Odisha news

ଏମିତି ଗୋଟିଏ ଦେଶ ଯେଉଁଠି ବିଦ୍ୟାଳୟ ନିର୍ଧାରଣ କରିଥାଏ ଛାତ୍ର ଛାତ୍ରୀ ଙ୍କ ଅନ୍ତବସ୍ତ୍ର

0

ନୂଆଦିଲ୍ଲୀ ;ଜାପାନ ସବୁବେଳେ ଚର୍ଚାରେ ,କେତେବେଳେ ନିଜର ଅତ୍ୟାଧୁନିକ ଜ୍ଞାନ କୌଶଳକୁ ନେଇ ତ କେତେବେଳେ ଆଉ କିଛି ଅଦ୍ଭୁତ ଘଟଣାକୁ ନେଇ l ସେଇଭଳି ଗୋଟିଏ ଘଟଣା ଆସିଛି ସ୍କୁଲ ପିଲା ମାନଙ୍କର ସ୍କୁଲ ଡ୍ରେସକୁ ନେଇ l ଜାପାନରେ କିଛି ସ୍କୁଲ ଏହିଭଳି ଅଛନ୍ତି ଯିଏ ନିଜ ଛାତ୍ରଛାତ୍ରୀ ଙ୍କର ଡ୍ରେସ ତଳେ ପିନ୍ଧିବା ଅନ୍ତ ବସ୍ତ୍ର ମଧ୍ୟ ନିର୍ଣ୍ଣୟ କରିଥାନ୍ତି , ପିଲାମାନେ କେମିତିକା ରଙ୍ଗର ଅନ୍ତବସ୍ତ୍ର ପିନ୍ଧିବେ ,ଜୋତାର ବ୍ରାଣ୍ଡ କଣ ରହିବ ଏବଂ ପିଲାମାନେ ଟିଫିନ ରେ କଣ ଖାଇବେ ଇତ୍ୟାଦି l

ଗୋଟିଏ ୱେବସାଇଟ ର ସୂଚନା ଅନୁସାରେ ଜାପାନର ସ୍କୁଲରେ ଥିବା ଅଦ୍ଭୁତ ନିୟମ ସାରା ଦୁନିଆରେ ପ୍ରସିଦ୍ଧ l ଏଠାକାର ନିୟମ ଏହିପରି ଯେ ସ୍କୁଲ କୁ ସଫା ରଖିବା ପାଇଁ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନଥାଏ l ପିଲାମାନେ ନିଜ ଶ୍ରେଣୀ ଗୃହକୁ ସଫା କରିଥାନ୍ତି ଏଥିରେ ତାଙ୍କର ଶିକ୍ଷକ ମଧ୍ୟ ସହଯୋଗ କରନ୍ତି l ପିଲାମାନେ ନିଜ ଶ୍ରେଣୀ ଗୃହରେ ବସି ନିଜ ଟିଫିନ ଖାଇଥାନ୍ତି ଓ ଶିକ୍ଷକ ମାନେ ମଧ୍ୟ ଛାତ୍ର ମାନଙ୍କ ସହିତ ଭୋଜନ କରନ୍ତି l

ଜାପାନରେ ସ୍କୁଲ ଛାତ୍ରୀମାନେ ଲମ୍ବା କେଶ ରଖିପାରିବେ ନାହିଁ l ସ୍କୁଲ ଛାତ୍ରମାନେ କେବଳ ନାଲି ,ପାଉଁଶିଆ ଓ କଳା ରଙ୍ଗର ସ୍ବେଟର ପିନ୍ଧି ପାରିବେ l ଝିଅମାନେ ଯଦି ଲମ୍ବା କେଶ ରଖିବେ ସେଥିପାଇଁ ତାଙ୍କୁ ଶିକ୍ଷକ ଦଣ୍ଡ ଦେଇଥାନ୍ତି l ଛାତ୍ରମାନେ ପ୍ରତିଦିନ ନିଜର ଦାଢୀ କାଟିବା ସହିତ ସାଧାରଣ କେଶ ବିନ୍ୟାସ କରିପାରିବେ l

Leave A Reply