍ୟକ ହୋଇପଡିଛି । ଭରସାଯୋଗ୍ୟ ହାଇ-ସ୍ପିଡ ଇଂଟରନେଟର ବର୍ଦ୍ଧିତ ଆବଶ୍ୟତାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଓଡ଼ିଶାର ୨୭ରୁ ଅଧିକ ସହର ଓ ନଗରରେ ପ୍ରମୁଖ ଅଂଚଳଗୁଡିକରେ ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବାଜିଓଫାଇବରକୁ ଦ୍ରୁତ ସଂପ୍ରସାରିତ କରିଛି । ହଜାର ହଜାର ବ୍ୟକ୍ତିଗତ ଏବଂ ଔଦ୍ୟୋଗିକ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଇବା ସହିତ ଜିଓଫାଇବର ସଂପ୍ରତି ରାଜ୍ୟର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବଡ ସହରଗୁଡିକରେ ଥିବା ଅଧିକାଂଶ ପ୍ରମୁଖ ଆବାସିକ ସୋସାଇଟି ଓ ଆପାର୍ଟମେଂଟ ଗୁଡିକର ହଜାର ହଜାର ବାସିନ୍ଦାଙ୍କ ପାଇଁ ବାସ୍ତବରେ ଏକ ଡିଜିଟାଲ ଜୀବନରେଖାରେ ପରିଣିତ ହୋଇଛି ।

ସାଂପ୍ରତିକ ପରିସ୍ଥିତିରେ ବହୁସଂଖ୍ୟକ ବାସିନ୍ଦା ନିଜ ଘରେ ଥାଇ କାର୍ଯ୍ୟ କରୁଥିବା ଏବଂ ଛାତ୍ରଛାତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗଦେଉଥିବା ଦୃଷ୍ଟିରୁ ଓଡ଼ିଶାର ଭୁବନେଶ୍ୱରକଟକସମ୍ବଲପୁରରାଉରକେଲାବ୍ରହ୍ମପୁର ଏବଂ ଅନ୍ୟ ପ୍ରମୁଖ  ସହରଗୁଡିକରେ ଥିବା ଆବାସିକ ସୋସାଇଟିସୁଉଚ୍ଚ ଅଟ୍ଟାଳିକାଆପାର୍ଟମେଂଟ କଂପ୍ଲେକ୍ସ ଆଦିରେ ବାସକରୁଥିବା ଲୋକଙ୍କ ପାଇଁ ଦ୍ରୁତ ସଂପ୍ରସାରିତ ହେଉଥିବା ଜିଓଫାଇବର ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ବେଶ୍ ଉପଯୋଗୀ ହୋଇପାରିଛି । ଏପରିକି ମହାମାରୀ ଏବଂ ଲକ୍‌ଡାଉନ୍ ଭଳି ସମୟରେ ମଧ୍ୟ ଜିଓଫାଇବର ନୂତନ ସଂଯୋଗ ଯୋଗାଇଦେବା ସହିତ ଘରେ ରହି କାମ କରୁଥିବା ଗ୍ରାହକଙ୍କର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି । ଭୁବନେଶ୍ୱରରେ କସ୍‌ମୋପଲିସଡିଏନ୍ ଅକ୍ସି ପାର୍କଜେଡ୍ ୱାନ୍‌ରୟାଲ ଲାଗୁନଟାଟା ଆରିଆନାଟ୍ରାଇଡେଂଟ ଗାଲାକ୍ସିଭିପୁଲ ଗାର୍ଡେନମଣି ତ୍ରିଭୁବନକ୍ଲବ ଟାଉନ ସମେତ ଶତାଧିକ ବୃହତ ଓ ମଧ୍ୟମ ଆବାସିକ ସୋସାଇଟି ଓ ଅପାର୍ଟମେଂଟ୍‌ଗୁଡିକୁ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସଂଯୋଗ କରିବା ସହିତ ଜିଓଫାଇବର ସଂପ୍ରତି ଓଡ଼ିଶାର ଅନେକ ସହର ଓ ନଗରାଂଚଳରେ ରହିଥିବା ୪୦୦ରୁ ଅଧିକ ଆବାସିକ ସୋସାଇଟି ଏବଂ ଆପାର୍ଟମେଂଟ କଂପ୍ଲେକ୍ସରେ ଉପଲବ୍ଧ ହେଉଛି ।

କ୍ଲବ ଟାଉନ ସ୍ଥିତ ନିଜ ବାସଭବନରେ ସଂପ୍ରତି ୱାର୍କ-ଫ୍ରମ୍‌-ହୋମ୍‌ରେ ଥିବା ଏକ ଅଗ୍ରଣୀ ବିଶ୍ୱସ୍ତରୀୟ ଆଇଟି କମ୍ପାନୀରେ କାର୍ଯ୍ୟରତ ଜଣେ ଆଇଟି ବୃତ୍ତିଧାରୀ କହିଛନ୍ତିସେ ଘରେ ରହି କାର୍ଯ୍ୟ କରିବା ଜିଓଫାଇବର୍‌ର ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ଯୋଗୁ ସମ୍ଭବ ହୋଇପାରିଛିକାରଣ ସେ ନିଜ ଘରେ ସ୍ୱାଚ୍ଛନ୍ଦ୍ୟରେ ବସି ବିନା କୌଣସି ପ୍ରତିବନ୍ଧକରେ କାର୍ଯ୍ୟ କରିବା ସହିତ ଅନ୍‌ଲାଇନ ମିଟିଂ ଏବଂ ଭିଡିଓ କନ୍‌ଫରେନ୍ସଗୁଡିକରେ ଯୋଗଦେଇପାରୁଛନ୍ତି । ଅନୁରୂପ ପ୍ରତିକ୍ରିୟା ପ୍ରକାଶକରି ଜେଡ୍ ୱାନ୍ ଆପାର୍ଟମେଂଟରେ ରହୁଥିବା ଜଣେ କାର୍ଯ୍ୟରତ ଡାକ୍ତର କହିଛନ୍ତିଜିଓଫାଇବର ପକ୍ଷରୁ ଯୋଗାଇ ଦିଆଯାଉଥିବା ଭରସାଯୋଗ୍ୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସଂଯୋଗ ରୋଗୀ ଏବଂ ତାଙ୍କ ସାଥୀ ଡାକ୍ତରମାନଙ୍କ ସହିତ ଭିଡିଓ ପରାମର୍ଶକୁ ସୁରୁଖୁରୁରେ ପରିଚାଳନା କରିବାରେ ବେଶ୍ ସହାୟକ ହେବା ସହିତ ତାଙ୍କ ପୁରା ପରିବାରକୁ ଅସୀମିତ ମନୋରଂଜନଖବରସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମ ଉପଭୋଗ କରିବାର ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ଅନେକ ସହର ଓ ନଗରାଂଚଳକୁ ଏହାର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର ଦ୍ରୁତ ସଂପ୍ରସାରଣ କରୁଛି ଏବଂ

ଏହା ସଂପ୍ରତି ଭୁବନେଶ୍ୱରକଟକପୁରୀଜଟଣିଅନଗୁଳସମ୍ବଲପୁରରାଉରକେଲାଝାରସୁଗୁଡାବେଲପାହାଡବ୍ରଜରାଜନଗରସୁନ୍ଦରଗଡବଲାଙ୍ଗୀରକେନ୍ଦୁଝରଭବାନିପାଟଣାକୋରାପୁଟରାୟଗଡାକେନ୍ଦ୍ରାପଡାଜଗତସିଂହପୁରଯାଜପୁରରୋଡଭଦ୍ରକତାଳଚେରଖୋର୍ଦ୍ଧାବ୍ରହ୍ମପୁରବାଲେଶ୍ୱରଜୟପୁରରାଜଗାଙ୍ଗପୁର ଆଦି ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରଗୁଡିକୁ ଦ୍ରୁତ ସଂପ୍ରସାରଣ ଜାରି ରଖିଛି ।

ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ସୁଲଭ ମୂଲ୍ୟର ପ୍ଲାନଗୁଡିକ ସହିତ ଜିଓଫାଇବର ନୂଆ ଗ୍ରାହକଙ୍କ ପାଇଁ କୌଣସି ସର୍ତ୍ତ ନରଖି ଏକମାସ ମାଗଣା ବ୍ୟବହାର ସୁବିଧା ଯୋଗାଇ ଦେଉଛି । ଯେଉଁଥିରେ ଏହା  ଗ୍ରାହକଙ୍କୁ ମାଗଣାରେ ୩୦ ଦିନ ପାଇଁ ୧୫୦ ଏମବିପିଏସ୍ ସ୍ପିଡ୍ ର ବ୍ରଡବ୍ୟାଣ୍ଡ୍ ସେବା ଏବଂ ଅସୀମିତ ଇଂଟରନେଟ ସହିତ ଆମଜନ୍ ପ୍ରାଇମ୍‌ଡିଜ୍‌ନୀ ହଟ୍‌ଷ୍ଟାର୍ ଭଳି ୧୩ଟି ପ୍ରିମିୟମ ଓଟିଟି ଆପ୍ ଦେଖିବା ସୁବିଧା ଉପଲବ୍ଧ କରାଉଛି ଏବଂ ମାଗଣା ପରୀକ୍ଷାମୂଳକ ବ୍ୟବହାର ପରେ ଗ୍ରାହକ ଯଦି ଚାହାନ୍ତି ତେବେ ତାହା ଫେରସ୍ତ ନେବା ବିକଳ୍ପ ମଧ୍ୟ ପ୍ରଦାନ କରୁଛି ।

Comments are closed.