ଜଳେଶ୍ୱର : ସୁବର୍ଣ୍ଣରେଖାରେ ଚଳିତବର୍ଷ ବନ୍ୟା ଓ ପଶ୍ଚିମବଂଗର ଉଦ୍ବୃତ୍ତ ବର୍ଷାପାଣି ଯୋଗୁଁ ୯ଟି ପଂଚାୟତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ୫ଟି ପଂଚାୟତର ୯ଟି ଗାଁର ୩୭ଶହ ପରିବାରକୁ ରିଲିଫ ମିଳିଥିବାରୁ ବାହି ରହିଥିବା ଗାଁ ଗୁଡିକ ମଧ୍ୟରୁ କେତେକେ ଆନେ୍ଦାଳନ କରିଛନ୍ତି । ପରିସ୍ଥିତି ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ବ୍ଲକ ଉପାଧ୍ୟକ୍ଷ ସୂଚନା ଦେବାପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ, ଖାଲିନା, ନାମ୍ପୋ, ସମ୍ପତ୍ତିଆ, ନେତୁଆ, ବର୍ତ୍ତନା, ଖୁଲୁଡା ପଂଚାୟତ ଗତ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ପଶ୍ଚିମବାର୍ଡ, ବାଇଗଣବାଡିଆ, ଝାଡପିମ୍ପଳ ପଂଚାୟତର ୯ଟି ଗାଁକୁ ରିଲିଫ ଦେବାପାଇଁ ନିଦେ୍ର୍ଦଶ ମିଳିଛି । ବାଇଗଣବାଡିଆ, କାଳିକାପୁର, ଛୋଟଖାନପୁର, କଣ୍ଟାପାଳ, ଆକାନ, ଝାଡପିମ୍ପଳ, ଘଣ୍ଟିଆଡି, ଦେବକୁମାର ଓ ନମକାନା ଗାଁର ୩୭ଶହ ପରିବାରକୁ ୫୦ କେଜି ଲେଖାଏଁ ଚାଉଳ ଦେବାଲାଗି ନିଦେ୍ର୍ଦଶ ଆସିଛି ।

ପ୍ରକାଶଯୋଗ୍ୟ ଗତ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାକ୍ଷତିଗ୍ରସ୍ତ ପରିବାରକୁ ୫୦କେଜି ଚାଉଳ ଓ ୫ଶହ ଟଙ୍କା ସହାୟତା ଯୋଗାଇ ଦେବେବୋଲି ଘୋଷଣା କରିଥିଲେ । ସେହି ଅନୁଯାୟୀ ଜଳେଶ୍ୱର ବ୍ଲକରେ ଉପରୋକ୍ତ ଘଟଣା ଜଣାଯିବାପରେ ଲୋକଙ୍କ ମଧ୍ୟରେ ଉକôଣ୍ଠା ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ପଶ୍ଚିମବାର୍ଡ ପଂଚାୟତର ୧୭ଟି ୱାର୍ଡ ମଧ୍ୟରୁ ୧୨ଟି ୱାର୍ଡ ରିଲିଫ ପାଇବାକୁ ଥିବା ବେଳେ ଅନ୍ୟ ୫ଟି ୱାର୍ଡ ଏଥିରୁ ବାଦ୍ ପଡିଛନ୍ତି । ପଶ୍ଚିମବାର୍ଡ, କିସ୍ମତ ପଶ୍ଚିମବାର୍ଡ ଓ ରେଳା ଗାଁର ୫ଟି ୱାର୍ଡର ଗ୍ରାମବାସୀ ଓ ୱାର୍ଡମେମ୍ବରମାନେ ଆଜି ମଧ୍ୟାହ୍ନରେ ଏଥିନେଇ ପଞ୍ଚାୟତ ଅଫିସ୍ ନିକଟରେ ଆନେ୍ଦାଳନ କରିଥିଲେ ।

କିନ୍ତୁ ଏ ସଂପର୍କରେ ବ୍ଲକରୁ ପ୍ରଶାସନିକ ଅଧିକାରୀମାନେ ସେଠାକୁ ଯାଇନଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଓ ସରପଂଚ ରାଣୀ ପ୍ରମାଣିକ ଘଟଣାସ୍ଥଳରେ ଉପସ୍ଥିତ ରହି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବାର ପ୍ରତିଶୃତି ଦେବାପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here