Odisha news

ଜନ୍ମାଷ୍ଟମୀରେ କୃଷ୍ଣ ଭଗବାନଙ୍କର ପ୍ରିୟ ଏହିସବୁ ଜିନିଷକୁ ପୂଜାରେ କରନ୍ତୁ ସାମିଲ

0

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ, ଯେଉଁ କାରଣରୁ ଭକ୍ତ ମାନଙ୍କ ମନରେ ଅନେକ ଉତ୍ସାହ ରହିଛି l ମାନ୍ୟତାନୁସାରେ ଏହିଦିନ ଲୋକମାନେ କୃଷ୍ଣଙ୍କ ପୂଜା କରିବା ସମୟରେ କୃଷ୍ଣଙ୍କ ନିକଟରେ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯାଇ ଥାଏ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା କୃଷ୍ଣ ଙ୍କ କୃପା ଲାଭ ହୋଇଥାଏ l ଆସନ୍ତୁ ଜାଣିବା କେଉଁ ଜିନିଷ ଗୁଡିକୁ କୃଷ୍ଣ ଙ୍କ ଅର୍ପଣ କରିବା ଉଚିତ l

* ମୟୂର ଚନ୍ଦ୍ରିକା –
ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଅଟେ ମୟୁର ଚନ୍ଦ୍ରିକା , ସର୍ବଦା ତାଙ୍କ ମସ୍ତକ ରେ ବିରାଜମାନ କରିଥାଏ l ତେଣୁ ଜନ୍ମାଷ୍ଟମୀ ପୂଜାରେ ମୟୁର ଚନ୍ଦ୍ରିକା ନିହାତି ପୂଜାରେ ସାମିଲ କରିବା ଉଚିତ l ମାନ୍ୟତା ରହିଛି ଯେ ଯେଉଁଠି ମୟୂରଚନ୍ଦ୍ରିକା ରହିଥାଏ ସେଠାରେ ନକାରାତ୍ମକ ଶକ୍ତି ରହିନଥାଏ l

* ଲହୁଣୀ ଓ ମିଶ୍ରି –
ପୌରାଣିକ କଥାର ମାନ୍ୟତା ଅନୁସାରେ କୃଷ୍ଣ ଭଗବାନ ଙ୍କର ଲହୁଣୀ ଓ ମିଶ୍ରି ପିଲା ବେଳରୁ ଖୁବ ପ୍ରିୟ ଅଟେ l ତେଣୁ ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ନିକଟରେ ଲହୁଣୀ ଓ ମିଶ୍ରି ପ୍ରସାଦ ନିହାତି ଅର୍ପଣ କରିବା ଜରୁରୀ l

* ଧନିଆ ଓ ମିଶ୍ରି –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧଣିଆ କୁ ଧନ ସହିତ ଯୋଡି ଦେଖାଯାଇ ଥାଏ l ତେଣୁ ଭଜା ଧନିଆ ସହିତ ମିଶ୍ରି ମିଶାଇ ଅର୍ପଣ କଲେ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇ ଥାଆନ୍ତି l

* ଗାଈ –
ଶ୍ରୀକୃଷ୍ଣ ନିଜ ବାଲ୍ୟ କାଳରେ ଗାଈ ମାନଙ୍କର ଖୁବ ସେବା କରୁଥିଲେ ଓ ଗାଈ ଗୋଠରେ ତାଙ୍କ ସମୟ ଅତିବାହିତ ହେଉଥିଲା l ତେଣୁ ଆପଣ ମଧ୍ୟ ଜନ୍ମାଷ୍ଟମୀ ପୂଜାରେ ଗୋମାତା ଙ୍କ ମୂର୍ତି ରଖିପାରିବେ l

* ବଇଁଶୀ –
ବଇଁଶୀ ଭଗବାନ ଙ୍କ ପ୍ରିୟ ବସ୍ତୁ ମଧ୍ୟରୁ ଗୋଟିଏ ଅଟେ l ଜନ୍ମାଷ୍ଟମୀ ଦିନ ସମସ୍ତ ପୂଜା ସାମଗ୍ରୀ ସହିତ ବଇଁଶୀ ନିହାତି କୃଷ୍ଣ ଙ୍କ ନିକଟରେ ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା କୃଷ୍ଣଙ୍କ କୃପା ଲାଭ ହୋଇଥାଏ l

Leave A Reply