Odisha news

ଗୁରୁବାର ବାସ୍ତୁ ଟିପ୍ସ : ଋଣ ମୁକ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ,

0

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ରହିଛି l ଅନେକ ସମୟରେ ଅସୁବିଧା କାରଣରୁ ଆମେ ଋଣ କରିଥାଉ l କିନ୍ତୁ ଅସୁବିଧା କାରଣରୁ ଏହି ଋଣ କୁ ଶୁଝିବା ଆମ ପକ୍ଷରେ କଷ୍ଟ ସାଧ୍ୟ ହୋଇଥାଏ l ଶତ ଚେଷ୍ଟା ପରେ ମଧ୍ୟ ଋଣ ଶୁଝିବା ବାକି ରହିଯାଏ l ତେଣୁ ଗୁରୁବାର ଦିନ କିଛିଟା ବାସ୍ତୁଶାସ୍ତ୍ର କୁ ଆପଣାଇବା ଦ୍ୱାରା ଦୂର ଆମର ଏହି ସମସ୍ୟା ଦୂର ହେବ l

* ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଧନ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଚନ୍ଦନ ଓ ଅରୁଆ ଚାଉଳକୁ ତାଙ୍କ ପାଦରେ ଛୁଆଁଇ ଘରର ମୁଖ୍ୟଦ୍ଵାର ରେ ରଖିଦିଅନ୍ତୁ l ଏହାଦ୍ୱାରା ଋଣଭାର ସହଜରେ ସୁଝିହେବ l

* ବାସ୍ତୁ ଶାସ୍ତ୍ର ଅନୁସାରେ ଋଣ ଶୁଝିବା ପାଇଁ କଦାପି ଗୁରୁବାର ଦିନକୁ ବାଛନ୍ତୁ ନାହିଁ l ସର୍ବଦା ମଙ୍ଗଳବାର ଦିନଟିକୁ ବାଛିବା ଜରୁରୀ, ଯେଉଁ କାରଣରୁ ଆପଣ ଶୀଘ୍ର ଋଣ ସୁଝି ପାରିବେ l

* ଗୃହରେ ଦକ୍ଷିଣ ପଶ୍ଚିମ ଦିଗରେ ଯଦି ଗାଧୁଆଘର ହୋଇଥାଏ ତେବେ ମଧ୍ୟ ଋଣଭାର ବୃଦ୍ଧି ହୋଇଥାଏ l ତେଣୁ ଏହି ଦିଗରେ କଦାପି ଗାଧୁଆଘର ରଖିବା ଉଚିତ ନୁହେଁ l

* ୠଣମୁକ୍ତି ପାଇଁ ଘର ହେଉ କିମ୍ବା ଅଫିସ କିମ୍ବା ଦୋକାନ ହୋଇଥାଉ ଉତ୍ତର ପୂର୍ବ ଦିଗରେ ଗୁରୁବାର ଦିନ ଖଣ୍ଡିଏ କାଚ ଲଗାନ୍ତୁ l ଏହି କାଚ ଧଳା ରଙ୍ଗର ହୋଇଥିବା ଆବଶ୍ୟକ l

* ପ୍ରତି ଗୁରୁବାର ଦିନ ଲକ୍ଷ୍ମୀଙ୍କ ନିକଟରେ କିଛି ଧନ ଅର୍ପଣ କରିବା ଦ୍ୱାରା ଋଣଭାର ଦୂର ହୋଇଥାଏ l ଏହାଛଡା ପରେ ଏହି ଧନକୁ ନେଇ ଆପଣ ଉତର ଦିଗରେ ଥିବା କୌଣସି ସ୍ଥାନରେ ରଖି ପାରିବେ l

* ଋଣଭାରରୁ ମୁକ୍ତି ପାଇବା ପାଇଁ ମୁଖ୍ୟଦ୍ଵାରରେ ପ୍ରତି ଗୁରୁବାର ଦିନ ଗୋଟିଏ ଘିଅ ଦୀପ ଜଳାନ୍ତୁ ଓ ଏହା ତଳେ କିଛିଟା ଚାଉଳ ଦିଅନ୍ତୁ l ଯାହାଦ୍ୱାରା ଋଣଭାର ରୁ ମୁକ୍ତି ପାଇବେ l

Leave A Reply