Odisha news

ଚଳିତମାସ ସେପ୍ଟେମ୍ବର ୧୦କୁ ବଳିଦାନ, ଭାଇଚାରା ଓ ଜାତୀୟ ସଂହତି ଦିବସ ପାଳନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆହ୍ୱାନ

0

ବାଲେଶ୍ୱର : ଆସନ୍ତା ୧୦ ତାରିଖ ମହାନ୍ ବିପ୍ଳବୀ ବୀର ବାଘାଯତୀନଙ୍କ ୧୦୫ତମ ବଳିଦାନ ଦିବସ ପାଳନ ସାଙ୍ଗକୁ ବିଗତ ୧୯୪୩ ମସିହା ସେପ୍ଟେମ୍ବର ୧୦ ତାରିଖ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନରେ ବି୍ରଟିଶରାଜ୍ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ଆଜାଦ୍ ହିନ୍ଦ୍ ଫୌଜର ୪ଜଣ ମରଣ ସେନାକର୍ମୀଙ୍କୁ ମାଡ୍ରାସ୍ ଜେଲ୍ରେ ଏକାଠି ଫାଶୀ ଦିଆଯାଇଥିଲା । ସେମାନେ ଥିଲେ ସହୀଦ ଫୌଜା ସିଂ (ଶିଖ), ଭକମ୍ ଅବଦୁଲ କାଦର (ମୁସଲିମ୍), ଅନ୍ଥନ ଆୟାର (ହିନ୍ଦୁ ବ୍ରାହ୍ମଣ) ଓ ସତ୍ୟଚନ୍ଦ୍ର ବର୍ଦ୍ଧନ (ତି୍ରପୁରାର ଯୁବ ସ୍ୱେଚ୍ଛାସେବୀ) ।

ଅନ୍ୟତମ ସୈନ୍ୟ ବନଫିସ୍ ଫେରାର୍ (ଖ୍ରୀଷ୍ଟିୟାନ୍) ନାବାଳକ ହୋଇଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।ଚଳିତବର୍ଷ ସେପ୍ଟେମ୍ବର ୧୦ତାରିଖ ବାଘାଯତୀନଙ୍କର ୧୦୫ତମ ବଳିଦାନ ଦିବସ ଓ ଆଜାଦ୍ ହିନ୍ଦ୍ ଫୌଜ ସେନାନୀର ଉପରୋକ୍ତ ସହୀଦ୍ମାନଙ୍କ ୭୭ତମ ବଳିଦାନ ଦିବସକୁ ଦେଶବ୍ୟାପୀ ପାଳନ ଉପଲକ୍ଷେ ବିଭିନ୍ନ ଜାତୀୟ ସଂଗଠନମାନଙ୍କ ପକ୍ଷରୁ ଦେଶପାଇଁ ଏହି ଦିନକୁ ବଳିଦାନ ଓ ଭାଇଚାରାର ଦିବସ ଭାବେ ପାଳନ କରିବା ନିମିତ୍ତ ଆହ୍ୱାନ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାରେ ଆମେ ଭାରତୀୟ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ବିଶେଷକରି ବାଲିଆପାଳର ଐତିହାସିକ କାଳିପଦା ବଜାରସ୍ଥ କାଳିମନ୍ଦିର ସମ୍ମୁଖରେ ପ୍ରତୀକ ଗଣ ଅନଶନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଉକ୍ତଦିନ ଦେଶବାସୀ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଏକଦିବସୀୟ ଅନଶନରେ ସାମିଲ ହୋଇ ନିଜନିଜର କର୍ମକ୍ଷେତ୍ରରେ ବ୍ୟକ୍ତିଗତ ସତ୍ୟାଗ୍ରହୀ ଭାବେ ନିମଗ୍ନ ରହି ଦେଶର ଏକତା, ଭାଇଚାରା ଓ ଜାତୀୟ ସଂହତିକୁ ଦୃଢ଼ କରିବାକୁ ସଂଗଠନମାନଙ୍କ ପକ୍ଷରୁ ଜନଗଣଙ୍କୁ ନିବେଦନ କରାଯାଇଛି । ଏହି ଆହ୍ୱାନକୁ ସଫଳ କରିବାପାଇଁ ସମସ୍ତ ଦେଶପ୍ରେମୀ ବ୍ୟକ୍ତି ଓ ସଂଗଠନ ସାମିଲ ହେବାଲାଗି ନିବେଦନ କରାଯାଇଛି । ଏହି ମର୍ମରେ ଆଜି ଏକ ପ୍ରେସ୍ ବିବୃତ୍ତିରେ ଆମେ ଭାରତୀୟ ସଂଗଠନର ଆବାହକ ତଥା ପ୍ରାକ୍ତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଓ ଜୟନ୍ତ ଦାସ, କବି ବା‚ାନିଧି ଦାସ ଓ କବି ଶ୍ରୀଦେବ, ଆଇନଜୀବୀ ମନୋଜ ନାୟକ, ଶେଖ୍ ଅବଦୁଲ୍ ରଫିକ୍, ଭିଟାମାଟି ସୁରକ୍ଷା ଆନେ୍ଦାଳନର ଆବାହକ ଅରୁଣ ଜେନା, ସୂଚନା ଅଧିକାର ଅଭିଯାନର ଆବାହକ ଅନୁଜ ମହାପାତ୍ର, ଗଣଚେତନା ମଞ୍ଚର ସଭାପତି କୁଶଧ୍ୱଜ ଜେନା ତଥା କାଳିପଦା ବଜାର କମିଟି ସଭାପତି ନିତ୍ୟାନନ୍ଦ ଦାସ ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Leave A Reply