ପିପିଲି-ଡେଲାଙ୍ଗ,ପିପିଲି ନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତି ସ୍ଥାନୀୟ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ଏହି ଅବସରରେ କାର୍ଯ୍ୟକ୍ରମକୁ ପିପିଲି ବ୍ଲକ ବଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ମହାରଥି ବିଜୁ ବାବୁଙ୍କ ପାଇଁ ସେ ରାଜନୀତିକୁ ଆସିବା ଓ ଓଡିଶାରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିବା ପ୍ରକାଶ କରିଥିଲେ ।
ସେହୀପରି ବିଜୁ ବାବୁ ଦେଶ ବିଦେଶରେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସଦା ସର୍ବଦା ଗୈାରବ ଆଣିଥିଲେ । ସ୍ୱତନ୍ତ୍ର ଓଡିଶା ଗଠନ, ମହିଳା ସଶକ୍ତ କରଣ ହେଉ କି ମାକୁ ସମ୍ମାନ ଗାଁ କୁ କାମ ତାଙ୍କର ଜୀବନରେ ଥିଲା ପ୍ରଥମ ସ୍ଲୋଗାନ । ଆଜି ଓଡିଶାର ପୁରପଲ୍ଲୀରେ ତାହାର ପ୍ରମାଣ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ମିଳିଛି ।
ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା,ବ୍ଲକ ଅଧ୍ୟକ୍ଷ ପ୍ରଶନ୍ନ ସାହୁ,ଜିଲ୍ଲାପରିଷଦ ଦେବାଶିହ ନନ୍ଦ,ମହିଳା ମିଶନ ସଂଘ ସମ୍ପାଦିକା ବାସନ୍ତି ସାହୁ,ଏବଂ ପିପିଲି ବ୍ଲକ ପୁରୀ ଜିଲ୍ଲା ବିଜେଡି ସାଧରଣ ସମ୍ପାଦକ କିଶୋର ଛୋଟରାୟ,ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ,ପିପିଲି ଏନଏସି ପୁର୍ବତନ ଅଧ୍ୟକ୍ଷ ସେକ୍ ବାବୁ,ବରିଷ୍ଠ ସମବାୟବିତ୍ ସଦାଶିବ ଦାଶ, ବିଜେଡି ଉପସଭାପତି ଡା.ଚିନ୍ମୟ ମହାପାତ୍ର.ଯୁବ ବିଜେଡି ସଭାପତି ମନୋଜ ଦାଶ,ଯୁବନେତା ଆର୍ତବନ୍ଧୁ ସାମନ୍ତରାୟ ପ୍ରମୁଖ ବିଜୁ ବାବୁ ଙ୍କ ଆଦର୍ଶ ଉପରେ ଆଲୋକପାତ କରି ଅଂଚଳରେ ନୁତନ କଲ୍ୟାଣ ମଣ୍ଡପ ସହିତ ପିପିଲି ଡେଲାଙ୍ଗ ରାସ୍ତାକୁ ବିଜୁ ବାବୁଙ୍କୁ ନାମରେ ନାମିତ କରିବା ସହ ତାଙ୍କୁ ଭାରତ ରନô ପ୍ରଦାନ ପାଇଁ ଦାବୀ ଆଣିଥିଲେ ।