Odisha news

୨ଟି ଏନ୍ଡିପିଏସ ମାମଲାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ ଟିମ୍ ଜଳେଶ୍ୱରରେ

0

ଜଳେଶ୍ୱର : ବହୁ ଚର୍ଚ୍ଚିତ ଜଳେଶ୍ୱର ଧଳା ଜହର ମାମଲା ସଂପର୍କରେ କ୍ରାଇମ୍ବ୍ରାଞ୍ଚ ଦ୍ୱିତୀୟଥର ତଦନ୍ତ ଲାଗି ଆସି ଜଳେଶ୍ୱର ଥାନାରେ ପହଞ୍ଚିଛି । ଅନ୍ୟପକ୍ଷରେ ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ଆୟ ବହିର୍ଭୁତ ସମ୍ପତ୍ତି ସଂପର୍କରେ ଭିଜିଲାନ୍ସ ବିଭାଗ ୨ଥର ଜଳେଶ୍ୱର ଥାନାକୁ ଆସି ତଦନ୍ତ କରି ଫେରିଛନ୍ତି ।

ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସିଙ୍କ ଡ୍ରଗ୍ସ କାରବାରରେ ଲିଙ୍କ୍ ଥିବାର ଅଡିଓ ଭାଇରାଲ ହେବାପରେ ଗତ ଅଗଷ୍ଟ ୧୩ ତାରିଖଦିନ ଏସ୍ପିଙ୍କ ନିଦେ୍ର୍ଦଶରେ ଅତିରିକ୍ତ ଏସ୍ପି ତଦନ୍ତ କରିବାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅଗଷ୍ଟ ୧୫ତାରିଖରେ ଡିଜିପି ତାଙ୍କୁ ଚାକିରୀରୁ ବହିଷ୍କୃତ କରିଥିଲେ । ଅଗଷ୍ଟ ୨୧ ତାରିଖରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଜଳେଶ୍ୱର ଥାନାକୁ ଆସି ତଦନ୍ତ ଆରମ୍ଭ କରିଥିଲେ ।

କିନ୍ତୁ ଚଳିତ ୨୦୨୦ମସିହା ଏନ୍ଡିପିଏସ୍ ମାମଲା ନଂ ୧୧ ଓ ୩୯ର ବିସ୍ତୃତ ତଦନ୍ତ ଲାଗି କ୍ରାଇମ୍ବ୍ରାଞ୍ଚର ଡିଏସ୍ପି ଅନାଦୀ ଚରଣ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଏଠାରେ ଆସି ପହଞ୍ଚିଛନ୍ତି । ଏହା କ୍ରାଇମ୍ବ୍ରାଞ୍ଚର ୨ୟ ତଦନ୍ତ ହୋଇଥିବା ବେଳେ ଉପରୋକ୍ତ ୨ଟି ମାମଲା ନେଇ ଅଡିଓ ଭାଇରାଲ ର ସଂପର୍କ ଥିବାରୁ ଏହି ଦୁଇଟି ମାମଲାକୁ ଗୁରୁତ୍ୱର ସହିତ ତଦନ୍ତ ଗ୍ରହଣ କରିଛନ୍ତି । ଡିଏସ୍ପି ଶ୍ରୀ ସେଠୀ ଥାନା ପରିସରରେ କେତେକ କାଗଜପତ୍ର ଯଞ୍ଚ କରିଥିବାବେଳେ ନୂତନ ଆଇଆଇସିଙ୍କ ସହିତ କେତେକ ବିଷୟରେ ଆଲୋଚନା କରିଥିବା ଜଣାଯାଇଛି ।

ଧଳାଜହର କାରବାରରେ କ୍ରାଇମ୍ବ୍ରାଞ୍ଚ ଓ ଭିଜିଲାନ୍ସ ୨ଥର ଲେଖାଏଁ ତଦନ୍ତ ଲାଗି ଜଳେଶ୍ୱରକୁ ଆସିଥିବା ଏବଂ ଖୋଳତାଡ ସଂପର୍କରେ ଜଳେଶ୍ୱର ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଛି ସତ୍ୟ କିନ୍ତୁ ଏଭଳି ପୁଲିସ୍ ଓ ଧଳାଜହର ବ୍ୟବସାୟୀଙ୍କ ସଂପର୍କ କେତେଦିନର ଓ ଏଥିରେ କିଏ କିଏ ସଂପୃକ୍ତ ରହିଛନ୍ତି ଏଥିନେଇ ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି ।

Leave A Reply