Odisha news

ମା ଛୁଆ ରେଳଧାରଣ ଉପରେ ଖସିପଡ଼ିଲେ : ଦ୍ରୁତଗତିରେ ଟ୍ରେନ ଆସୁଥିବା ଦେଖି ଡେଇଁଲେ ବାପା , ତା ପରେ …

0

କଥାରେ ଅଛି “ରଖେ ହରି ତ ମରେ କିଏ “ଏହାର ଅର୍ଥ ଯାହାକୁ ଭଗବାନ ବଞ୍ଚାଇବାର ଥିବା ତାହାକୁ ବିଶ୍ୱର କୌଣସି ଶକ୍ତି ମଧ୍ୟ ମାରିପାରିବ ନାହିଁ l ଏହା ଆପଣ ମାନେ ମଧ୍ୟ ଅନେକ ଥର ଦେଖିଥିବେ ଯେ ମୃତ୍ୟୁ ମୁଖରୁ ମଣିଷ ଫେରି ଆସିଥାଏ ,ତାହା କେବଳ କୌଣସି ଅଦୃଶ୍ୟ ଶକ୍ତି ଯୋଗୁ ସମ୍ଭବ ହୋଇଥାଏ l ଏଠାରେ ସେହିପରି ଏକ ଘଟଣା ବିଷୟରେ ଆମେ ଅବଗତ କରୁଛୁ l ଗୋଟିଏ ପରିବାରର ତିନିଜଣ ସଦସ୍ୟ କିପରି ମୃତ୍ୟୁ ମୁଖରୁ ଦୁରେଇ ଗଲେ l

ଏହି ଘଟଣାଟି ଲଣ୍ଡନର ଅଟେ ,ଯେଉଁଠି ମା ବାପା ଓ ଛୁଆର ମୁଣ୍ଡ ଉପର ଦେଇ ଟ୍ରେନ ଚାଲିଯାଇଥିଲେ ମଧ୍ୟ ତାଙ୍କର କୌଣସି କ୍ଷତି ହୋଇନଥିଲା l ଘଟଣାଟି ଏହିପରି ଲଣ୍ଡନର ବେକରଷ୍ଟ୍ରିଟ ରେଳ ଷ୍ଟେସନରେ ଜଣେ ମହିଳା ନିଜ ପିଲାକୁ ଧରି ଚଳୁଥିଲେ l ବ୍ରିଟିଶ ଟ୍ରାନ୍ସପୋର୍ଟ ପୋଲିସ କହିବା ଅନୁସାରେ ସେହି ମହିଳା ଜଣକ ବେକରଷ୍ଟ୍ରିଟ ଅଣ୍ଡର ଗ୍ରାଉଣ୍ଡ ଷ୍ଟେସନର ପ୍ଲାଟଫର୍ମରେ ଚଳୁଥିଲେ l ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ମହିଳା ଜଣକ ରେଳ ପ୍ଲାଟଫର୍ମର ଖୁବ ନିକଟକୁ ଆସି ଯାଇଥିଲେ l ସେ ନିଜର ସନ୍ତୁଳନ ହରାଇ ରେଳ ଧାରଣା ଉପରେ ନିଜର ଛୁଆ ସହିତ ପଡିଗଲେ l ଯେତେବେଳେ ତାଙ୍କ ସ୍ୱାମୀଙ୍କର ନଜର ତାଙ୍କ ଉପରେ ପଡିଲା ,ସେତେବେଳେ ସେ ନିଜ ପତ୍ନୀ ଓ ଛୁଆକୁ ବଞ୍ଚାଇବା ପାଇଁ ରେଳ ଧାରଣା ଉପରକୁ ଡେଇଁ ପଡିଲେ l

ସେତେବେଳେ ସେହି ରେଳ ଧାରଣା ଉପରେ ଏକ ଟିଉବ ଟ୍ରେନ ଦ୍ରୁତ ଗତିରେ ଆସୁଥିଲା l ଦ୍ରୁତ ଗତିରେ ଆସୁଥିବା ରେଳଟିକୁ ଦେଖି ସେ ନିଜର ବୁଦ୍ଧିର ଉପଯୋଗ କଲେ ,ସମୟ ନଷ୍ଟ ନକରି ରେଳ ଧାରଣାରେ ଥିବା ଏକ ଗାତ ଭିତରେ ପଶି ଗଲେ l ଏହା ପରେ ଟ୍ରେନଟି ତାଙ୍କ ଉପରଦେଇ ଯାଇଥିଲେ ମଧ୍ୟ କାହାର କିଛି କ୍ଷତି ହୋଇ ନଥିଵାଲା l ଏହା ପରେ ବ୍ରିଟିଶ ଟ୍ରାନ୍ସପୋର୍ଟ ପୋଲିସ ସେମାନଙ୍କୁ ଉଦ୍ଧାର କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା l ବାପା ମା ଓ ଛୁଆ ସୁସ୍ଥ ଭାବରେ ଘରକୁ ଯାଇଥିଲେ l

Leave A Reply