Odisha news

ଘର ଭଙ୍ଗା ପାଇଁ ଯାଇଥିବା ଫେରିଲା ଜେସିବି ନିରାଶ ହୋଇ ଫେରିଲେ ପୋଲିସ ପ୍ରଶାସନିକ ଅଧିକାରୀ

0

ବାସୁଦେବପୁର: ବାସୁଦେବପୁର ବ୍ଲକର ନରସିଂହପୁର ପଞ୍ଚାୟତର ମଖଲପୁର ଗ୍ରାମର ରାମଚନ୍ଦ୍ର ଜେନା ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ଜବରଦଖଲ କରି ରହିଥିବାର ଅଭିଯୋଗ ପରେ ପ୍ରଶାସନ ଓ ପୋଲିସ ଏଭିକ୍ସନ କରିବାକୁ ଯାଇଥିବା ବେଳେ ମାନ୍ୟବର ଅଦାଲତର ନିର୍ଦ୍ଧେଶ ମୂଳେ ଶେଷରେ ନିରାଶ ହୋଇ ଜେସିବି ସହ ଫେରିଆସିବାକୁ ପଡିଥିଲା । ମଖଲପୁର ଗ୍ରାମର ଶଙ୍କର୍ଷଣ ଜେନାଙ୍କ ପୁଅ ରାମଚନ୍ଦ୍ର ଜେନା ଘର ଛାଡି ବହୁ ବର୍ଷ ହେଲା ଏକ ସରକାରୀ ଜମିରେ ଘର କରି ରହିଆସୁଥିଲେ । ଏହି ଜାଗାରେ ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନରେ ଏକ ପାଇଖାନା ନିର୍ମାଣ ହୋଇଛି । ରାମଚନ୍ଦ୍ର ଜେନା ଏହି ସରକାରୀ ଜାଗାରେ ବହୁଦିନ ଧରି ବେଆଇନ୍‍ ଭାବେ ଜବରଦଖଲ କରି ରହୁଥିବାରୁ ସରକାରଙ୍କୁ ଜରିମାନା ଦେଇଆସୁଥିଲେ । ନରସିଂହପୁର ରାଜସ୍ୱ ନିରକ୍ଷକଙ୍କ ସର୍କଲର ମଖଲପୁର ମୌଜାରେ ଖାତା ନମ୍ବର- ୨୪୦ ଓ ପ୍ଲଟ ନମ୍ବର-୩୭୧ କିସମ ସର୍ବସାଧାରଣ ସ୍ମଶାନର ୪୪ ଡିସମିଲ ଜାଗାରୁ ୪ ଡିସିମିଲ ଅବରୋଧ କରିଥିବା ବେଳେ ଖାତା ନମ୍ବର- ୨୪୧ଓ ପ୍ଲଟ ନମ୍ବର-୩୭୨ ଗୋଚର ଜମିରୁ ୧୦ ଡିସିମିଲ ଜମିରେ ଘର କରି ରହୁଛନ୍ତି ।

ପ୍ରଶାସନ ଦୀର୍ଘ ଦିନ ଧରି ଜାଣି ମଧ୍ୟ ଜବରଦଖଲ ଜରିମାନା କାଟି ନିରବ ଦ୍ରଷ୍ଟା ସାଜିଥିଲା । ଯଦି ରାମଚନ୍ଦ୍ର ଜେନା ଜଣେ ଭୂମିହୀନ ଲୋକ ତାଙ୍କୁ କାହିଁକି ବସୁନ୍ଧରା ଯୋଜାନରେ ଜମି ପ୍ରଦାନ କରାଗଲା ନାହିଁ । ଯଦି ରାମଚନ୍ଦ୍ରଙ୍କର ପୌତ୍ରିକ ସମ୍ପତ୍ତି ରହିଛି ତାହେଲେ କାହିଁକି ସରକାରଙ୍କ ଗୋଚର ଓ ସ୍ମଶାନରେ ଘର କରିବା ପାଇଁ ସୁଯୋଗ ଦିଆଗଲା । ଏହି ଅବରୋଧକୁ ବିରୋଧ କରି ମଣି ଦଳେଇ,ଭାଗିରଥି ପଣ୍ଡା,ଅକ୍ଷୟ ଦଳେଇ ପ୍ରମୁଖ ବ୍ୟକ୍ତି ଅଦାଲତର ଆଶ୍ରୟ ନେଇଥିଲେ । ଯେହେତୁ ଏହି ଜମି କିସମ ଗୋଚର ଓ ସ୍ମଶାନ ହୋଇଥିବାରୁ ମାନ୍ୟବର ଅଦାଲତ କମିସନର,ଭଦ୍ରକ ଜିଲ୍ଲାପାଳ,ଉପଜିଲ୍ଲାପାଳ,ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଅଦାଲତର ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ହୋଇ ଘର ଭାଙ୍ଗିବା ପାଇଁ ଆଜି ଜେସିବି ଆଣିଥିବା ବେଳେ ଅପ୍ରିତିକର ପରିସ୍ଥିତି ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା । ରାମଚନ୍ଦ୍ରକୁ ସମର୍ଥନ କରି ଶହ ଶହ ଗ୍ରାମବାସୀ ଘର ଭାଙ୍ଗନଦେବା ପାଇଁ ଅଣ୍ଟା ଭିଡିଥିଲେ । ପୋଲିସ ଓ ଗ୍ରାମାବସୀଙ୍କ ମଧ୍ୟରେ ମୁହାଁମୁର୍ହି ପରିସ୍ଥିତି ସୃଷ୍ଟି ହେବା ସହିତ ଉତ୍ତେଜନା ଲାଗି ରହିଥିଲା ।

ରାମଚନ୍ଦ୍ର ଜେନାଙ୍କ ଆବେଦନକୁ ଗ୍ରହଣ କରି ନ୍ୟାୟଳୟର ଅନ୍ୟ ଏକ ଆଦେଶ ମୂଳେ ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ଏଭିକ୍ସନକୁ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ବୋଲି ଦର୍ଶାଇ ରାମଚନ୍ଦ୍ରଙ୍କ ଓକିଲ ଭାରପ୍ରାପ୍ତ ମାଜିଷ୍ଟ୍ରଟ ବାସୁଦେବପୁର ତହସିଲର ଅତିରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ କୋର୍ଟର ନିର୍ଦ୍ଧେଶ ନାମା ଦେଖାଇ ଥିଲେ । ହେଲେ ମାଜିଷ୍ଟ୍ରଟ ଶ୍ରୀ ବିଶ୍ୱାଳ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ । ଫଳରେ ଉତ୍ତେଜନା ଦେଖାଦେଇଥିଲା । ପରେ କୋର୍ଟ ଆଦେଶ ଗ୍ରହଣ କରିବା ପ୍ରଶାସନ ଜେସିବି ଓ ପୋଲିସ ନେଇ ଫେରିଯାଇଥିଲା । ଗ୍ରାମବାସୀ ଏହାକୁ ସ୍ୱାଗତ କରିଥିବା ବେଳେ ଅପର ପକ୍ଷ ଆବେଦନକାରୀ କହିଛନ୍ତି ଜମିଥିବା ଲୋକଙ୍କୁ କାହିଁକି ଗୋଚର ଓ ସ୍ମଶାନ ଜମିରେ ଘର କରିବା ପାଇଁ ସୁଯୋଗ ଦିଆଗଲା । ରାମଚନ୍ଦ୍ର ଜେନାଙ୍କ ବାପା ଶଙ୍କର୍ଷଣ ଓ ବୁଢି ମାଆଙ୍କ ନାମରେ ଜମିଥିବା ବେଳେ ସେ କିପରି ଭୂମିହୀନ ହେଲେ ବୋଲି ଅଭିଯୋଗ କରିଛନ୍ତି ।

Leave A Reply