Odisha news

କଣ୍ଟାପଡ଼ା : ସ୍ୱାବ ରିପୋର୍ଟ ନଆସିବାରୁ ସରପଞ୍ଚଙ୍କ ଧାରଣା

0

କଣ୍ଟାପଡ଼ା :-ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାବ ରିପୋର୍ଟ ନିର୍ଦ୍ଧାରିତ ସମୟରେ ନଆସିବାରୁ ଏହାର ପ୍ରତିବାଦ ସ୍ୱରୂପ ସରପଞ୍ଚ ଓ ତାଙ୍କ ସମର୍ଥକମାନେ ଧାରଣା ଦେଇଛନ୍ତି । କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସାଇଲୋ ଝାରପଡ଼ାସ୍ଥିତ କ୍ୱାରାଣ୍ଟାଇନ କେନ୍ଦ୍ରରେ ୮ଜଣ ପ୍ରବାସୀ ଓଡ଼ିଆ ସଙ୍ଗରୋଧରେ ଅବସ୍ଥାନ କରୁଥିଲେ । ଏହି ସମୟରେ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ନିୟମ ଅନୁସାରେ ସେମାନେ ୧୪ ଦିନ ସଙ୍ଗରୋଧରେ ରହିବା ପରେ ମଧ୍ୟ ମାତ୍ର ଜଣଙ୍କ ବ୍ୟତୀତ ଆଉ କାହାର ସ୍ୱାବ ରିପୋର୍ଟ ଆସିନଥିଲା ।

ଏ ନେଇ ସମ୍ପୃକ୍ତ ପ୍ରବାସୀ ଓ ସେମାନଙ୍କ ସମ୍ପର୍କିୟ ସରପଞ୍ଚଙ୍କୁ ବାରମ୍ବାର ସାକ୍ଷାତ କରି ରିପୋର୍ଟ ବିଷୟରେ ପଚାରିବାରୁ ସରପଞ୍ଚ ଏହାର ଉତ୍ତର ଦେଇପାରିନଥିଲେ । ଶେଷରେ ଶୁକ୍ରବାର ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ ସୁବାସଚନ୍ଦ୍ର ବିଶ୍ୱାଳ ଓ ତାଙ୍କ ସମର୍ଥକମାନେ ରିପୋର୍ଟର ସ୍ଥିତି ବାବଦରେ ଜାଣିବାକୁ ଏବଂ ତୁରନ୍ତ ତାହା ପ୍ରଦାନ କରିବାକୁ ଧାରଣାରେ ବସି ରହିଥିଲେ । ଖବର ପାଇ କଣ୍ଟାପଡ଼ା ତହସିଲଦାର ଆର୍ତ୍ତତ୍ରାଣ ମଲିକ ଓ ଅନ୍ୟ ଅଧିକାରୀମାନେ ଝାରପଡ଼ାସ୍ଥିତ ଧାରଣାସ୍ଥଳରେ ପହଞ୍ଚô କେବଳ ଜଣକ ବ୍ୟତୀତ ଆଉ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଅଛି ଏବଂ ଖୁବ ଶୀଘ୍ର ସମସ୍ତ ରିପୋର୍ଟ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯିବବୋଲି ପ୍ରତିଶ୍ରୁତି ଦେବାରୁ ଧାରଣାରେ ବସିଥିବା ସରପଞ୍ଚ ଓ ତାଙ୍କ ସମର୍ଥକମାନେ ଉଠିଯାଇଥିଲେ ।

Nalco

Leave A Reply