Odisha news

୩ୟ ସଟ୍ଡାଉନ୍ ପୂର୍ବରୁ ଜଳେଶ୍ୱର ଦୈନିକ ହାଟ ଓ ସାପ୍ତାହିକ ହାଟରେ ପ୍ରବଳ ଭିଡ

0

ଜଳେଶ୍ୱର : କୋବିଡ଼୍-୧୯ର ନୂତନ ଗାଇଡ୍ଲାଇନ୍  ଅନୁଯାୟୀ ଜଳେଶ୍ୱର ପୌରପାଳିକାରେ ସଟ୍ଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ ୨ ସପ୍ତାହ ଧରି ସଟ୍ଡାଉନ୍ ଲାଗି ରହିଥିବାରୁ ସାପ୍ତାହିକ ହାଟ ଓ ଡେଲି ମାର୍କେଟରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଥିଲା । ଲୋକେ ସାମାଜିକ ଦୂରତାକୁ ଅମାନ୍ୟକରି କରିଥିବା ବେଳେ ବଡବଜାରରୁ ଷ୍ଟେସନବଜାର ଯିବାଲାଗି ଦୀର୍ଘସମୟ ଟ୍ରାଫିକ୍ରେ ଅଟକ ରହିବାକୁ ପଡିଥିଲା । ମାତ୍ର ୧ କିମି ରାସ୍ତାକୁ ପାରିହେବାପାଇଁ ଅଧାଘଣ୍ଟା ସମୟ ଲାଗୁଥିବା ବେଳେ ସାପ୍ତାହିକ ହାଟରେ ମଧ୍ୟ ଭିଡ ଦେଖାଦେଇଥିଲା । ବାଲେଶ୍ୱର, ମୟୁରଭଂଜ, ପଶ୍ଚିମବଂଗର ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲ୍ଲାରୁ ବ୍ୟବସାୟୀ ଓ ଖାଉଟିମାନେ ଜଳେଶ୍ୱର ସାପ୍ତାହିକ ହାଟ ଉପରେ ନିର୍ଭର କରୁଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା । ସଟ୍ଡାଉନ୍ ସମୟରେ ଏପରି ଭିଡ କମାଇବାକୁ ସାଧାରଣରେ ଦାବି ହେଉଛି ।

Leave A Reply