Odisha news

ଜମନକିରା ବ୍ଲକ ସ୍ତରୀୟ ପ୍ରତିଭା ବିକାଶ ଅଭିଯାନ ସାଂଗଠାନିକ ବୈଠକ

0
ଜମନକିରା, ୬/୮: ଗଣ ସଙ୍ଗଠନ ପ୍ରତିଭା ବିକାଶ ଅଭିଯାନର ବ୍ଲକ ସ୍ତରୀୟ ସାଂଗଠାନିକ ବୈଠକ ଶନିବାର ଭାତପୁରା ଉଚ୍ଚ ବିଦ୍ୟାଳୟର ସଭା କକ୍ଷରେ ବରିଷ୍ଠ ସଦସ୍ୟ ଲକ୍ଷପତି ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅତିଥି ଭାବରେ ଅଭିଯାନ କୁଚିଣ୍ଡା ବ୍ଲକ ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଭାତପୁରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ, ବରିଷ୍ଠ ସଭ୍ୟ ଶୁଗତ ପଟେଲ, ସାଧୁ ଶିବାନନ୍ଦ ବାବା, ଭୋଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ମହାକୁଲ୍ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଆଲୋଚନା ପରେ ଏକ କମିଟି ଗଠନ କରାଯାଇଥିଲା। ସେହି କ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭୁବନେଶ୍ୱର ଦ୍ବିବେଦୀଙ୍କୁ ବ୍ଲକ କମିଟି ର ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପଟେଲଙ୍କୁ ସାଧାରଣ ସମ୍ପାଦକ, କିଶୋର ଦେହୁରୀ ଉପ-ସଭାପତି, ରମାକାନ୍ତ ମହାକୁଲ୍ ସହ ସମ୍ପାଦକ ଏବଂ ରାଜୀବ ଶର୍ମାଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଥିଲା। ବୈଠକ ପ୍ରାରମ୍ଭରେ ସଂଯୋଜକ ରମେଶ କିଶାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଆବାହକ ପ୍ରଭାତ ବେହେରା ଅଭିଯାନର ଆଗାମୀ କାର୍ଯ୍ୟକ୍ରମ ସପର୍କରେ ସୂଚନା ଦେଇଥିଲେ। ଆଗାମୀ ୧୪ ତାରିଖ ଦିନ କୁଚିଣ୍ଡାରେ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହକୁ ସଫଳ କରିବାକୁ ଅତିଥି କୁଚିଣ୍ଡା ଶାଖା ସଭାପତି ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଆହ୍ବାନ ଦେଇଥିଲେ ।
Leave A Reply