Odisha news

ଯାଜପୁର ସହର ଦେଇ୨୦ ନମ୍ବର ଜାତୀୟ ରାଜପଥଟି ଭଦ୍ରକ ଜିଲ୍ଲାକୁ ସଂଯୋଗ ହୋଇଛି : ଦୁର୍ଘଟଣାରେ ମୁଖ୍ୟ କାରଣ ଅତ୍ୟଧିକ ହମ୍ପ୍ସ

0

ଯାଜପୁର :ଯାଜପୁର ସହର ଦେଇ୨୦ ନମ୍ବର ଜାତୀୟ ରାଜପଥଟି ଭଦ୍ରକ ଜିଲ୍ଲାକୁ ସଂଯୋଗ ହୋଇଛି । ଏହି ରାସ୍ତାରେ ପ୍ରତିଦିନ ଯାଜପୁରରୁ ମଙ୍ଗଳପୁରକୁ ହଜାର ହଜାର ସଂଖ୍ୟାର ଲୋକେ ଯାତାୟାତ କରୁଛନ୍ତି । ଲୋକମାନେ ମୋଟର ସାଇକେଲ୍ ଯିବା ଆସିବା କରିବା ସହ ବସ୍, ଟ୍ରକ, ଭଳି ବହୁ ଭାରିଯାନ ଏହି ରାସ୍ତାଟି ଜନଗହଳି ପୂର୍ଣ୍ଣ ରାସ୍ତା । ଏହି ରାସ୍ତାର ଏକ ମୁଖ୍ୟ ସମସ୍ୟା ହେଉଛି ଅତ୍ୟଧିକ ହମ୍ପ୍ସ । ଦୁର୍ଘଟଣା ରୋକିବା ପାଇଁ ଏହି ହମ୍ପ୍ସ ଗୁଡ଼ିକ ନିର୍ମାଣ କରାଯାଇଛି । ହେଲେ ଅତ୍ୟଧିକ ହମ୍ପ୍ସ ବହୁ ଦୁର୍ଘଟଣାର କାରଣ ପାଲଟି ଯିବାର ଦେଖାଦେଇଛି । ବିଗତ ଦିନମାନଙ୍କର କାରଣ ପାଲଟିଯିବାର ଦେଖାଦେଇଛି । ବିଗତ ଦିନମାନଙ୍କରେ ଏହି ସବୁ ହମ୍ପ୍ସର ଦୁର୍ଘଟଣାରେ ବହୁ ଲୋକେ ଗୁରୁତର ହେବାର ନଜରି ରହିଛି । କିଛି ବ୍ୟକ୍ତିଙ୍କ ମୃତୁ୍ୟ ମଧ୍ୟ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ସମେତ ପଥ·ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସହରର ଗରିଆପୁର ଛକଠାରୁ ବଲ୍ଲଭିଘାଟ ଏବଂ ବଲ୍ଳଭିଘାଟ ଠାରୁ ସୁନ୍ଦରୀ ମୁହଁ ପର୍ଯ୍ୟନ୍ତ ରାସ୍ତାର ଅବସ୍ତା ଅତ୍ୟନ୍ତ ଶୋଚନୀୟ ରହିଛି । ଏଥି ସହିତ ୨୦ ନମ୍ବର ଜାତୀୟ ରାଜପଥର ବାମଦେବପୁର ଛକ, ରାମବାଗ ହାଇସ୍କୁଲ ଛକ, ହୀରାପୁର ଛକ ଓ ·ନ୍ଦପୁର ଛକ ଠାରେ ହମ୍ପ୍ସ ରହିଛି । ଏହି ସ୍ଥାନମାନଙ୍କରେ ଏକାବେଳେ ୧୦ ରୁ ୧୨ ଗୋଟି ହମ୍ପ୍ସ ଲଗାତାର ରହିଛି । ଯାହା ଫଳରେ ଯାତ୍ରୀମାନଙ୍କ ଯିବା ଆସିବା କରିବାରେ ଅସୁବିଧା ହେଉଛି । ଏହା ସହିତ ମଙ୍ଗଳପୁର ପର୍ଯ୍ୟନ୍ତ ପ୍ରତ୍ୟେକ ଛକ ମାନଙ୍କରେ ହମ୍ପ୍ସଗୁଡ଼ିକ ରହିଛି । ଯଦି ଏହି ରାସ୍ତା ଦେଇ ଜଣେ ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମହିଳା ରୋଗୀ ଅଟୋରେ ମେଡ଼ିକାଲକୁ ଯାଆସ କରିଥାନ୍ତି ତେବେ ସେମାନେ ବହୁତ ଯନ୍ତ୍ରଣା ଭୋଗିଥାନ୍ତି । ପୁନଶ୍ଚ ମୋଟର ସାଇକେଲ ଯାତ୍ରୀମାନେ ରାତିରେ ହେଉ ଅବା ଦିନରେ ଯିବା ଆସିବା ବେଳେ ଯଦି ଟିକିଏ ଅନ୍ୟମନସ୍କ ହୋଇପଡ଼ନ୍ତି ତେବେ ସେମାନେ ଦୁର୍ଘଟଣାର ଶୀକାର ହୁଅନ୍ତି । ଅତ୍ୟଧିକ ହମ୍ପ୍ସ ଯୋଗୁ ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏହି ରାସ୍ତାରେ ଥିବା ହମ୍ପ୍ସଗୁଡ଼ିକୁ ଉଚ୍ଛେଦ କରାଗଲେ ଦୁର୍ଘଟଣା କମିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାରୁ ହମ୍ପ୍ସଗୁଡ଼ିକୁ ଉଚ୍ଛେଦ କରିବା ସହ ଖାଲଖମାକୁ ମରାମତି କରିବା ନିମନ୍ତେ ସାଧାରଣରେ ଦାବି ହେଉଛି

Leave A Reply