Odisha news

ସ୍ୱାଭିମାନୀ ୟୁଥକ୍ଲବ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ

0

ସିମୁଳିଆ : କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଲୋକମାନେ ସାଧାରଣରେ ଭୟର ବାତାବରଣରେ ଜୀବନ ଯାପନ କରୁଥିବାବେଳେ କିଛି ଉଦ୍ୟମୀ ସାହାସୀ ଯୁବକ ଓ ଅନୁଷ୍ଠାନ ଏପରି ସମୟରେ କରୋନାର ମୁକାବିଲା ପାଇଁ ନିଜକୁ ସୁରକ୍ଷିତ ରଖିିବା ସହ ନିଜର ଗ୍ରାମକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ।

ବିବରଣୀରୁ ପ୍ରକାଶ ସିମୁଳିଆ ବ୍ଲକର କ୍ଷୀରକୋଣା ପଞ୍ଚାୟତ ପଟଣା ଗ୍ରାମର ଏକ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାଭିମାନୀ ୟୁଥ କ୍ଲବ ଓ ଗାଁ କଲ୍ୟାଣ ସମିତି ମିଳିତ ଉଦ୍ୟମରେ ନିଜ ଗ୍ରାମକୁ ସଫା ସୁତୁରା ରଖିବା ସହିତ ପଟଣା ଅଙ୍ଗନବାଡି-୨.ବଳ ସାହି,ବେହେରା ସାହି,ଓଝା ସାହି,ଗୋଛାୟତ ସାହି ଓ ହାଟ ପ୍ରଭୃତି ସ୍ଥାନକୁ ବ୍ଲିଚିଂ ପାଉଡର ସିଞ୍ଚନ କରିବା ସହ ସାନିଟାଇଜ କରିଥିଲୋ ଗ୍ରାମସଭାପତି ପ୍ରହ୍ଲାଦ ବଳଙ୍କ ନେତୃତ୍ୱରେ ସ୍ୱାଭିମାନୀ ୟୁଥ କ୍ଲବର ସଭାପତି ମନମ୍ମଥ କୁମାର ବଳ,ସଂପାଦକ-ବିିପିନ କୁମାର ବଳ,ସଭ୍ୟ ଦେବେନ୍ଦ୍ର ବଳ,ରାଜେନ୍ଦ୍ର ପ୍ରସାଦ ବଳ,ଚୈ÷ତନ୍ୟ ରାଉଳ,ଦୟାନିଧି ବେହେରା,ଶିବ ପ୍ରସାଦ ବଳ ଏବଂ ପଞ୍ଚାୟତର ନାଏବ ସରପଞ୍ଚ ପ୍ରଶାନ୍ତ କୁମାର ଓଝା,ଆଶା ଦିଦି ,ଅଙ୍ଗନବାଡି ଦିଦି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ

Leave A Reply