ମୋଟୀଭେସନାଲ ସ୍ପିକର ଜୟା କିଶୋରୀ ଙ୍କ ମତ : କୌଣସି ସମ୍ପର୍କ ଛିଡାଇବା ପୂର୍ବରୁ ଏହିସବୁ କଥାକୁ ନିହାତି ଧ୍ୟାନ ଦେବା ଜରୁରୀ
ଆମେ ନିଜ ଜୀବନ ଯାତ୍ରାରେ ଅନେକ ପ୍ରକାର ଲୋକଙ୍କର ସମୁଖୀନ ହୋଇଥାଉ, ସେଥି ମଧରୁ କିଛିଟା ଲୋକଙ୍କ ସହିତ ଆମର ସମ୍ପର୍କ ରହିଥାଏ l ଆଉ ଏହି ଲୋକ ଆଗକୁ ଯାଇ ଆମ ସୁଖଦୁଃଖର କାରଣ ହୋଇ ଥାଆନ୍ତି l କିନ୍ତୁ ଅନେକ ସମୟରେ ଆମେ ଏଭଳି ଲୋକଙ୍କ ସହିତ ଯୋଡି ହୋଇପାରୁ ନାହିଁ l ଯେଉଁ ମାନଙ୍କ ସହିତ ରହିବା ଦ୍ୱାରା ଜୀବନ କେବଳ କଷ୍ଟଦାୟକ ଓ ନକାରାତ୍ମକ ଶକ୍ତିରେ ବୁଡି ଯାଇଥାଏ l ଏଭଳି ଲୋକଙ୍କୁ ଟକ୍ସିକ କୁହାଯାଇ ଥାଏ l ଅନେକ ସମୟରେ ଆପଣଙ୍କୁ ନିଜ ଖୁସି ଓ ଅସ୍ତିତ୍ବ ପାଇଁ ଏମାନଙ୍କ ସହିତ ସମ୍ପର୍କ ଛିଡ଼ାଇବାକୁ ପଡିଥାଏ l
ଏଭଳି ସ୍ଥିତିରେ ନିଜକୁ ଠିକ ଭାବରେ ଅନ୍ୟ ମାନଙ୍କ ନିକଟରେ ପ୍ରସ୍ତୁତ ରଖିବା ପାଇଁ ମୋଟୀଭେସନଲା ସ୍ପିକର ଜୟା କିଶୋରୀଙ୍କ କେତୋଟି କଥାକୁ ମାନିବା ନିହାତି ଜରୁରୀ l
* ଏଭଳି ଟକ୍ସିକ ଲୋକଙ୍କୁ ଏହା ଜଣା ନାହିଁ ଯେ ସେମାନଙ୍କ ଆକ୍ସନ କିଭଳି ଭାବରେ କାହାକୁ କଷ୍ଟ ଦେଇଥାଏ l ତେଣୁ ସେମାନଙ୍କ ନିକଟରେ ମୁଣ୍ଡ ପୋତି ଚୁପ ଚାପ ରହିବା ବଦଳରେ ସିଧାସଳଖ କଥାବାର୍ତା କରିବା ଜରୁରୀ l ସେମାନଙ୍କୁ ଜଣାଇବା ଉଚିତ ଯେ ସେମାନଙ୍କ କଥାବାର୍ତା ଯୋଗୁଁ କିଭଳି ଆପଣଙ୍କୁ କଷ୍ଟ ହେଉଛି l
* ଯେତେବେଳେ ଆପଣ ଏଭଳି କୌଣସି ଟକ୍ସିକ ଲୋକ ଙ୍କ ସହିତ କଥା ହେଉଛନ୍ତି ସେତେବେଳେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ l ବରଂ ସେହି ବ୍ୟକ୍ତି ଭୁଲ ହୋଇଥାଉ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ l କାହିଁକି ନା ଏଭଳି ବ୍ୟକ୍ତିଙ୍କ ସହିତ ପାଟିତୁଣ୍ଡ ସମ୍ପର୍କ କୁ ବିଗାଡି ଦେଇଥାଏ l
* ଭୁଲ ବୁଝାମଣା ପାଇଁ ଅନେକ ସମୟରେ ବ୍ୟକ୍ତି ର ପରିସ୍ଥିତି ମଧ୍ୟ ଦାୟୀ ରହିଥାଏ l ତେଣୁ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ସାମ୍ନାରେ ଥିବା ଲୋକର ପରିସ୍ଥିତି କୁ ବୁଝିବା ଜରୁରୀ l ଏବଂ ସବୁ କଥାକୁ ଠିକ ରେ ବୁଝି ଯେକୌଣସି ନିଷ୍ପତି ନିଅନ୍ତୁ l
* ସବୁବେଳେ ବଦଳିବା କିମ୍ବା ବଦଳାଇବା ତ ସମ୍ଭବ ନୁହେଁ , କିନ୍ତୁ ଟକ୍ସିକ ଲୋକ ଙ୍କୁ ବଦଳିବା ପାଇଁ ଥରୁଟିଏ ଚାନ୍ସ ଦେବା ଜରୁରୀ l ଯଦି ସେ ପୁରୁଣା କଥାକୁ ଭାବି କିମ୍ବା ଚିନ୍ତା କରି ଦୁଖୀ ହୋଇଥାଏ ତେବେ ସମୟ ଆସିବା ମାତ୍ରକେ ପରିବର୍ତ୍ତନ ହୋଇଯାଏ l
* ଯେଉଁ ବ୍ୟକ୍ତି ଆପଣଙ୍କୁ ବାରମ୍ବାର ଆଗତ ଦେଇ ଆପଣଙ୍କ କଥା ଚିନ୍ତା କରେ ନାହିଁ, ଆପଣଙ୍କ ମନକୁ ବାରମ୍ବାର କଷ୍ଟ ଦେଇଥାଏ, ସେଭଳି ଲୋକଙ୍କ ସହିତ ଖୁବ କମ ସମୟ ବିତାଇବା ଜରୁରୀ l ଅଧିକ କଥା ହୁଅନ୍ତୁ ନାହିଁ l ଏହି ସମୟରେ ନିଜକୁ ଶାନ୍ତ ରଖନ୍ତୁ ଖୁବ କମ କଥା ହୁଅନ୍ତୁ l
* ସମ୍ପର୍କ ଛିଡ଼ାଇବା ଖୁବ କଷ୍ଟ, କିନ୍ତୁ ଅନେକ ସମୟରେ ଆମ ଜୀବନ ଏଭଳି ହୋଇ ଯାଇଥାଏ ଯେ ମନକୁ ଆମେ ଶାନ୍ତ ରଖିବା କଷ୍ଟକର ହୋଇ ଯାଇଥାଏ l ଏପରିସ୍ଥିତି ରେ ନିଜ ମନକୁ ଶାନ୍ତ ରଖି ଭାବିଚିନ୍ତି କାର୍ଯ୍ୟ କରିବା ଆବଶ୍ୟକ l