Odisha news

ବିଜେଡି ସାଧାରଣ ଲୋକଙ୍କ ଦଳ : ମନ୍ତ୍ରୀ ଅଶୋକ ପଣ୍ଡା

0

 

ଯାଜପୁର: ଗଣତନ୍ତ୍ରରେ ଲୋକହିଁଶ୍ରେଷ୍ଠ । ସାଧାରଣ ଲୋକ ହିଁ ମାଲିକ । ବିଜେଡି ସାଧାରଣ ଲୋକଙ୍କ ଦଳ ଭାବେ ଦୀ ର୍ଘ ୨୦ ବର୍ଷ ହେଲା ନିରବ ଛିନ୍ନ ଭାବେ ଶାସନ ଯୋଗାଇ ଆସୁଛି । ଶନିବାର ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ପଂଚାୟତ ହରିପୁର ହାଇସ୍କୃଲ ପଡିଆରେ ବରୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗଦାନ କରି ଉପସ୍ଥିତ କର୍ମୀ , ବୃଦ୍ଧିଜୀବି, ଓ ଜନସାଧାରଣଙ୍କୁ ଏ କଥା କହିଛନ୍ତି ।

ଏହି ଅବସରରେ ବରୀର ବିକାଶ କୁ ତ୍ୱାରନିତ କରାଯିବା ସହିତ ସାଧାରଣ ଲୋକଙ୍କ ସେବା ଉପରେ ଗୁରୁତ୍ୱ ଦେଇ ଦଳୀୟ କର୍ମୀ ଓ ନେତା ମାନେ କାମ କରିବାକୁ ମନ୍ତ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ । ବରୀ ବ୍ଲକ ବିଜେଡି ସଭାପତି କେଦାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଯାଜପୁର ଏମପି ଶର୍ମିଷ୍ଠା ସେଠୀ , ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦାନ କରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଆର୍ଦଶ ଉପରେ ଅନୁ ପ୍ରାଣିତ ହୋଇ ବିଜୁ ବାବୁଙ୍କ ପରି ସାଧାରଣ ଲୋକଙ୍କ ସେବାରେ ନିଜକୁ ନୟୋଜିତ କରିବାକୁ କହିଥିଲେ । ଏହି ମଂଚରେ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ଯାଜପୁର ବ୍ଲକ ସଭାପତି ପରେଶ କୁମାର ବିଶ୍ୱାଳ, ରସୁଲପୁର ବ୍ଲକ ସଭାପତି ଅରୁଣ କୁମାର ରାଉତ, ବରୀ ବ୍ଲକ ମହିଳା ସଭା ନେତ୍ରୀ ଜ୍ୟୋସ୍ନାନାଥ ଶର୍ମା, ବରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅଶୋକ କୁମାର ସାମଲ, ବରୀବ୍ଲକ ଯୁବ ସଭାପତି ରଂଜନ କୁମାର ପଣ୍ଡା, ବରୀ ବ୍ଲକ କୃଷକ ସଭାପତି ବିପିନି ବିହାରୀ ଦାସ, ଦଳୀତ ସଭାପତି ଦୁସ୍ମନ୍ତ ସେଠୀ, ରସୁଲପୁର ବ୍ଲକ ଯୁବ ସଭାପତି ପ୍ରଫୁଲ ସାହୁ, ସଂଖ୍ୟା ଲଘୁ ସେଲ ସଭାପତି ସେକ୍ ସାବିର ଅଲି,ବରୀ ବ୍ଲକ ଛାତ୍ର ବିଜେଡି ସଭାପତି ସଦିଛା ପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବରୀର ବିଜେଡି ସଂଯୋଜକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବନ୍ଦ୍ର ଦାସଙ୍କୁ ମୁଖ୍ୟ ଅତିଥି ପଣ୍ଡା ଉପଢୈାକନ ଓ ପୁଲତୋଡା ଦେଇ ସମ୍ବଦ୍ଧିତ କରିଥିଲେ । ଅନ୍ୟତମ ନେତା ରାଜ୍ୟ ବିଜେଡି କାଉନସିଲ ମେମ୍ବର ମନୋଜ କୁମାର ନାୟକ ଉପସ୍ଥିତ ରହି ତୃଣମୂଳ ସ୍ତରରୁ ସଂଗଠନକୁ ସକ୍ରିୟ କରିବା ପାଇଁ ଏହି ଜୟନ୍ତୀ ଉତ୍ସବରେ ଶପଥ ନେବାକୁ କହିଥିଲେ । ପପୁ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣୀ ସାମଲ , ସମିତି ସଭ୍ୟ ଅଶୋକ ଜେନା, ସରପଂଚ ଶରତ ଜେନା , ପ୍ରଦିପ ଘଡାଇ ମଂଚାସିନ ଥିଲାବେଳେ ଯୁବ ଛାତ୍ର ଓ ମହିଳା ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ମୁଖ୍ୟ ଅତିଥି ପଣ୍ଡା, ଏମପି ସେଠୀ ଓ ବିଧାୟିକା ଦାସ ପ୍ରମୁଖ ସମ୍ବଦ୍ଧିତ କରିଥିଲେ । ଏହି ମଂଚରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁବୋଧ ଜେନା ଭାଜପା ଛାଡି ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦାନ କଲେ । ମନ୍ତ୍ରୀ ପଣ୍ଡା ଜେନାଙ୍କୁ ଫୁଲତୋଡା ଓ ଦଳୀୟ ଉପଢୈାକ ଦେଇ ଦଳକୁ ପାଛୋଟି ନେଇଥିଲେ ।

Leave A Reply