ଜିନ୍ଦଲ ଇୟୁନାଇଟେଡ ଷ୍ଟିଲ ଲିମିଟେଡ, କଳିଙ୍ଗନଗର କାରଖାନା ଆଜି ଏହାର ନୂଆ କୋଲ୍ଡ ରୋଲିଙ୍ଗ ମିଲର କ୍ଷମତାକୁ ବାର୍ଷିକ ୦.୩ ମିଲିୟନ ଟନକୁ ବର୍ଦ୍ଧିତ କରିଛି । ଏହି କାରଖାନାକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ଦାନଗଦୀ ତହସିଲଦାର କୁମାରୀ ନମ୍ରତା ମୋଦୀ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଓ କମ୍ପାନୀର ବାହ୍ୟ ସମ୍ପର୍କ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ନୀଳମାଧବ ରଥ, ସିଆରଏମ ମୁଖ୍ୟ ଦୀପକ ଅଗ୍ରୱାଲ, ମାନବସମ୍ବଳ ବିଭାଗ ମୁଖ୍ୟ ରାକେଶ ପାଠକ ଓ ସାଧାରଣ ପ୍ରବନ୍ଧକ ତରୁଣ କୁମାର ରାଉତ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଜିନ୍ଦଲ କମ୍ପାନୀର କାରଖାନା ମୁଖ୍ୟ ଶ୍ରୀଯୁକ୍ତ ଆର.ଏସ. ବୈଦ୍ୟ କହିଥିଲେ ଓଡିଶାରେ ଏହି ନୂଆ କୋଲ୍ଡ ରୋଲିଙ୍ଗ ମିଲ ସ୍ଥାପନ କରିବାକୁ କମ୍ପାନୀ ୨୬୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି । ଏହା ଦେଶର ମୁଲ୍ୟଯୁକ୍ତ ଷ୍ଟେନଲେସ ଷ୍ଟିଲ ଉତ୍ପାଦର ଚାହିଦାକୁ ପୁରଣ କରିବ ।
ମୁଁ ନିଶ୍ଚିତ ଯେ ଏହି ବିକାଶ ଏ ଅଞ୍ଚଳରେ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠା କରିବାରେ ସହାୟକ ହେବ ଏବଂ ରାଜ୍ୟରେ ଅଧିକ ପୁଞ୍ଜି ବିନିଯୋଗ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହି କୋଲ୍ଡ ରୋଲିଙ୍ଗ ମିଲର ବର୍ଦ୍ଧିତ କ୍ଷମତା ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବ ଏବଂ ମୁଲ୍ୟଯୁକ୍ତ ଉତ୍ପାଦଗୁଡିକର ସହଜ ଉପଲବ୍ଧତାକୁ ମଧ୍ୟ ସୁନିଶ୍ଚିତ କରିବ ଯାହା “”ମେଡ ଇନ ଇଣ୍ଡିଆ” ଅଟେ । ଆମଦାନୀ ହେଉଥିବା ମେଟ୍ରୋ ଟ୍ରେନ କୋଚ, ଲିଫ୍ଟ ଓ ଅଟୋମୋବାଇଲ ପାର୍ଟ୍ସ ଇତ୍ୟାଦିରେ ବ୍ୟବହୃତ ଷ୍ଟେନଲେସ ଷ୍ଟିଲ ବର୍ତ୍ତମାନ ସ୍ୱଦେଶୀ ଉପଲବ୍ଧ ହେବା ସହିତ ବାସନ, ସାଜସଜାରେ ବ୍ୟବହୃତ ବିଭିନ୍ନ ଢାଞ୍ଚାର ପାଇପ ଓ ଟିୟୁବ ପରି ସାମଗ୍ରୀର ଚାହିଦାକୁ ପୁରଣ କରିବ । ଏହି ବିକାଶ, ଅତିରିକ୍ତ ୫୦୦ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହି ନୁତନ କୋଲ୍ଡ ରୋଲିଙ୍ଗ ମିଲର ବର୍ଦ୍ଧିତ କ୍ଷମତା ମଧ୍ୟ ପତଳା ଷ୍ଟେନଲେସ ଷ୍ଟିଲ ଆବଶ୍ୟକତାକୁ ପୂରଣ କରିବ । ଯାଜପୁର କଳିଙ୍ଗନଗରରେ ଅବସ୍ଥିତ ଏହି ଅଲ୍ଟ୍ା ଅତ୍ୟାଧୁନିକ ସୁବିଧା ବର୍ତ୍ତମାନ ଦୁଇଟି ୨୦-ହାଇ (ଚ୍ଛ) ରୋଲିଙ୍ଗ ମିଲ ଏବଂ ତିନୋଟି କ୍ରମାଗତ ଉଜ୍ଜଳ ଆନାଲିଙ୍ଗ ଲାଇନ ଯାହା କାରଖାନାର ସହାୟକ ହୋଇପାରିଛି । ଏହି କାର୍ଯ୍ୟକ୍ରମକୁ ବାହ୍ୟସମ୍ପର୍କ ବିଭାଗର ପ୍ରବନ୍ଧକ ଶ୍ରୀଯୁକ୍ତ ମିହିର କୁମାର ଦାସ, ରାଜୀବ କୁମାର ଦେ, ବିଜୟାନନ୍ଦ ମହାରଣା ଓ ଅଭିନନ୍ଦିତା ବାରିକ ପରିଚାଳନା କରିଥିଲେ ।