Odisha news

ବର୍ଦ୍ଦି ଦେଇଥିଲା ପ୍ରେରଣା, ଲକ୍ଷ ଆଣିଦେଇଛି ସଫଳତା. ଜଣେ ମହିଳା ଜବାନଙ୍କ କଥା

0

 

ରାୟଗଡା- ରାଜ୍ୟଟା ସାରା ସଙ୍କିର୍ଣ୍ଣ ଚିନ୍ତାର ସୁଅ । ଝିଅଟିଏ ଘରୁ ପଦାକୁ ବାହାରିଲେ ଭିନ୍ନଭିନ୍ନ ନଜର ଆପେଆପେ ଉଠିଆସେ । ସେଭଳି ଏକ ମାଟିରେ ଜନ୍ମ ନେଇ ମଧ୍ୟ ମନରେ ମା ମାଟିକୁ ସୁରକ୍ଷା ଦେବାର ଚିନ୍ତା । ପଲଙ୍କ ଛାଡି ବଣ ପାହାଡରେ ଦିନ କାଟିବାର ଅହରହ ଇଛା । ମହିଳା ହେଲେବି କିଛି କମ ନୁହନ୍ତି ଏହା ପ୍ରମାଣିତ କରିବାର ଯଥେଷ୍ଟ ପ୍ରୟାସ । ରେଶମ ଶାଢ଼ି ବଦଳରେ ବର୍ଦ୍ଦି, ରୁଣୁଝୁଣୁ ଚୁଡି ବଦଳରେ ଦେଶ ସୁରକ୍ଷା ପାଇଁ ଶସ୍ତ୍ର ଧରି ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗ କରିଥିବା ଜଣେ ମହିଳା ଜବାନ ମିତୁ ରଏଙ୍କ କଥା ।
ବାଟରେ ଯାଉଯାଉ ବର୍ଦ୍ଦି ପିନ୍ଧିଥିବା ଜବାନଙ୍କୁ ଦେଖିଲେ ମନଟା ଆନେ୍ଦାଳିତ ହୋଇଉଠୁଥିଲା । ହାତରେ ବନ୍ଧୁକ ଧରିଥିବା ସିପାହି ନଜରକୁ ଆସିଗଲେ ବାରମ୍ବାର ତାକୁ ଦେଖିବାକୁ ଇଛା ହେଉଥିଲା । ଆପେଆପେ ନିଜକୁ ତା ସ୍ଥାନରେ ରଖି ଅନେକ କଳ୍ପନା ମନ ଭିତରକୁ ଆସିଯାଉଥିଲା । ହାତରେ ଶସ୍ତ୍ର ଧରି ଅନ୍ୟକୁ ସୁରକ୍ଷା ଯୋଗାଇ ଦେବାର ଚିନ୍ତା ପ୍ରତି ମୂହୁର୍ତ୍ତରେ ଘାରୁଥିଲା । ଆଉ ପିଲାଟି ଦିନରୁ ଏଭଳି ଆଶା ବାନ୍ଦିଥିବା ପାଟଣାର ଜଣେ ଝିଅ ମିତୁ ରଏଙ୍କ କଥା ମହିଳା ଦିବସରେ ଉପସ୍ଥାପନା କରୁଛୁ ।
ବାପା । କେ.ପି ରଏ । ଜଣେ ସାଧାରଣ ମଣିଷ । ପୁତ୍ର ସନ୍ତାନ ଟିଏ ନଥିଲେ ମଧ୍ୟ ୩ଟି ଝିଅକୁ କେବେମଧ୍ୟ ପୁଅଠାରୁ କମ ଭାବିନଥିଲେ । କିନ୍ତୁ ଝିଅ ମିତୁ ରଏଙ୍କ ବର୍ଦ୍ଦି ପିନ୍ଧିବା ଜିଦ ଆଗରେ ସେ ହାରିଯାଇଥିଲେ ବୋଲି ନିଜେ ମିତୁ କହନ୍ତି । ନିଜ ଘର ବିହାର ରାଜ୍ୟ ପାଟଣାରେ ଇଂରାଜୀରେ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ କରିବା ପରେ ସେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ)ରେ ଯୋଗଦେବା ପାଇଁ ପରିକ୍ଷା ଦେଇ ୨୦୦୪ରେ କୃତ୍ତକାର୍ଯ୍ୟ ମଧ୍ୟ ହୋଇଥିଲେ । ପରିବାର ଲୋକେ ଜାଣିଥିଲେ ଯେ, ତାଲିମ କେନ୍ଦ୍ରରୁ ଝିଅ ନିଜେନିଜେ ଫେରିଆସିବ । କିନ୍ତୁ ବର୍ଦ୍ଦିପିନ୍ଧି ଗୁରୁଦାୟୀତ୍ୱ ତୁଲାଇବାର ନିଶା ଆଉ ନିଷ୍ଟା ଆଜି ମିତୁ ରଏଙ୍କୁ ରାୟଗଡା ଭଳି ଦୁର୍ଗମ ପାହାଡିଆ ଇଲାକାରେ ମାଓବାଦୀ ଦମନ ସକାଶେ ସେକେଣ୍ଡେଣ୍ଟ କମାଣ୍ଡେଣ୍ଟ ରୂପେ ପରିଚିତ କରାଇପାରିଥିବା ସେ କହିଛନ୍ତି । ନିଜ ତାଲିମ ବେଳର ଅନୁଭୂତିର କଥାରେ ସେ କହନ୍ତି ୨୦୦୪ବ୍ୟାଚରେ ଥିବା ୬୫ଜଣ ସିଆରପିଏଫ ଅଫିସରଙ୍କ ମଧ୍ୟରେ ସେ ଜଣେମାତ୍ର ଝିଅ । ତାଲିମ ପ୍ରଦାନ କରୁଥିବା ଡିଆଇଜି ଆଇଜିଙ୍କ ସମେତ ବାପା ମା’ଙ୍କ ଏବଂ ନିଜେ ମଧ୍ୟ ତାଲିମ ଶେଷ କରିବା ନେଇ ସନେ୍ଦହ କରୁଥିଲେ । ତେବେ ପୁଅଙ୍କ ମେଳରେ ରହି ସେମାନଙ୍କ ସହ ପ୍ରତିଯୋଗିତା ମନୋଭାବ ରଖି କିଛି ଭିନ୍ନ କରିଦେଖାଇବାର ପ୍ରବଳ ଇଛା ଅଗରେ ସବୁକିଛି ହାର ମାନିଯାଇଥିଲା । ଆଉ ସେ ୧୩ମାସର କଠିନ ତାଲିମ ଶେଷକରି ୨୦୦୬ରେ ସିଆରପିଏଫ ମହିଳା ବାଟାଲିୟନରେ ଯୋଗଦେଲେ । ୮୮ନମ୍ବର ବାଟାଲିୟନରେ ଦିଲ୍ଲୀରେ ନିଯୁକ୍ତି ପାଇବା ପରେ ଉଗ୍ରବାଦୀ ଇଲାକା ଶ୍ରୀନଗରକୁ ନିଜର କର୍ମସ୍ଥଳି ରୂପେ ବାଛିନେଇଥିଲେ । ପରେ ୨୦୦୭ବେଳକୁ ଉତ୍ତର ପୂର୍ବାଞ୍ଜଳ ଇମ୍ଫାଲରେ ଉଗ୍ରବାଦୀ ସମସ୍ୟା ଚାଲିଥିବା ବେଳେ ଦମନ ପାଇଁ ସେଠାରେ ତାଙ୍କର ପୋଷ୍ଟିଂ ହୋଇଥିଲା । ମିତୁଙ୍କ କାର୍ଯ୍ୟଶୈଳି ଦେଖି ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)ରେ ୫ବର୍ଷ ଧରି କାର୍ଯ୍ୟ କରିଥିବା ସେ କହିଛନ୍ତି । କାର୍ଯ୍ୟକ୍ଷେତ୍ରରେ ସେ ନିଜ ସହ କାମ କରୁଥିବା ଜଣେ ଅଫିସରଙ୍କୁ ଜୀବନସାଥି ରୂପେ ବାଛିନେଇଥିବା ସେ କହିଛନ୍ତି । ପରେପରେ ସେ ଲେଫଟ ଓିାଙ୍ଗରେ ପ୍ରଥମ ଝିଅ ଜବାନ ରୂପେ କାର୍ଯ୍ୟକରି ଉଗ୍ରାବଦୀ ନିୟନନ୍ତ୍ରଣ କରିବାରେ ସଫଳ ହୋଇଥିବା ମିତୁ କହିଛନ୍ତି । ପରେ ସେ ସିଆରପିଏଫର ୪ର୍ଥ ବାଟାଲିୟନରେ ସେକେଣ୍ଡେଣ୍ଟ କମାଣ୍ଡେଣ୍ଟ ରୂପେ ରାୟଗଡାରେ ଯୋଗଦେଇ ନକ୍ସଲ ଦମନ କ୍ଷେତ୍ରରେ କାର୍ଯ୍ୟ କରୁଆସୁଛନ୍ତି । ଗତ କିଛି ବର୍ଷ ଭିତରେ କି ଦିନ କି ରାତି ଆବଶ୍ୟକ ପଡିଲେ ୧୨୦୦ଜବାନଙ୍କ ଗହଣରେ ଜଣେ ଝିଅହୋଇ ମଧ୍ୟ ଦିନଦିନ ଧରି ଜଙ୍ଗଲରେ ବିତାଇଥିବା ନିଜ ଅନୁଭୂତିରୁ କହିଛନ୍ତି । ବିଭିନ୍ନ ଅପରେସନ ପାଇଁ କ୍ୟାମ୍ପରୁ ବାହାରି ଜଙ୍ଗଲକୁ ଯିବାହି ଠିକ । ଫେରିବାର ଅନିଶ୍ଚିତା ପ୍ରତ୍ୟେକ ମୁହୁର୍ତ୍ତରେ ରହିଥାଏ । ଇଲାକାରେ ଶାନ୍ତି ଫେରାଇ ଆଣିବାକୁ ଦିନରାତି ଅହରହ ଉଦ୍ୟମ ଅବ୍ୟହତ ରହିଛି । ତେବେ ମନରେ ଗୋଟିଏ ଲକ୍ଷ । ଦେଶ ମାତୃକା ପାଇଁ କିଛି କରିବା । ଲୋକଙ୍କୁ ଶାନ୍ତି ନିଦ ଟିକିଏ ଦେବା ଏହା ମନରେ ରଖି କାର୍ଯ୍ୟ କରିଚାଲିଛୁ । ଏହି କାର୍ଯ୍ୟରେ ଅଫିସର ଓ ଜବାନ ସମସ୍ତେ ସମାନ ସହଯୋଗ କରୁଥିବା ବେଳେ ଲଢ଼େଇ ଚାଲିଛି । ସାଧାରଣ ଜନତାଙ୍କ ମନ ଜିତି ମାଓବାଦଙ୍କ ଠାରୁ ଦୂରେଇବା କାର୍ଯ୍ୟ ମଧ୍ୟ ଅବ୍ୟହତ ରହିଛି । ମହିଳାଙ୍କ ଉଦ୍ୟେଶରେ ସନେ୍ଦଶ ଦେଇ ସେ କହନ୍ତି ମହିଳା କେବବି ଦୁର୍ବଳ ନୁହନ୍ତି । ଆମେ ଅବଳା ଦୁର୍ବଳା ନୋହୁ ଏହି ମାନଶିକତା ରଖି କାର୍ଯ୍ୟ କରିଲେ ସଫଳତା ଆପେଆପେ ପାଖକୁ ଆସି ପହଞ୍ଚିବ ଏହାମୋର ବିଶ୍ୱାଷ ବୋଲି କହିଛନ୍ତି । ଭୟ ମନରେ ରହିଥାଏ । ଏହାକୁ ଏଡେଇଦେଲେ ନାରୀ ସର୍ବାଗ୍ରେ । ଦେବୀ ଦେବତାଙ୍କ ନିକଟରେ ଗୋଟିଏ ଶସ୍ତ୍ର ରହିଥିଲା । ଯେଉଁଥିରେ ଶତୃଙ୍କୁ ଧ୍ୱସଂ କରିଦେଉଥିଲେ । ମୋ ଶସ୍ତ୍ର ମୋ ପାଖରେ ରହିଛି । ଦେଶ ମାତୃକାର ସୁରକ୍ଷା ପାଇଁ ଯେତେବେଳ ପର୍ଯ୍ୟନ୍ତ ଏହି ଶସ୍ତ୍ର ମୋ ନିକଟରେ ରହିଛି ମୋ ମା’ ସୁରକ୍ଷିତ ବୋଲି ମିତୁ ରଏ କହିଛନ୍ତି ।

Leave A Reply