ଛାଞ୍ଚୁଣି ରୁ ନେଇ କଇଁଚି ପର୍ଯ୍ୟନ୍ତ , ଘରର ଆର୍ଥିକ ସ୍ଥିତିକୁ ଖରାପ କରିପାରେ ଏହି ୫ଟି ଜିନିଷ : ଏହିଭଳି ବ୍ୟବହାର କରନ୍ତୁ
ଛୋଟ ଛୋଟ ଜିନିଷକୁ ନେଇ ଗୋଟିଏ ଘର ତିଆରି ହୋଇଥାଏ l ଘରର ସମସ୍ତ ଛୋଟ ଜିନିଷର ନିଜସ୍ୱ ମହତ୍ୱ ରହିଛି l ଏହି ଛୋଟ ଛୋଟ ଜିନିଷ ଦ୍ୱାରା ଘରର ସମୃଦ୍ଧି ଓ ଅସୁବିଧା ମଧ୍ୟ ରହିଥାଏ l ଏହି ଜିନିଷ ଗୁଡିକର ଠିକ ଭାବରେ ପ୍ରୟୋଗ କରି ନିଜ ଜୀବନକୁ ସୁଧାରି ପାରିବେ l
* ଝାଡୁ – ଝାଡୁ ଘରର ଗୋଟିଏ ମହତ୍ଵପୁର୍ଣ ଜିନିଷ ଅଟେ ଓ ଆର୍ଥିକ ସ୍ଥିତି ସହିତ ଯୋଡ଼ା ହୋଇ ମଧ୍ୟ ଝାଡ଼ୁକୁ ଦେଖା ଯାଇଥାଏ l ଝାଡ଼ୁକୁ ଅନାଦର କରିବା , ଝାଡ଼ୁକୁ ଗୋଡ଼ ଲଗାଇବା , ଫୋପଡ଼ି ଦେବା ଓ ଘରେ ଛିଡା ଝାଡୁ ରଖିବା ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ l ଝାଡୁ କୁ ଘରେ ଲୁଚେଇ ରଖିବା ଆବଶ୍ୟକ l ତାର ବେଣ୍ଟ କୁ ତଳ ପଟକୁ ରଖିବା ଉଚିତ l ସୂର୍ଯ୍ୟାସ୍ତ ସମୟରେ ଓ ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ବ୍ୟକ୍ତି ଦରିଦ୍ର ହୋଇଥାଏ l
* କଇଁଚି – କଇଁଚି ଘରେ ସମ୍ପର୍କ ପାଇଁ ଗପଟିଏ ବଡ ଭୂମିକା ଗ୍ରହଣ କରିଥାଏ l ଏହାର ଭୁଲ ପ୍ରୟୋଗ ଦ୍ୱାରା ଘରେ ସମ୍ପର୍କ ଖରାପ ହୋଇପାରେ l କଇଁଚି କୁ କପଡା ରେ କିମ୍ବା କାଗଜରେ ଗୁଡ଼ାଇ ରଖିବା ଦ୍ୱାରା ସମ୍ପର୍କ ଭଲ ହୋଇଥାଏ l ବିନା କାରଣରେ କଇଁଚି ଚଲେଇବା ଦ୍ୱାରା ଘରେ ବାଦ ବିବାଦ ଆରମ୍ଭ ହୋଇଥାଏ l କଇଁଚି କେବେ କାହାକୁ ଉଦ୍ଧାର ଦେବା ଉଚିତ ନୁହେଁ କାରଣ ଉକ୍ତ ବ୍ୟକ୍ତି ସହିତ ସମ୍ପର୍କ ଖରାପ ହୋଇଥାଏ l
* ଛୁରୀ – ଛୁରିକୁ ସବୁବେଳେ ଓଲଟା ରଖିବା ଆବଶ୍ୟକ l ଏହାର ଧାର ତଳକୁ ରହିବା ଉଚିତ l ଏହାଦ୍ୱାରା ସନ୍ତାନ ମାନଙ୍କର ଉନ୍ନତି ହେବ l ବିନା ଧାର ଛୁରୀ , କଳଙ୍କି ଲାଗିଥିବା ଛୁରୀ ଆକସ୍ମିକ ସ୍ୱାସ୍ଥ୍ୟ ସମସ୍ୟାକୁ ଟାଣି ଆଣେ l
* ପା ପୋଛ – ପା ପୋଛ ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ l ତେଣୁ ପା ପୋଛ କୁ ସବୁବେଳେ ସଫା ଓ ସୁନ୍ଦର ରଖିବା ଆବଶ୍ୟକ l ଅସନା ପା ପୋଛ ଆପଣଙ୍କ ଘରକୁ ଖରାପ ସମସ୍ୟାକୁ ଡାକି ଆଣିଥାଏ l ସବୁବେଳେ ସଫା ପା ପୋଛ ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ଓ ଈଶ୍ୱରଙ୍କ ଆଗମନ ପାଇଁ ପ୍ରାଥନା କରନ୍ତୁ l
* ବାସନ – ବାସନାକୁ ସବୁବେଳେ ଠିକ ଭାବରେ ରଖିବା ଆବଶ୍ୟକ l ଯଦି ବାସନ ଏପଟ ସେପଟ ହୋଇ ରଖା ଯାଇଥିବ ତେବେ ଆପଣଙ୍କ ଜୀବନ କଷ୍ଟରେ କାଟିବ l ବାସନାକୁ ଶବ୍ଦ କରି କଚାଡି ରଖିବା ଉଚିତ ନୁହେଁ l କାରଣ ଏହାଦ୍ୱାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ l ଯେତେବେଳେ ନୂଆ ବାସନ କିଣୁଛନ୍ତି ପ୍ରଥମେ ସେଥିରେ ଦୁଗ୍ଧ ଗରମ କରନ୍ତୁ l
Comments are closed.