Odisha news

ଏହି ଚାରିଟି ଜିନିଷ ବିନା ଅସମ୍ପୂର୍ଣ୍ଣ ଅଟେ ଜନ୍ମାଷ୍ଟମୀ ପୂଜା , ନିହାତି ଅର୍ପଣ କରନ୍ତୁ

0

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଆସିବା ମାତ୍ରକେ ସାରା ପୃଥିବୀ ଅପେକ୍ଷା କରିଥାଏ ଭଗବାନ ବିଷ୍ଣୁଙ୍କର ସେହି ଦିବ୍ୟ ରୂପ କୁ ସ୍ୱାଗତ କରିବା ପାଇଁ ତାହା ହେଉଛି ଦ୍ୱାପର ଯୁଗର ଶ୍ରୀକୃଷ୍ଣ ଙ୍କ ରୂପ l ରୋହିଣୀ ନକ୍ଷତ୍ର ରେ ଭଗବାନ ବିରାଜମାନ କରିଥିଲେ ଦ୍ୱାପର ଯୁଗରେ ଧରା ପୃଷ୍ଠକୁ l ବର୍ତମାନ ପ୍ରାୟ ଭାରତର ସମସ୍ତ ସ୍ଥାନରେ ଜନ୍ମାଷ୍ଟମୀ ର ପ୍ରସ୍ତୁତ ପର୍ବ ଆରମ୍ଭ ହୋଇ ସାରିଛି l ବିଶେଷ ଭାବରେ ଜନ୍ମାଷ୍ଟମୀ ରେ ଶ୍ରୀକୃଷ୍ଣ ଙ୍କୁ ତାଙ୍କର ପ୍ରିୟ ବସ୍ତୁ ଅର୍ପଣ କରାଯାଇ ଥାଏ l ଯାହାଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହୋଇଥାଏ l

– ଯେପରିକି ଶ୍ରୀକୃଷ୍ଣଙ୍କୁ ଖୁବ ପ୍ରିୟ ଅଟେ ମୟୁର ଚନ୍ଦ୍ରିକା l ସେ ସର୍ବଦା ନିଜ ମସ୍ତକରେ ଏହାକୁ ଧାରଣ କରି ଥାଆନ୍ତି l ତେଣୁ ଜନ୍ମାଷ୍ଟମୀ ରେ ସ୍ୱର୍କୃଷ୍ଣଙ୍କୁ ମୟୁର ଚନ୍ଦ୍ରିକା ଅର୍ପଣ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ତୁଳସୀ ମଞ୍ଜରୀ ମଧ୍ୟ ଶ୍ରୀକୃଷ୍ଣ ଙ୍କର ଖୁବ ପ୍ରିୟ ଅଟେ , ତେଣୁ ଜନ୍ମାଷ୍ଟମୀ ରେ ଶ୍ରୀକୃଷ୍ଣଙ୍କୁ ତୁଳସୀ ମଞ୍ଜରୀ ବା ତୁଳସୀ ଫୁଲ ଦେବା ଦ୍ୱାରା ଘରର ବାତାବରଣ ରେ ଶୁଦ୍ଧତା ଆସିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

– ଜନ୍ମାଷ୍ଟମୀ ଦିନ ସକାଳ ସମୟରେ ନିହାତି କୃଷ୍ଣଙ୍କ ନିକଟରେ ଲହୁଣୀ ଓ ମିଶ୍ରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ, ଏହାଦ୍ୱାରା ଶ୍ରୀକୃଷ୍ଣ ଙ୍କ କୃପା ପରିବାର ଉପରେ ସର୍ବଦା ରହିଥାଏ l

– ଯେତେବେଳେ ଶ୍ରୀକୃଷ୍ନ ଙ୍କୁ ଜନ୍ମାଷ୍ଟମୀ ରେ ତିଳକ ଲଗାଉଛନ୍ତି ସେଥିରେ ସାମାନ୍ୟ ହଳଦୀ ନିହାତି ମିଶାଇ ନିଅନ୍ତୁ ଏବଂ ଚଳିତ ଥର ଜନ୍ମାଷ୍ଟମୀ ରେ ଶ୍ରୀକୃଷ୍ନ ଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ l ଏପରି କରିବା ଦ୍ୱାରା ସନ୍ତାନ ମାନଙ୍କର ଜୀବନ ରେ ସୁଖ ସମୃଦ୍ଧିର ବାସ ହୋଇଥାଏ l

Leave A Reply