ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖାଲିନା ପଂଚାୟତର ସେହିଗାଁରେ ରାସ୍ତାଗୁଡିକ କର୍ଦ୍ଦମାକ୍ତ ଓ ନିର୍ମାଣ ହୋଇନଥିବାରୁ ଲୋକେ ପାଣି କାଦୁଅରେ ଯାତାୟାତ କରିଥାନ୍ତି । ସେହି ଗାଁର ୱାର୍ଡ ନଂ ୮ କାଳିଚରଣ ଭୂୟାଁଙ୍କ ସ୍ତ୍ରୀ କମଳି ଭୂୟାଁ ଅସୁସ୍ଥ ଥିବାରୁ ତାଙ୍କୁ ଜଳେଶ୍ୱର ଚିକିସôାପାଇଁ ଆଣିବାଲାଗି ୧୦୮ ଆମ୍ବୁଲାନ୍ସ ଯାଇପାରିନଥିଲା ।
ଏପରିକି ଟେମ୍ପୋ ମଧ୍ୟ ଯାତାୟାତ କରିପାରୁନଥିବାରୁ ଗାଁ ଲୋକେ ଖଟିଆରେ ରୋଗୀକୁ ଆଣି ଦୂରସ୍ଥାନରେ ଥିବା ଟେମ୍ପୋରେ ହସ୍ପିଟାଲ ପଠାଇଥିଲେ । ଏପରି ଏକ ଭିଡିଓ ଜଳେଶ୍ୱର ଅଂଚଳରେ ଭାଇରାଲ ହେବାରେ ଲାଗିଛି । ଗ୍ରାମ୍ୟ ରାସ୍ତାଗୁଡିକୁ ସବୁଦିନିଆ ରାସ୍ତାରେ ପରିଣତ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।