ସାଧାରଣତଃ ଲୋକମାନେ ଭାବିଥାନ୍ତି ଯେ ଘରେ ଅଧିକ ବ୍ୟାୟାମ କରିବା ଅସୁବିଧା ହୋଇପାରେ ,ଯେଉଁ କାରଣରୁ ସେମାନଙ୍କର ରୁଚି ବ୍ୟାୟାମ ପ୍ରତି କମିଯାଇଥାଏ l କିନ୍ତୁ ଏପରି ଜରୁରୀ ନୁହେଁ ,ଆପଣ ଚାହିଁଲେ ଘରେ ମଧ୍ୟ ବ୍ୟାୟାମ କରି ନିଜକୁ ଫିଟ ରଖି ପାରିବେ l ବାସ କେବଳ ଏତିକି ଆବଶ୍ୟକ ଆପଣଙ୍କର ସେହି ଖରାପ ଅଭ୍ୟାସ ଗୁଡିକୁ ନିହାତି ଦୂରକରିବା ଜରୁରୀ ,ଯେଉଁ କାରଣରୁ ଆପଣ ଘରେ ଠିକ୍ ରେ ବ୍ୟାୟାମ କରି ପାରୁନାହାନ୍ତି l ସେଥିପାଇଁ ଆଜି ଆମେ ଆପଣଙ୍କୁ ସେ ବିଷୟରେ କିଛି ସୂଚନା ଦେବୁ l
ବ୍ୟାୟାମ କରିବା ପାଇଁ ଖାଲି ସମୟର ପ୍ରତୀକ୍ଷା କରିବା -ପାଖାପାଖି ୧୦ ଟିରୁ ୮ଟି ଲୋକଙ୍କର ଏହି ଅଭ୍ୟାସ ରହିଛି ଯେ ବ୍ୟାୟାମ କରିବା ପାଇଁ ଖାଲି ସମୟର ଅପେକ୍ଷା କରିବା l ସେ ସେହି ଅପେକ୍ଷା ଯେତେ ଲମ୍ବା ହେଲେ ମଧ୍ୟ କରିବାକୁ ଚାହିଁଥାନ୍ତି l ଯେବେକି ଏହି ଅଭ୍ୟାସ ସହିତ ଆପଣ କେବେବି ଠିକ୍ ରେ ବ୍ୟାୟାମ କରି ପାରିବେ ନାହିଁ କିମ୍ବା ଆପଣଙ୍କ ରୁଟିନରେ ଏହାକୁ ସାମିଲ କରି ପାରିବେ l ସେଥିପାଇଁ ଏହା ଜରୁରୀ ଅଟେ ଯେ ଖାଲି ସମୟର ପ୍ରତୀକ୍ଷାରେ ସମୟ ନଷ୍ଟ ନକରି ପ୍ରତେକ ଦିନ ବ୍ୟାୟାମ ପାଇଁ ଗୋଟିଏ ସମୟ ନିର୍ଧାରଣ କରନ୍ତୁ l
ବ୍ୟାୟାମକୁ ନେଇ ନିଜର କୌଣସି ବଡ଼ ଲକ୍ଷ ରଖନ୍ତୁ ନାହିଁ -ବ୍ୟାୟାମ କିମ୍ବା ଫିଟନେସକୁ ନେଇ ଅଧିକାଂଶ ଲୋକ ଆରମ୍ଭ କରିବା ପୂର୍ବରୁ ବଡ଼ ଲକ୍ଷ ତିଆରି କରିଥାନ୍ତି ,ଏହାର ଅର୍ଥ ସେମାନଙ୍କର ପ୍ଲାନ ବଡ଼ ଥାଏ l ଯେବେକି ଆପଣଙ୍କୁ ପ୍ରଥମରୁ ଛୋଟ ଲକ୍ଷ ସହିତ ଆରମ୍ଭ କରିବା ଆବଶ୍ୟକ l ଯେପରି କି କଠିନ ବ୍ୟାୟାମ ଆରମ୍ଭ କରିବା ବଦଳରେ ହାଲ୍କାଫୁଲ୍କା ବ୍ୟାୟାମ କରିବା ଉଚିତ l ଏହା ଦ୍ୱାରା ଆପଣ ଜଲ୍ଦି ଥକିବେ ନାହିଁ ଓ ବ୍ୟାୟାମ ପାଇଁ ଆପଣଙ୍କର ଇଛା ବଢିବା l
ନିଜକୁ ପସନ୍ଦ ଥିବା ବ୍ୟାୟାମ କରନ୍ତୁ -ଅନ୍ୟମାନେ ଯେଉଁ ବ୍ୟାୟାମ କରୁଛନ୍ତି ତାହାକୁ ଦେଖି ଆପାନବ ନିଜର ଉତ୍ସାହ ବଢ଼ାନ୍ତୁ ନାହିଁ l କାରଣ ଅଲଗା ଅଲଗା ପ୍ରକାରର ବ୍ୟାୟାମ ଅଲଗା ଅଲଗା ଉଦେଶ୍ୟରେ କରାଯାଏ l ସେଥିପାଇଁ ଆପଣ କେଉଁ ଉଦେଶ୍ୟରେ ବ୍ୟାୟାମ କରିବାକୁ ଚାହୁଁଛନ୍ତି ଓ ସେ ବ୍ୟାୟାମରେ ଆପଣଙ୍କ ଶରୀର ପାଇଁ କଣ ଆବଶ୍ୟକତା ରହିଛି ସେହି ଅନୁସାରେ କରନ୍ତୁ l
ନିଜକୁ ଉତ୍ସାହିତ କରନ୍ତୁ -ବ୍ୟାୟାମ ଏକ ଲକ୍ଷ ଭଳି ରହିଛି ,ଯାହା ଦ୍ୱାରା ଆପଣ ଉପକୃତ ହୋଇ ପାରିବେ l ସେଥିପାଇଁ ବ୍ୟାୟାମ କରିବାକୁ ହେଲେ ସେ ଦିଗକୁ ନିଜକୁ ଆକର୍ଷିତ କରିବାକୁ ପଡିବ l ଯଦି ଏପରି ନକରିବେ ତେବେ ଆପଣଙ୍କ ଶରୀର କେବେବି ଫିଟ ରହିବ ନାହିଁ କିମ୍ବା ଆପଣ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରି ପାରିବେ ନାହିଁ l ତେଣୁ ବ୍ୟାୟାମ ପ୍ରତି ନିଜର ଉତ୍ସାହ ବଢାଇବା ନିହାତି ଆବଶ୍ୟକ ତାହାଲେ ଯାଇ ଆପଣ ଗୋଟିଏ ସୁନ୍ଦର ଓ ସୁସ୍ଥ ଜୀବନ ଅତିବାହିତ କରି ପାରିବେ l