Odisha news

ଧ୍ୟାନ ଦିଅନ୍ତୁ ଝାଡୁ ବିଷୟରେ ଏହି ୫ଟି ମହତ୍ୱପୂର୍ଣ୍ଣ କଥା ହସି ଉଠିବ ଆପଣଙ୍କ ଘର ସଂସାର

0

ପ୍ରତେକଟି ଜିନିଷର ସକାରତ୍ମକ ଓ ନାକରତ୍ମକ ପ୍ରଭାବ ଆମର ଜୀବନ ଉପରେ ପଡିଥାଏ l ସେହି ଭଳି ଗୋଟିଏ ହେଉଛି ଝାଡୁ l ଯାହାକୁ ଆମେ ଘରର ସଫା ସୁତୁରା କାର୍ଯ୍ୟରେ ବ୍ୟବହାର କରିଥାଉ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ଝାଡ଼ୁକୁ ଧାନର ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ l ବାସ୍ତୁ ଶାସ୍ତ୍ରରେ ଝାଡ଼ୁର ବିଶେଷ ମହତ୍ୱ ରହିଛି l ବାସ୍ତୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ପୂର୍ବରୁ ଘରେ ଝାଡୁ ଲଗାଇବା ଆବଶ୍ୟକ l ସନ୍ଧ୍ୟା ପରେ ଝାଡୁ ଲଗାଇଲେ ଘରେ ମା ଲକ୍ଷ୍ମୀ ଅପ୍ରସନ ହୋଇଥାନ୍ତି l ଯଦି ସନ୍ଧ୍ୟା ପରେ ଘର କେବେ ଝାଡୁ କରୁଛନ୍ତି ତେବେ ଘରର ଅଳିଆ ବାହାରକୁ କାଢ଼ିବ ଉଚିତ ନୁହେଁ l

ଆମର ହିନ୍ଦୁ ଧର୍ମର ପୌରାଣିକ ମାନ୍ୟତା ଅନୁସାରେ ଅନେକ ନୀତିନିୟମ ରହିଛି l ଯାହାକୁ ଆମେ କିଛି ମାତ୍ରାରେ ମନିଥାଉ l ତେଣୁ ଆଜି ଆସନ୍ତୁ ଜାଣିବା ଏହି ଝାଡୁ ବିଷୟରେ କିଛିଟା କଥା l

ରୋଷେଇ ଘରେ କାହିଁକି ଝାଡୁ ରଖିବା ଉଚିତ ନୁହେଁ –

କିଛିଟା ଜିନିଷ ଏପରି ରହିଛି ଯାହାକୁ ମାନିବ ଆବଶ୍ୟକ l ଏମିତିରେ ତ ରୋଷେଇ ଘରକୁ ସଫା ସଫି କରିବା ପାଇଁ ଝାଡ଼ୁର ଆବଶ୍ୟକତା ପଡିଥାଏ ,କିନ୍ତୁ ସଫାସଫି ହେଉଥିବା ବସ୍ତୁ ଗୁଡିକୁ ରୋଷେଇ ଘରେ ରଖିବା ଉଚିତ ନୁହେଁ l ରୋଷେଇ ଘରେ ଝାଡୁ ଓ ପୋଛା ରଖିବା ଦ୍ୱାରା ଘରେ ଅର୍ଣ୍ଣର କମି ଦର୍ଶାଇଥାଏ କାରଣ ଝାଡୁ ଓ ପୋଛାର ସମ୍ପର୍କ ମହିଳା ସଫା କରିବା ସହିତ ରହିଛି l ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ରୋଷେଇ ଘରେ ଝାଡୁ ଓ ପୋଛା ରଖିବା ଦ୍ୱାରା ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ l

ଏହିପରି ଭାବରେ ରଖନ୍ତୁ ଝାଡୁ –

ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ନିଜ ଘରର ଝାଡ଼ୁକୁ ଧନ ଭଳି ଲୁଚେଇ ରଖିବା ଆବଶ୍ୟକ l ଝାଡ଼ୁକୁ ସମସ୍ତେ ଦେଖିବା ଭଳି ସ୍ଥାନରେ ରଖିବା ଉଚିତ ନୁହେଁ l ଏହି କଥାର ଧ୍ୟାନ ରଖନ୍ତୁ ଯେ ଝାଡ଼ୁକୁ କଦାପି ଠିଆକରି ରଖିବା ଉଚିତ ନୁହେଁ ,ଏପରି ରଖିଲେ ଘରେ ଦରିଦ୍ରତା ବାସ କରିଥାଏ l ଝାଡ଼ୁକୁ ସବୁବେଳେ ଚଟାଣ ଉପରେ ଶୁଆଇ ରଖିବା ଆବଶ୍ୟକ l

ଏହି ଦିଗରେ ଝାଡୁ ରଖନ୍ତୁ –

ବାସ୍ତୁର କୁହାଯାଇଛି ଯେ ଝାଡୁ ରଖିବା ପାଇଁ ଉଚିତ ଦିଗ ହେଉଛି ଦକ୍ଷିଣ ପଶ୍ଚିମ କିମ୍ବା ପଶ୍ଚିମ ଦିଗ ଅଟେ l କୁହାଯାଏ ଯେ ଏହି ଦିଗରେ ଝାଡୁ ରଖିଲେ ନାସ୍ତିକ ଶକ୍ତି ଘରେ ସକ୍ରିୟ ହୁଅନ୍ତି ନାହିଁ ,ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଯେ କେବେବି ଐଶାନ୍ୟ କୋଣରେ ଝାଡୁ ରଖିବା ଉଚିତ ନୁହେଁ l କାରଣ ଏପରି କରିବା ଦ୍ୱାରା ଭଗବାନଙ୍କର ଆଗମନ ହୋଇ ନଥାଏ l

ଛିଡା ଝାଡୁ ରଖିବା ଦ୍ୱାରା ଘରେ ଅସୁବିଧା ହୋଇଥାଏ –

ପୌରାଣିକ ମାନ୍ୟତା ଅନୁସାରେ ଝାଡୁ ଛିଡିଯିବା ମାତ୍ରେ ଏହାକୁ ବଦଳାଇବା ଉଚିତ l ଛିଡା ଝାଡୁ ଦ୍ୱାରା ଆମେ ଘର ସଫାକଲେ ଘରକୁ ବିପଦ ଟାଣିଆଣିଥାଉ ବୋଲି କୁହାଯାଇଛି l

ଝାଡୁ ଲକ୍ଷ୍ମୀଙ୍କ ପ୍ରତୀକ –

ଝାଡ଼ୁକୁ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ l ସେଥିପାଇଁ କିଏ ଯଦି ଘର ଝାଡୁ କରୁଛି ଝାଡ଼ୁରେ ଯଦି ଗୋଡ ବାଜିଗଲା ତେବେ ଝାଡ଼ୁକୁ ବିଷ୍ଣୁ କରନ୍ତୁ l ନହେଲେ ଏହା ଲକ୍ଷ୍ମୀ ମାତାଙ୍କର ଅପମାନ ବୋଲି କାହାଯାଇଥାଏ l ଝାଡ଼ୁରେ କେବେ ପାଦ ଲଗାନ୍ତୁ ନାହିଁ l ଏପରି କରିବା ଦ୍ୱାରା ଘରେ ଆର୍ଥିକ ଅବସ୍ଥା ଭଲ ରହିବ l

 

Leave A Reply