Odisha news

ଜଂଘା ବଡଦେଓଙ୍କ ବାର୍ଷିକ ପୂଜା ସମ୍ପନ୍ନ

0

ଜମନକିରା, ୩୧/୧୨ ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡ଼ିହି ଆଞ୍ଚଳିକ ଗୁଡ଼ିରେ ଗୋଣ୍ଡ ସମାଜର ଇଷ୍ଟ ଦେବତା ବାର୍ଷିକ ଜଙ୍ଘା ବଡଦେଓଙ୍କ ପୂଜା ସମ୍ପନ୍ନ ହୋଇଯାଇଛି। ବଡ଼ମାଳ ସରପଞ୍ଚ ତଥା ନୁଆଡ଼ିହି ଆଞ୍ଚଳିକ ଗୁଡ଼ି କମିଟିର ସଭାପତି ନରେଶ କୁମାର ନାଏକ ଓ ଉପସଭାପତି ଭିକାରୀ ଚରଣ ନାଏକଙ୍କ ତତ୍ତ୍ଵାବଧାନରେ ପ୍ରଥମେ ଘନଘୋଷା ମନ୍ଦିରରୁ ପ୍ରଭୁଙ୍କୁ ପାଛୋଟି ଆଣି ନୁଆଡିହି ଗୁଡ଼ିରେ ଆଂଚଳିକ କମିଟିର ୧୮ ଖଣ୍ଡ ଗ୍ରାମର ୪୦ ମେମ୍ବର ଓ ଭକ୍ତଙ୍କ ଉପସ୍ଥିତିରେ ପୂଜା ବିଧି ପ୍ରଣାଳୀ କରାଯାଇଥିଲା। ଆଦିମ ଆଦିବାସି ଗୋଣ୍ଡ ସମାଜର ଲୋକ ପୁରାତନ କାଳରୁ ଜଙ୍ଘଲିଙ୍ଗା ବଡ଼ଦେଓ ପୂଜା କରିଆସୁଥିବା ବେଳେ ସମାଜର ବୃଦ୍ଧ ବ୍ୟକ୍ତିଙ୍କ କହିବା ଅନୁସାରେ ସେମାନେ ବଡଦେଓଙ୍କ ନାମରେ ୬ ଭାଈ ଜଂଘାଲିଙ୍ଗା,ପାଟଗଦି, କରାଟି, ତମ୍ବୁସାଲ, ଛବୈରଗ, ଛଛତର, ଓ ମଙ୍ଗଳା, ଦୁର୍ଗା ଙ୍କୁ ପୁଜା କରନ୍ତି। ତାଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ୱାରା ତାଙ୍କ ବିଭିନ୍ନ କଷ୍ଟ, ବ୍ୟାଧି ଦୁରହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ମତ। ଶହ ଶହ ଭକ୍ତ ଏହି ପୁଜାରେ ସାମିଲ ହୋଇଥିବା ବେଳେ ପୁଜା ସମାପ୍ତି ପରେ ପ୍ରଭୁଙ୍କୁ ବୋହି ଭ୍ରମଣ କରାଯାଇଥିଲା। କମିଟିର ସମ୍ପାଦକ ନକୁଲ ଚନ୍ଦ୍ର ନାଏକ, ସହ ସମ୍ପାଦକ ସୁଧୀର କୁମାର ଭୋଇ କମିଟିର ଅନେକ ସଭ୍ୟ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ଯ ତୁଲାଇଥିଲେ। ଭୋଜପୁର ରେଞ୍ଜର ଲକ୍ଷ୍ମୀ ନାରାୟଣ ନାୟକ ମଧ୍ୟ ଉପସ୍ଥିତ ରହି ପ୍ରଭୁଙ୍କ ଦର୍ଶନ କରିଥିଲେ।

Leave A Reply