Odisha news

ପ୍ରଥମ ପର୍ଯ୍ୟାୟରେ ଯାଜପୁରରୁ ୬ ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଏସ୍.ସି.ବି. ଗଲେ

0

ଯାଜପୁର :  ପ୍ଲାଜମା  ପରି ଏକ ମହତ ଓ ଜୀବନ ଦାନ କାର୍ଯ୍ୟକୁ ଜିଲ୍ଲା ର ବରୀ ଅଞ୍ଚଳର ୬ ଜଣ ବ୍ୟକ୍ତି ପବିତ୍ର ସ୍ୱାଧୀନତା ଦିବସରେ ସ୍ୱେଚ୍ଚ୍ଥାକୃତ ଭାବେ ପ୍ରଦାନ କରିବା ଏକ ଗର୍ବ ଓ ଗୈାରବର କଥା ବୋଲି ଜିଲ୍ଲା ପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ଯାଜପୁର ଜିଲ୍ଳ୍ା ବରୀ ବ୍ଳ୍କର ଅଟୀରାର ଗୋକୁଳ ସାହୁ, ବାଲିଆର ଲକ୍ଷ୍ମଣ କୁମାର ଜେନା, ବାଇଁଶିରିଆର ରାଜେଶ କୁମାର ସାହô, ସେରପୁରର ପ୍ରକାଶ ସେଠୀ, ଗୋଳକୁଣ୍ଡର ସନ୍ଦିପ ଜେନା ଓ ରନôଗିରିର ସଞ୍ଜୟ ଜେନା ଏହି ପ୍ଲାଜମା ଦାନ ପାଇଁ ଶୁକ୍ରବାର କଟକ ଏସ.୍ସି.ବି. କୁ ଯାତ୍ରା କରିଚ୍ଥନ୍ତି । ଏହି ଉପଲକ୍ଷେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସ୍ୟାଳୟର ସମ୍ମିଳନୀ ଗୃହରେ ଜିଲ୍ଳ୍ାପାଳ ଶ୍ରୀ ଦାସ ସମସ୍ତ ପ୍ଳ୍ାଜମା ଦାତା ମାନଙ୍କୁ ଶୁଭେଚ୍ଚ୍ଥା ଓ କୃତଜ୍ଞତା ଜଣାଇଥିଲେ ।

ସାଧାରଣତଃ ଚିକିତ୍ସ୍ୟା ବିଜ୍ଞାନ ଅନୁସାରେ କରୋନାରୁ ସୁସ୍ଥତା ଲାଭ କରିଥିବା ଓ କୈାଣସି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ନଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ କରିପାରିବେ । ସ୍ୱାଧୀନତା ଆନେ୍ଦାଳନରେ ବରୀର ଅବଦାନ ଅବିସ୍ମରଣୀୟ । ପୁଣି ସୈାଭାଗ୍ୟକୁ ୭୪ତମ ସ୍ୱାଧୀନତା ଦିବସ ଅବସରରେ ବରୀର ୬ ଜଣ ବ୍ୟକ୍ତି ପ୍ଳ୍ାଜମା ଦାନ କରିବା ଏକ ମହତପୂର୍ଣ୍ଣ ଉପଲବ୍ଧୀ । ଆମ ଜିଲ୍ଳ୍ାରେ ବର୍ତ୍ତମାନ ୨୨୫ ଜଣ ବ୍ୟକ୍ତି ପ୍ଳ୍ାଜମା ଦାନ ପାଇଁ ସମ୍ମତି ପ୍ରଦାନ କରିଚ୍ଥନ୍ତି ବୋଲି ଜିଲ୍ଲା ପାଳ ସୂଚନା ଦେଇଥିଲେ । ବରୀର ଏହି ୬ ଜଣ ବ୍ୟକ୍ତିଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବା ସହ ପ୍ଳ୍ାଜମା ଦାନ ପାଇଁ ଉସôାହିତ କରିଥିବାରୁ ଜିଲ୍ଳ୍ାପାଳ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଜଣେ ବ୍ୟକ୍ତିର ପ୍ଳାଜମାରେ ୨ ଜଣ ଗୁରୁତର କରୋନା ରୋଗୀଙ୍କର ଜୀବନ ରକ୍ଷା ହୋଇପାରିବ । ତେଣୁ ଏଥିପାଇଁ ଜିଲ୍ଳ୍ାର ପ୍ରଥମ ବ୍ୟକ୍ତି ଭାବେ ଏହି ୬ ଜଣ ଗୈାରବ ଆଣିଚ୍ଥନ୍ତି । ସେମାନଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଥିଲେ ।

ପ୍ଳାଜମା ଦାତାମାନେ ନିଜର ପ୍ରତିକ୍ରିୟାରେ ଅନ୍ୟର ଜୀବନ ରକ୍ଷା ପାଇଁ ନିଜ ପ୍ଳ୍ାଜମା ଦାନ କରି ସେମାନେ ଖୁସି ଓ ଗର୍ବିତ ବୋଲି କହିଥିଲେ । ଆମେ ବି କରୋନା ଆକ୍ରାନ୍ତ ସମୟରେ ନିଜକୁ ଦୁର୍ବଳ ଭାବୁଥିଲୁ କିନ୍ତୁ ଉପଯୁକ୍ତ ଚିକିତ୍ସ୍ୟା ଓ ସରକାରଙ୍କର ମାର୍ଗଦର୍ଶିକାରେ ଆମେ ସୁସ୍ଥ ହେଲାପରେ ସାମାଜିକ ଦାୟିତ୍ୱକୁ ନିର୍ବାହ କରୁଚ୍ଥୁ । ଅନ୍ୟମାନେ ପ୍ଳାଜମା ଦାନ ପାଇଁ ଆଗଭର ହେବାକୁ ସେମାନେ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସ୍ୟାଧିକାରୀ ଡା. ସୁଧାଂଶୁ ଶେଖର ବଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍. ପ୍ରୋବେସନ ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ, ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା, ବ୍ଳ୍ଡ ବ୍ୟାଙ୍କ ଅଧିକାରୀ ଡା. ସଂଜୀବ ପ୍ରଧାନ, ଡା. ପାର୍ଥସାରଥୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେ ଏସ୍କର୍ଟ ଅପିଂସର ଭାବେ ଜିଲ୍ଳ୍ା ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମାନ୍ତରାୟ, ୬ ଜଣ ଯାକ ପ୍ଳ୍ାଜମା ଦାତାଙ୍କୁ ନେଇ କଟକ ଅଭିମୁଖେ ଯାତ୍ରା କରିଥିଲେ । ଏସ୍.ସି.ବି. ବ୍ଳଡ ବ୍ୟାଙ୍କରେ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ପରେ ସେମାନଙ୍କ ପ୍ଳ୍ାଜମା ଅଗଷ୍ଟ ୧୫ ତାରିଖରେ ସଂଗ୍ରହ କରାଯିବ ବୋଲି ବୋଲି ବ୍ଳଡ ବ୍ୟାଙ୍କ ଅଧିକାରୀ ଡା. ପ୍ରଧାନ ସୂଚନା ଦେଇଥିଲେ ।

Leave A Reply