ଯାଜପୁର : କରୋନା ମହାମାରୀ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ମାର୍ଗଦର୍ଶିକା ଜାରି କରି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଚ୍ଥନ୍ତି । ଅପର ପକ୍ଷରେ ଯାଜପୁର ଜିଲ୍ଲରେ ଲକ୍ଡାଉନ ଘୋଷଣା ପରଠାରୁ ସମସ୍ତ ଧାର୍ମିକ ସ୍ଥଳ ଗୁଡିକୁ କୋଭିଡ-୧୯ ପରିପ୍ରେକ୍ଷୀରେ ବନ୍ଦ ରଖାଯିବା ସହ ସେଠାରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପ୍ରବେଶକୁ ବାରଣ କରାଯାଇଚ୍ଥି ।
ଅଗଷ୍ଟ ୧ ତାରିଖରେ ଇଦ୍-ଉଜ୍-ଜୁହା ପର୍ବ ପଡୁଥିବାରୁ ଜିଲ୍ଲର ସମସ୍ତ ମସଜିଦ୍ ମାନଙ୍କରେ ସାମୁହିକ ପ୍ରାର୍ଥନା ଧାର୍ମିକ ସମାବେଶ ଓ ଜନ ସମାଗମକୁ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟକୁ ବାରଣ କରାଯାଇଚ୍ଥି । ତେଣୁ ଜିଲ୍ଲରେ ଥିବା ସମସ୍ତ ମସ୍ଜିଦ୍ ଓ ଆଖାପାଖ ସ୍ଥାନ ମାନଙ୍କରେ ତା ୧ା୮ା୨୦୨୦ ରିଖରେ ଉପଜିଲ୍ଲପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ନାରାୟଣ ଚନ୍ଦ୍ର ଧଳ ୧୪୪ ଧାରା ଜାରି କରିଚ୍ଥନ୍ତି । ଲୋକ ମାନଙ୍କ ଜୀବନର ସୁରକ୍ଷା ଓ କରୋନାକୁ ପ୍ରତିହତ କରିବା ଉଦେ୍ଦଶ୍ୟରେ ଏହା ଲାଗୁ କରାଯିବା ସହ ୧୪୪ ଧାରା ଜାରି ଅଞ୍ଚଳ ମାନଙ୍କରେ ଜନ ଗହଳି ନକରିବାକୁ ପରାମର୍ଶ ଦିଆଯାଇଚ୍ଥି ।
ଏହାର ଉଲଙ୍ଘନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲରେ ସମସ୍ତ ଥାନା ଅଧିକାରୀମାନେ ଏହାକୁ ତଦାରଖ ଓ କଡାକଡି ପାଳନ କରିବାକୁ ଶ୍ରୀ ଧଳ ନିଦେ୍ର୍ଦଶ ଦେଇଚ୍ଥନ୍ତି ।
