Odisha news

ଦାନଗଦୀ : ପୂର୍ବ ଶତ୍ରୃତାରୁ ଆକ୍ରମଣ ,ଜଣେ ମୃତ

0

ଦାନଗଦୀ  : ଯାଜପୁର ରୋଡ ଥାନା ଅର୍ନ୍ତଗତ ଖପୁରିଆପଦା ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ଅମାନୁଶିକଭାବେ ହତ୍ୟା କରାଯାଇଛି । ଘଟଣାରୁ ପ୍ରକାଶ ଯେ ଖପୁରିଆପଦା ଗ୍ରାମରେ ଦୁଇ ପରିବାର ମଧ୍ୟରେ କୋ÷ଣସି କାରଣରୁ ଶତୃତା ଲାଗିରହିଥିଲା । ମୃତ ଶରତ ଚନ୍ଦ୍ର ଧଳ(୬୫)ମଙ୍ଗଳବାର ୧୦ଟା ବେଳେ ନିଜ ଶରୀର ଅସୁସ୍ଥ ଥିିବାରୁ ନିକଟସ୍ଥ ରାବଣା ସ୍ୱାସ୍ଥ୍ୟକେନ୍ଦ୍ରର ଓ÷ାଷଧ ଆଣିବାପାଇଁ କହି ଘରୁ ଯାଇଥିିଲେ । ସନ୍ଧ୍ୟାସୁଦ୍ଧା ଘରକୁ ନଫେରିବାରୁ ଘରଲୋକେ ଏବଂ ସଂପର୍କୀୟ ବହୁ ଖୋଜାଖୋଜି କରି ମଧ୍ୟ ଶରତଙ୍କୁ ପାଇନଥିଲେ । ବୁଧବାର ସକାଳୁ ଗ୍ରାମମୁଣ୍ଡ ବାଉଁସବଣ ନିକଟରେ ତାଙ୍କ ସାଇକେଲ ପଡିଥିବା କେହିଜଣେ ଦେଖି ତାଙ୍କ ଘରକୁ ଖବର ଦେଇଥିିଲେ । ତାଙ୍କ ପୁଅ ଏବଂ ସଂପର୍କୀୟମାନେ ଆସି ଖୋଜାଖୋଜି କରିବାରୁ ବାଉଁଶବୁଦା ନିକଟରେ ଶରତଙ୍କ ମୃତଦେହ ପଡିଥିବା ଦେଖି ଦାନଗଦୀ ଫାଣ୍ଡିକୁ  ଜଣାଇଥିଲେ ।

ଘଟଣାସ୍ଥଳରେ ଦାନଗଦୀ ଫାଣ୍ଟି ଅଧିକାରୀ ଗୋବର୍ଦ୍ଧନ ନାୟକ ପହଁଚି ମୃତଙ୍କ ବଡପୁଅ ଜୟନ୍ତକୁ ପଚାରିବାରୁ ସେହି ଗ୍ରାମର ଆସାମୀ ଅବିନାଶ ଧଳ(୩୫)ଙ୍କ ପରିବାର ସହିତ ଗତ ଦୁଇମାସ ତଳେ ତାଙ୍କର ଗଣ୍ଡୋଗଳ ହୋଇଥିଲା ଏବଂ ଏନେଇ ଯାଜପୁରରୋଡ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା ଏବଂ ଅବିନାଶ ତମ କଥା ପରେ ବୁଝିନେବି ବୋଲି କହି  ଧମକ ଦେଇଥିଲା । ଫାଣ୍ଟି ଅଧିକାରୀ ଗୋବର୍ଦ୍ଧନଙ୍କର ସନେ୍ଦହ ହେବାରୁ ସେ ଅବିନାଶକୁ ଯାଜପୁରରୋଡ ଥାନାରେ ଅଟକ ରଖି ଜେରା କରିଥିଲେ । ଅବିନାଶ ଶରତଙ୍କୁ ସାଇକେଲରେ ଏକୁଟିଆ ଯିବା ଦେଖି ତାଙ୍କୁ ପିଛାକରି ଏକ ନିରୋଳା ସ୍ଥାନରେ ଏକ ପଥର ସାହାର୍ଯ୍ୟରେ ତାଙ୍କ ମୁଣ୍ଡକୁ ଛେଚିଦେଇଥିଲେ । ଶରତ ସାଇକେଲରୁ ପଡିଯିବାରୁ ତାଙ୍କୁ ଘୋଷାଡିନେଇ ପାଖରେ ଥିବା ବାଉଁଶ ବୁଦା ନିକଟରେ ପକାଇ ଦେଇଥିଲେ । ଘଟଣାସ୍ଥଳରୁ ସାଇନ୍ଟିଫିକ ଟିମ ତଦନ୍ତ କରିବା ସହିତ ୩୧୧/୨୦ ଏକ ମାମଲା ରୁଜ୍ଜୁ କରିଛି ି ବୋଲି  ଯାଜପୁରରୋଡ ଥାନା ଅନୀଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply