ଯଶିପୁର : ଯଶିପୁର ବ୍ଲକ ରେ ଚଢା ଦାମରେ ଇଉରିଆ ଓ ଗ୍ରୋମର ସାର ବେଆଇନ ଭାବେ ବିକ୍ରି କରୁଥିଲେ ମଧ୍ୟ କୃଷି ବିଭାଗ ନିରବ ଦ୍ରଷ୍ଟା ସାଜିଛି l ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ର ଦାନା ବାନ୍ଧୁଛି l ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରୀ ସ୍ୱୀକୃତି ପ୍ରାପ୍ତ ସମବାୟ ସଂସ୍ଥା ଲେମ୍ପସ ମାନଙ୍କୁ ସାର ଯୋଗାଣ ଦାଇତ୍ୱ ନ ଦେଇ ବେସରକାରୀ ଭାବେ ବାର ଜଣ ଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି l ଏହି ସାର ଦୋକାନୀ ମାନେ ସରକାରୀ ଭାବେ ଇଉରିଆ ସାର ଧାର୍ଯ୍ୟ ଦାମ ବ୍ୟାଗ (୫୦ କି .ଗ୍ରା ) ପ୍ରତି ୨୬୦ ରୁ ୨୭୦ ଟଙ୍କା ସରକାରୀ ଧାର୍ଯ୍ୟ ମୂଲ୍ୟ ହୋଇଥିବା ବେଳେ ବେସରକାରୀ ଲାଇସେନ୍ସ ପ୍ରାପ୍ତ ବିକ୍ରତା ମାନେ ମନମୁଖୀ ଭାବେ ୪୦୦ ଟଙ୍କା ପର୍ଯ୍ୟନ୍ତ ଚଢା ଦରରେ ଚାଷୀଙ୍କୁ ବିକ୍ରି କରୁଛନ୍ତି l ଯାହାକୁ ଚାଷୀ ମାନେ ବିରଧ କରିଛନ୍ତି l
କୃଷି ବିଭାଗ ର କତୃପକ୍ଷ ଙ୍କ ପାଖରେ ଚାଷୀ ମାନେ ଅଭିଯୋଗ କଲେ ମଧ୍ୟ କୌଣସି କଥା ଶ୍ରୀନୁ ନାହାନ୍ତି l ପରୋକ୍ଷରେ ବେସରକାରୀ ଲାଇସେନ୍ସ ପ୍ରାପ୍ତ ସାର ଦୋକାନୀକୁ ଫୋନ ମାଧ୍ୟମରେ ଆଗୁଆ ସୂଚନା ଦେଇ ନାମକୁ ମାତ୍ର କୃଷି ଅଧିକାରୀ ମାନେ ଦୋକାନ ତନଖି କରୁଛନ୍ତି l ଯାହା ଫଳରେ ଦୋକାନୀ ମାନେ ଗୋଦାମ ଘରୁ ଅନ୍ୟତ୍ର ସ୍ଥାନାଂତର କରିବା ପାଇଁ ସୁଯୋଗ ପାଉଛନ୍ତି l ଯାହା ଫଳରେ ଲାଇସେନ୍ସ ପ୍ରାପ୍ତ ସାର ଦୋକାନୀ ଓ କୃଷି ଅଧିକାରୀଙ୍କ ଭିତରେ ମଧୁ ଚନ୍ଦ୍ରିକା ସମ୍ପର୍କ ରହିଥିବାର ଅଭିଯୋଗ l ଏ ଘଟଣା ନେଇ ଯଶିପୁର ରେ ଥିବା କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟଳୟରେ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ପୂର୍ବତନ ବିଧାୟକ ଶମ୍ବୁନାଥ ନାଏକ ପହଁଚି କ୍ଷୋଭ ପ୍ରକାଶ କରିବା ସହ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ଅବଗତ କରିଛନ୍ତି l ଅପରପକ୍ଷରେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୧୮ ତାରିଖରେ ଚାଷୀ ମାନଙ୍କୁ ନେଇ ଆନ୍ଦାଳନ କରାଯିବ ବୋଲି ପ୍ରଶାସନ କୁ ଚେତାବନୀ ଦିଆଯାଇଛି l