Odisha news

ଶିଖରପୁର ମହିଳା ଟିଏମ୍ସିରେ ଅବ୍ୟବସ୍ଥା : ଗୁହାରୀ ଶୁଣିବ କିଏ ?

0

ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅଂଚଳରେ କରୋନା ପଜେଟିଭ୍ ଥିବା ପୁରୁଷ ଲୋକଙ୍କୁ ରହିବାଲାଗି ଦୀନକୃଷ୍ଣ କଲେଜ ପରିସରରେ ଥିବା ଛାତ୍ରାବାସକୁ କୋଭିଦ୍ କେୟାର ସେଣ୍ଟର ଭାବେ ଗ୍ରହଣ କରାଯାଇଛି । ସେହିପରି ମହିଳାମାନଙ୍କର ବ୍ୟବସ୍ଥା ନ ଥିବାରୁ ଶିଖରପୁର ହାଇସ୍କୁଲ ପରିସରରେ କରୋନା ପଜେଟିଭ୍ ମହିଳାମାନଙ୍କୁ ରଖି ଚିକିସôା କରାଯାଉଛି । କିନ୍ତୁ ସେଠାରେ ରହିଥିବା ମହିଳାମାନେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଅଭିଯୋଗ କରିଛନ୍ତି ।

ସେଠାରେ ୧୪ଜଣ ମହିଳା ରହୁଥିବା ବେଳେ ଗାଧୁଆଘର ଓ ପାଇଖାନକୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ହଇରାଣ ହରକତ ହେଉଛନ୍ତି । ସେଠାରେ ଜେନେରେଟର ନ ଥିବାରୁ ବିଦୁ୍ୟତ୍କାଟ ବେଳେ ରାତିରେ ଅନ୍ଧକାର ଓ ଦିନରେ କୋଭିଡ଼୍ ରୋଗୀମାନେ ଅସହ୍ୟ ଗ୍ରୀଷ୍ମତାପରେ ଦିନ କଟାଉଛନ୍ତି । ପାଇଖାନା ଆଗରେ ଏକ ଗଛ ପଡି ଯାତାୟାତରେ ଅବରୋଧ କରିଥିବା ବେଳେ ସେମାନଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତିା ପଲିଥିନ୍କୁ ସରକାର ବ୍ୟାନ୍ କରିଥିବା ବେଳେ କଳା ପଲିଥିନ୍ରେ ସେମାନଙ୍କୁ ଖାଦ୍ୟ ପଠାଯାଉଛି ।

କୋଭିଡ଼୍ ଜ୍ୱର ରୋଗୀ ଓ ବୃଦ୍ଧାମନେ ରାତିରେ ରୁଟି ଖାଇବା ଲାଗି ଅନୁରୋଧ କରାଯାଉଥିବା ବେଳେ ବରଂ ଭାତ, ଡାଲି ଖାଇବାକୁ ବାଧ୍ୟ ବୋଲି ଧମକ୍ ଦେଉଛନ୍ତି । ଆଜି ଏ ସଂପର୍କରେ ଜଳେଶ୍ୱରର କିଛି ସାମ୍ବାଦିକ ଫାଟକ ବାହାରେ ରହି ଏ ସଂପର୍କରେ ତଥ୍ୟ ଜାଣିବାକୁ ଚେଷ୍ଟା କଲାବେଳେ ଗେଟ ନିକଟରେ ଥିବା ସିକୁ୍ୟରିଟି ସେମାନଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରିଛନ୍ତି । ସେଠାରେ ନୋଡାଲ ଅଫିସର କେହି ନ ଥିବା ବେଳେ ଏଏନ୍ଏମ୍ ଦାୟିତ୍ୱରେ ଥିବା ମହିଳା ଜଣକ ନିଜର ଅସମର୍ଥତା ପ୍ରକାଶ କରିଥିଲେ । ଗତ ଶନିବାର ଠାରୁ ଗୋଟିଏ ପରିବାରର ୭ଜଣଙ୍କୁ କରୋନା ପଜେଟିଭ୍ ଦେଖା ଦେଇଥିବା ଓ ସୁଗୋ ପଂଚାୟତର ବାଣିଦା ଗାଁର ଅନ୍ୟ କେତେଜଣଙ୍କୁ ଅବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ସଂପର୍କରେ ସ୍ଥାନୀୟ ନେତୃବୃନ୍ଦ ଓ ପ୍ରଶାସନଙ୍କ ସହିତ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଛି । ସାମ୍ବାଦିକ ମାନଙ୍କ ପ୍ରତି ସିକ୍ୟୁରିଟିଗାର୍ଡଙ୍କ ଦୁବ୍ୟବହାର ସଂପର୍କରେ ସେମାନେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

Leave A Reply