ସିମୁଳିଆ-୦୬/୦୯ : ସିମୁଳିଆ ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଅମୃତ ବାଟିକା ନିର୍ମାଣ ନିମନ୍ତେ ମାଟି ସଂଗ୍ରହ କରାଯାଇଛି । ସୂଚନାରୁ ପ୍ରକାଶ ଦେଶ ମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ସହୀଦଙ୍କ ବଳିଦାନକୁ ସମ୍ମାନୀତ ତଥା ଚିରସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନିଦେ୍ର୍ଦଶକ୍ରମେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଅମୃତ ବାଟିକା ନିର୍ମାଣ ହେବ । ଏହି ଅବସରରେ ଆଜି ଏ ନେଇ ସିମୁଳିଆ ବିଜେପି ପକ୍ଷରୁ ବିଜେଡି ଯୁବନେତା ଡ.ଅଣୁମାଧବ ପଣ୍ଡାଙ୍କ ନେତୃତ୍ୱରେ ବାଲିଖଣ୍ଡ ମଣ୍ଡଳରେ ମୃର୍ତ୍ତୁଙ୍ଗା ଗ୍ରାମରେ ଏକ ଧାନ ବିଲରେ ଧାନ ରୋପଣ କରିବା ସହ ମୋ ଦେଶ ମୋ ମାଟି ଅଭିଯାନ କଳସରେ ମାଟି ସଂଗ୍ରହ କରାଯାଇଥିଲା । ଏହି ଅବସରରେ ବାଲିଖଣ୍ଡ ମଣ୍ଡଳର ମଣ୍ଡଳ ସଭାପତି ପ୍ରଦୀପ ରାୟମହାପାତ୍ରଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ
