ଜଳେଶ୍ୱର-୦୬/୦୯ : ଗତ କିଛିବର୍ଷ ଧରି ରାଜ୍ୟର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇ ଗଣତନ୍ତ୍ରକୁ ହତ୍ୟାକରିବାର ପ୍ରୟାସ ଚାଲିଛି । ଫଳରେ ଭବିଷ୍ୟତରେ ଛାତ୍ର ନେତା ସୃଷ୍ଟି ହେବାରେ ବାଧକ ସୃଷ୍ଟି ହେବବୋଲି ଆଜି ଛାତ୍ର କଂଗ୍ରେସର ଦୀନକୃଷ୍ଣ କଲେଜ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ମତପ୍ରକାଶ ପାଇଛି । ଭବିଷ୍ୟତରେ ନେତୃତ୍ୱ ସୃଷ୍ଟି କରିବା ଛାତ୍ର ସଂସଦ ନିର୍ବାଚର ଅନ୍ୟଏକ ଦିଗ । ତେଣୁ ପ୍ରତ୍ୟେକ କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇ ଆସୁଥିଲା । କିନ୍ତୁ ଏବେ କଲେଜରେ ନର୍ବାଚନ ବନ୍ଦ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ବିକଶ ବାଧାପ୍ରାପ୍ତ ହେଉଛି ବୋଲି କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଛାତ୍ର କଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଦୀନକୃଷ୍ଣ ମହାବିଦ୍ୟାଳୟରେ ୧୫ଜଣ ଅଧ୍ୟାପକ, ୩୫ଜଣ ଅଣଶିକ୍ଷକ କର୍ମଚାରୀ ପଦବୀ ଖାଲି ପଡିଥିବା ବେଳେ ଆବଶ୍ୟକ ଶ୍ରେଣୀଗୃହ, ଶୌଚାଳୟ, ସାଇକେଲ ଷ୍ଟାଣ୍ଡ ଓ ଲେବ୍ରୋଟାରୀ ନାହିଁ । ଏକଦା ଉଚ୍ଚ ଶିକ୍ଷାର କେନ୍ଦ୍ର ବିନ୍ଦୁଥିବା ଦୀନକୃଷ୍ଣ ମହାବିଦ୍ୟାଳୟରେ ଆଜି ଅବକ୍ଷୟ ଦେଖା ଦେଇଛି । ହକ୍ ପାଇବାପାଇଁ ସ୍ୱର ଉତ୍ତୋଳନ କରିବାକୁ ସୁଦର୍ଶନ ଦାସ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜ ଛାତ୍ରନେତା ଜ୍ୟୋତିଶେଖର ଜେନା, ରୁଦ୍ର ନାରାୟଣ ଦାସ ଅଧିକାରୀ, ରମେଶ ବାରିକ, ଋଦ୍ରପ୍ରକାଶ ଜେନା, ରାଜେଶ ସେନ୍, ସଲିନି ପ୍ରମାଣିକଙ୍କ ସମେତ କଂଗ୍ରେସ ନେତା ହେମନ୍ତ ଗିରି, ଯୁବକଂଗ୍ରେସ ସାଧାରଣ ସଂପାଦକ ସୌଭିକ ଜେନା, ରାହୁଲ ଗିରି, ବଳରାମ ଜେନା, ରାଜେଶ ଜେନା, ଦୀପକ ମଇକାପ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭାପରେ ସୁଦର୍ଶନ ଦାସ ଓ ଛାତ୍ରନେତାମାନେ କଲେଜ ଅଧ୍ୟକ୍ଷକଙ୍କ ସହିତ ସାକ୍ଷାତ ଓ ଆଲୋଚନା କାରିଥିଲେ । ଆଗାମୀ ଦିନରେ ଆନେ୍ଦାଳନକୁ ଯୋରଦାର କରାଯିବ ବୋଲି ଛାତ୍ରକଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର କହିଛନ୍ତିା
