Odisha news

ଚନ୍ଦନ ଯାତ୍ରାରେ ମାଡପିଟ, ଥାନାରେ ମାମଲା ରୁଜୁ

0
ଜମନକିରା,୧୯/୫: ଜମନକିରା ଥାନା ଅନ୍ତର୍ଗତ ଖର୍ସନମାଲ ପଞ୍ଚାୟତର ହଳଦିବାହଲ ଗ୍ରାମର ଚନ୍ଦନ ଯାତ୍ରାରେ ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସୁଚନା ଅନୁଯାଇ ବୁଧବାର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ହଳଦିବାହଲ ଗ୍ରାମରେ ଗ୍ରାମ୍ୟ କମିଟି ପକ୍ଷରୁ ଚନ୍ଦନ ଯାତ୍ରା ଆୟୋଜିତ ହୋଇଥିଲା। ରାତିରେ ଯାତ୍ରା ଚାଲିଥିବା ବେଳେ ଗ୍ରାମର ଚାରି ପରିବାର ସହ ଗ୍ରାମ୍ୟ କମିଟି ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଗ୍ରାମ୍ୟ କମିଟି ଅଭିଯୋଗ କ୍ରମେ ଗ୍ରାମର ରଞ୍ଜନ ଖମାରୀ, ପିଣ୍ଟୁ ଖମାରୀ, ରିଙ୍କୁ ଖମାରୀ, ସଂକୀର୍ତ୍ତନ ଖମାରୀ ଓ ଧ୍ରୁବ ଚରଣ ଖମରୀଙ୍କ ସହ ଅନ୍ୟ କିଛିଲୋକ ଯାତ୍ରା ଚାଲିଥିବା ବେଳେ ଗଣ୍ଡଗୋଳ କରିଥିଲେ।
ଏହାକୁ ଯାତ୍ରା କମିଟି ସଭ୍ୟମାନେ ବାରଣ କରିବା ପରେ ସେମାନେ ଭୁଜାଲି ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଲରେ କମିଟି ସଦସ୍ୟଙ୍କ ମଧ୍ୟରେ ସୁଦର୍ଶନ ବଦଳି, ସହଦେବ ସିଂ, ନିଲାଞ୍ଚଲ ଛୁରା, ଦୁଷ୍ମନ୍ତ ଭୋଇ ଆହତ ହୋଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଆଉ କେଇ ଜଣ ସାମାନ୍ୟ ଆହାତ ହୋଇଛନ୍ତି। ସେହିପରି ଅପର ପକ୍ଷରୁ ମଧ୍ଯ ପାଲଟା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯାତ୍ରା କମିଟିର ସୁଦର୍ଶନ ବାଦଳି, ନିରଞ୍ଜନ ଛୁରା, ମହେନ୍ଦ୍ର ସିଂ, ରୁପକାନ୍ତ ଭୋଇ ଏବଂ ଓମ୍ପ୍ ପ୍ରକାଶ ଶର୍ମା ରାତି ପ୍ରାୟ ସାଢେ଼ ୧୨ ଟାରେ ଠେଙ୍ଗା ଦ୍ୱାରା ସଂକୀର୍ତ୍ତନ ଖମାରିଙ୍କୁ ଘର ସାମନା ଗାଁ ଦାଣ୍ଡରେ ଶୋଇଥିବା ବେଳେ ସଂଘବଦ୍ଧ ଉଭୟ ଅଭିଯୋଗ ଉପରେ ତଦନ୍ତ କରୁଥିବା ଜଣାପଡିଛି। ଉଭୟ ପକ୍ଷରୁ ୨ ଟି ମାମଲା ରୁଜୁ ହୋଇଥିବା ବେଳେ କାହାରିକୁ ଗିରଫ ହୋଇ ନଥିବା ନେଇ ଗୌଡପାଳି ଫାଣ୍ଡି ଅଧିକାରୀ ସୁଧିର ମହାକୁଲ୍ ପ୍ରକାଶ କରିଛନ୍ତି।
Leave A Reply