Odisha news

ବ୍ଳକ ସ୍ତରୀୟ କୃମିନାଶକ ଆଭିମୁଖ୍ୟ ଶିବିର- ୩୦୩ ବିଦ୍ୟାଳୟର ୪୫ହଜାର ଛାତ୍ରଛାତ୍ରୀ ଖାଇବେ କୃମି ଔଷଧ

0

ଜଳେଶ୍ୱର-୦୪/୦୮ :  ରାଜ୍ୟ ଓ ଦେଶରୁ କୃମି ନିର୍ମୂଳ କରିବାଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ପ୍ରଚେଷ୍ଟା ଜାରି ରହିଛି । ଚଳିତ ଅଗଷ୍ଟ ୧୨ ତାରିଖରେ ପ୍ରତିବିଦ୍ୟାଳୟରେ ଏହି କୃମି ନାଶକ ଔଷଧ ଦିଆଯିବାର ବ୍ୟବସ୍ଥା ଥିବାରୁ ଜଳେଶ୍ୱରରେ ଥିବା ୩୦୩ ବିଦ୍ୟାଳୟର ୪୫ହଜାର ଛାତ୍ରଛାତ୍ରୀଙ୍କୁ ଏକପାନ ବଟିକା ଦିଆଯିବାର ବ୍ୟବସ୍ଥା ସଂପର୍କରେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ତାଲିମ ଦିଆଯାଇଛି । ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ଲକରେ ଥିବା ଅଂଗନୱାଡି କେନ୍ଦ୍ରର ୧ରୁ୬ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଏକପାନ କୃମିନାଶକ ବଟିକା ଖାଇବାକୁ ଦିଆଯିବ । ସେହିପରି ୬ରୁ୧୯ବର୍ଷର ଛାତ୍ରଛାତ୍ରୀ ପଢୁଥିବା ପ୍ରାଥମିକ ବିଦ୍ୟାଳୟରୁ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନଙ୍କ ଆଗରେ ୧ପାନ ଲେଖାଏ କୃମିନାଶକ ବଟିକା ଦିଆଯିବା ସଂପର୍କରେ ଆଜି ହାତୀଗତ ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡା. ପ୍ରଭାସଚନ୍ଦ୍ର ନାୟକ ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଆଭିମୁଖ୍ୟ ସଂପର୍କରେ କହିଛନ୍ତି । ଯେଉଁଛାତ୍ରଛାତ୍ରୀମାନେ କୌଣସି କାରଣରୁ ଏହି ବଟିକା ଖାଇବେ ନାହିଁ ସେମାନଙ୍କୁ ୧୯ ତାରିଖରେ ଦିଆଯିବା ସଂପର୍କରେ କୁହାଯାଇଛିା ଏହି କାର୍ଯ୍ୟକ୍ରମ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ବେଳେ ଡ. ପ୍ରଭାସ ନାୟକ, ପିଏଚ୍ଇଓ ଫକୀରମୋହନ ପ୍ରଧାନ, ବିପିଏମ୍ ସ୍ମିତା ପ୍ରମାଣିକ, ଏବିଇଓ ସୁଶାନ୍ତ କୁମାର ଜେନା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ପ୍ରଧାନ ଉପସ୍ଥିତ ଥିଲେ । ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହି ଅଭିମୁଖ୍ୟ ସଂପର୍କରେ ତାଲିମ ଓ ସଚେତନ କରାଯାଇଛି

Leave A Reply