ଯାଜପୁର: ମନରେଗା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବ୍ଲକ ମାନଙ୍କରେ ପୂର୍ବରୁ ଏକାଧିକ ଥର ବୈଠକ କରାଯାଇ ତାହାର ମାର୍ଗଦର୍ଶିକା ଓ ସରକାରଙ୍କର ଆଭିମୁଖ୍ୟକୁ ସ୍ପଷ୍ଟଭାବେ ଅବଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ନାୟକଙ୍କ ସମେତ ଜିଲ୍ଲାର ପ୍ରୋବେସନରେ ଥିବା ଆଇ.ଏ.ଏସ୍. ଅଧିକାରୀ ପାୱାର ସଚିନ ପ୍ରକାଶ ଧର୍ମଶାଳା ବ୍ଲକର ଅଭୟପୁର ପଞ୍ଚାୟତର ଅଭୟପୁର ଗ୍ରାମର ଏକ ଫାର୍ମପଣ୍ଡକୁ ପରିଦର୍ଶନ କରିଥିଲେ । ସେଠାରେ ଶ୍ରମିକମାନଙ୍କ ସହ ଆଲୋଚନା କରିବା ପରେ କମାଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।
ମନରେଗାର ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିଦେ୍ର୍ଦଶକ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନ କରିବା ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଓ ଜି.ଆର.ଏସ୍ ଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରକାଶ ନିକଟରେ ଥିବା ଅସ୍ଥାୟୀ ମେଡ଼ିକାଲ କେନ୍ଦ୍ର ପରିଦର୍ଶନ କରିବା ସହ ବ୍ୟବସ୍ଥା ସଂପର୍କରେ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । ସେହି କେନ୍ଦ୍ରରେ ୨୮ ଜଣ ପ୍ରବାସୀ ରହିଥିବା ବେଳେ ନିର୍ବାସିତ ସମୟ ପରେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ସରପଞ୍ଚ ସୂଚନା ଦେଇଥିଲେ । ଏହି ପରିଦର୍ଶନ ସମୟରେ ବି.ଡ଼ି.ଓ ସ୍ମିତା ରଥ ଉପସ୍ଥିତ ଥିଲେ । ପରେ ଉଭୟ ଅଧିକାରୀ ରସୁଲପୁର ବ୍ଲକର କଲଣ ଓ ଜାବରା ପଞ୍ଚାୟତରେ ନିର୍ମାଣ ·ଲିଥିବା ରାସ୍ତାକୁ ପରିଦର୍ଶନ କରିଥିଲେ ।
ଉଭୟ ସ୍ଥାନରେ କାମ କରୁଥିବା ବ୍ୟକ୍ତି ଓ ସ୍ଥାନୀୟ ସରପଞ୍ଚଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପରେ ରସୁଲପୁର ପଞ୍ଚାୟତ ସୁଆଁସାହିସ୍ଥିତ ଅନୁସୂଚୀତ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟରେ ସ୍ଥାନୀୟ ବି.ଡ଼ି.ଓ ଉମାକାନ୍ତ ପରିଡ଼ା, ବ୍ଲକର ଅନ୍ୟାନ୍ୟ କର୍ମ·ରୀ ଓ ଆବାସିକ ବିଦ୍ୟାଳୟର କର୍ମ·ରୀମାନେ ଉପସ୍ଥିତ ଥିଲେ । ମନରେଗାର ସଂଯୋଜକ ଚିନ୍ମୟ ସିଂ ଏଥିରେ ସହଯୋଗ କରିଥିଲେ ।