Odisha news

ମୃତଦେହ ରଖି ପାରାଦୀପ-କଟକ ରାସ୍ତାରୋକ

0

ପାରାଦୀପ-କଟକ ରାସ୍ତାର ପିପିଳ ଛକ ନିକଟରେ ମୃତଦେହ ରଖି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଏହି ଗାଁର ସତ୍ୟବ୍ରତ ନାୟକ ନାମକ ଜଣେ ଯୁବକ ପାରାଦୀପରେ ଥିବା ଏଏମ୍/ଏନ୍ଏସ୍ କମ୍ପାନିକୁ ଡୁ୍ୟଟି କରିବା ପାଇଁ ଯାଉଥିଲେ । ଏହି ସମୟରେ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ।

ଏସ୍ସିବିରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତୁ୍ୟ ହୋଇଥିଲା । ଉକ୍ତ କମ୍ପାନିଠାରୁ କ୍ଷତିପୂରଣ ଦାବି ଓ ପରିବାରର ଜଣଙ୍କୁ ନିଯୁକ୍ତି ଦାବିରେ ଗ୍ରାମବାସୀ କଟକ-ପାରାଦୀପ ରାସ୍ତା ଶବ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଅଟକି ରହିଥିଲା ।

ଖବରପାଇ ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଓ ଲକ୍ ଥାନା ପୁଲିସ ଉତ୍ଥ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହି ସମୟରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ରାସ୍ତାରୋକ ହଟିନଥିଲା । ପରେ ଏ ନେଇ ଘଟଣାର ସମାଧାନ ପାଇଁ ଗ୍ରାମବାସୀଙ୍କୁ ପାରାଦୀପ ଲକ୍ ଥାନାକୁ ଡକାଯାଇଛି ।

Leave A Reply